ଭୁବନେଶ୍ବର ୧୯।୪: ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ । ବିଚ୍ ରାସ୍ତାରେ ଆମ ବସ୍ ଅଟକାଇଲେ ଦୁଇ ଯୁବକ । ବସ୍ ଅଟକାଇବା ସହ କଲେ ଭଙ୍ଗାରୁଜା । ପ୍ରତିବାଦ କରିବାରୁ ଡ୍ରାଇଭରଙ୍କୁ କଲେ ଆକ୍ରମଣ ଓ ମହିଳା ଯାତ୍ରୀଙ୍କୁ କଲେ ଦୁର୍ବ୍ୟବହାର । ପ୍ରାୟ ୧୫ମିନିଟ୍ ଧରି ରାସ୍ତା ଉପରେ ଖେଳାଇଲେ ଆତଙ୍କ । ପିସିଆର ଦେଖି ଫେରାର ହେଲେ ଦୁଇ ଯୁବକ । ଭୁବନେଶ୍ବର ଶୈଳଶ୍ରୀ ବିହାର ଜଗନ୍ନାଥ ମନ୍ଦିର ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

Also Read:- ନବଜାତକକୁ ନେଇ ଫେରୁଥିଲେ ପୂରା ପରିବାର, ଗାଡ଼ି ଆଗ ଚକ ଫାଟି ଦୁର୍ଘଟଣା

ଘଟଣା ବେଳର ସମସ୍ତ ଭିଡିଓ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଗୁଣ୍ଡାଗିରି କରିବା ଅଭିଯୋଗ ଆଧାରରେ ଦୁଇ ଯୁବକଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସରୋଜ ଜେନା ଓ ବରୁଣ ପଟ୍ଟନାୟକ । ଯୁବକଙ୍କ ସ୍କୁଟି ମଧ୍ୟ ଜବତ କରିଛି ।