ଭୁବନେଶ୍ୱର ୧୦।୦୫ : ବାଲିଅନ୍ତା ବର୍ବରତା... କ୍ରାଇମସ୍ପଟରେ କ୍ରାଇମବ୍ରାଞ୍ଚ ।... ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା। ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ୍ ଟିମ୍। ଆଜି କ୍ରାଇମ୍ ବ୍ରାଞ୍ଚର ଦୁଇଟି ଟିମ୍ ବାଲିଅନ୍ତା ଯାଇଛନ୍ତି । ଗୋଟିଏ ଟିମ୍ ବାଲିଅନ୍ତା ଥାନାକୁ ଯାଇ ତଦନ୍ତ କରିଥିବା ବେଳେ ଅନ୍ୟ ଟିମ୍ କ୍ରାଇମ୍ ସ୍ପଟ୍ ରେ ଖୋଳତାଡ କରୁଛି।ତଦନ୍ତରେ ସାଇଣ୍ଟିଫିକ୍ ଟିମ୍ ଓ ସାଇବର୍ ଟିମ୍ ଓ ଡଗ ସ୍କ୍ୱାର୍ଡ ସାମିଲ ରହିଛି।

 ଅନ୍ୟପଟେ ମାମଲାରେ ସମ୍ପୃକ୍ତ ପୋଲିସ କର୍ମଚାରୀ ଓ ପୀଡ଼ିତ ମାନଙ୍କୁ ପଚରାଉଚରା ହେବ। ସାକ୍ଷୀମାନଙ୍କୁ ଜେରା କରିବେ ଟିମ୍ । ଡାକ୍ତରଙ୍କ ଠାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଅଣାଯିବ। ଯାହା ବିରୁଦ୍ଧରେ ପ୍ରମାଣ ମିଳିବ କାହାକୁ ଛଡ଼ା ଯିବ ନାହିଁ । ମାମଲାରେ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ ତଦନ୍ତର ମନିଟରିଂ କରିବେ। ଡି ଏସ ପି ରତ୍ନପ୍ରଭା ଶତପଥୀ ତଦନ୍ତ ଦାୟିତ୍ୱରେ ଅଛନ୍ତି। ଏହି ଟିମ୍ ରେ ୧୦ ଜଣ ସଦସ୍ୟ ରହିଛନ୍ତି। ଜଣେ ଏସପି, ୨ ଜଣ ଡିଏସପି , ୪ ଇନ୍ସପେକ୍ଟର, ଜଣେ ଏସଆଇ ଓ ୨ ଜଣ ଏଏସଆଇ ରହିଛନ୍ତି। ତଦନ୍ତକୁ ୩ଟି ଭାଗରେ ବିଭକ୍ତ କରାଯାଇଛି। ଦୁଷ୍କର୍ମ ଉଦ୍ୟମ, ହତ୍ୟା ଓ ପୋଲିସ ଅଫିସରଙ୍କ ଦାୟିତ୍ୱହୀନତା। ତଦନ୍ତ ବେଳେ ସତ କଣ ତାହାକୁ ବାହାର କରିବା ପ୍ରାଥମିକତା ରହିଛି। ଘଟଣାରେ ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ଯାଞ୍ଚ କରି ସତ୍ୟ ସାମ୍ନାକୁ ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି କ୍ରାଇମ ବ୍ରାଞ୍ଚ ଅଧିକାରୀ। ତେବେ ଏହି ମାମଲାରେ ୪୧ ଚିହ୍ନଟ କରାଯାଇଛି । ଏବେ ସୁଦ୍ଧା ପୋଲିସ ୧୧ ଜଣଙ୍କୁ ଗିରଫ କରିସାରିଛି। ବାକି ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ଗିରଫଦାରୀ ଭୟରେ ଆଖପାଖ ୫ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି ।

Also Read:-ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ; ପୁଲିସ ଷ୍ଟେସନକୁ ଟାର୍ଗେଟ କଲେ ଆତଙ୍କବାଦୀ, ୧୨ ସୁରକ୍ଷାକର୍ମୀ ମୃତ