ଭୁବନେଶ୍ୱର ୧୬।୧୨ : IPL ନିଲାମ ତାଲିକାରେ ପୁଣି ଓଡ଼ିଆ । ଇଣ୍ଡିଆନ୍ ପ୍ରିମିୟର ଲିଗର ନିଲାମରେ ୨ଜଣ ଓଡ଼ିଆ କ୍ରିକେଟର ସାମିଲ ହୋଇଛନ୍ତି । ୨ ଓଡ଼ିଆ କ୍ରିକେଟରଙ୍କୁ IPL ନିଲାମ ତାଲିକାରେ ଯୋଡ଼ିଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ । ତେବେ ଯୋଡ଼ି ହୋଇଥିବା ଦୁଇ ଓଡ଼ିଆ ଖେଳାଳି ହେଲେ ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲ । ଉଭୟଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ରହିଛି । ଚଳିତ ଥର ଆଇପିଏଲ୍ ମିନି ନିଲାମରେ ୩୬୯ ଜଣ ଖେଳାଳି ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଇପିଏଲ-୧୯ ପାଇଁ ମଙ୍ଗଳବାର ମିନି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ ଥର ୧୦ଟି ଯାକ ଫ୍ରାଞ୍ଚାଇଜ ଖାଲି ପଡ଼ିଥିବା ମୋଟ୍ ୭୭ଟି ସ୍ଥାନ ପାଇଁ ମୋଟ୍ ୩୫୦ ଜଣ ଖେଳାଳିଙ୍କୁ ନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ୨୪୪ ଜଣ ଭାରତୀୟ ଓ ୧୧୫ ଜଣ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି । ୩୫୯ଜଣ ଖେଳାଳିଙ୍କୁ ନେଇ ୪୨ଟି ସେଟ୍ ପ୍ରସ୍ତୁତ କରାଯାଇଛି । ସମସ୍ତ ଫ୍ରାଞ୍ଚାଇଜଙ୍କ ନିକଟରେ ୭୭ଟି ସ୍ଥାନ ଖାଲି ରହିଛି । ଏଥିରେ ରହିଛି ବିଦେଶୀ ଖେଳାଳିଙ୍କ ପାଇଁ ୩୧ଟି ସ୍ଥାନ ।