କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବଜାର ମଝିରେ ଦୁଇ ଜଣ ମହିଳାଙ୍କୁ ଜଣେ ଯୁବକ ନିର୍ମମ ଭାବେ ମାଡ଼ ମାରି ଲହୁଲୁହାଣ କରିଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ସମ୍ପୃକ୍ତ ଯୁବକ ଜଣଙ୍କ ମହିଳାମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବିଧା, ଗୋଇଠା ଓ ଚାପୁଡ଼ା ମାରି ତଳେ ଫୋପାଡ଼ି ଦେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

ସୂଚନା ଅନୁଯାୟୀ, ଏକ ଦୋକାନ ଘରେ ତାଲା ପକାଇବାକୁ ନେଇ ଦୁଇ ଭାଇ ଗଗନ ରାଉତ ଓ ରଞ୍ଜନ ରାଉତଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ଆଜି ସାନ ଭାଇ ଗଗନଙ୍କ ଦୋକାନ ଘରେ ବଡ଼ ଭାଇ ରଞ୍ଜନ ତାଲା ପକାଇ ଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ଗଗନ, ତାଙ୍କ ପତ୍ନୀ ଏବଂ ଅନ୍ୟ ଜଣେ ସମ୍ପର୍କୀୟ ମହିଳା ଘଟଣାସ୍ଥଳରେ ପହଞ୍ଚିଥିଲେ।

Also Read: କଳାହାଣ୍ଡିରେ ଲାଞ୍ଚ କାରବାରରେ ଲାଗୁନି ବ୍ରେକ୍ ! ଦୁଇ ଦିନରେ ଦୁଇ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ

ଏହି ସମୟରେ ବଡ଼ ଭାଇ ରଞ୍ଜନ ଏବଂ ତାଙ୍କ ପୁଅ ବାଘା ଉଭୟ ମହିଳାଙ୍କୁ ଆକ୍ରମଣ କରିଥିବା ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ, ସର୍ବସାଧାରଣ ବଜାର ମଝିରେ ମହିଳାମାନଙ୍କୁ ଏଭଳି ଅମାନୁଷିକ ଭାବେ ଆକ୍ରମଣ କରାଯିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ନିନ୍ଦା କରାଯାଇଛି।