ପାଟଣା, ୨୦/୧୦: ବାରହା ଶିକାର ପାଇଁ ଜଙ୍ଗଲରେ ଜଗି ରହିଥିଲେ ଶିକାରୀ । ଖବର ପାଇଗଲା ବନ ବିଭାଗ । ଚଢଉ କରି ମଞ୍ଚାରେ ବସିଥିବା ଦୁଇ ଜଣ ଶିକାରୀଙ୍କୁ ଗିରଫ ମଧ୍ୟ କଲା । ଏପରି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ପାଟଣା ଅଞ୍ଚଳରେ ।

ରିପୋର୍ଟ ଅନୁସାରେ, ବିଳମ୍ବିତ ରାତିରେ ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟରେ ଏକ ମଞ୍ଚାରେ ଚଢ଼ାଉ କରି ବନ ବିଭାଗ ଦୁଇ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ବ୍ୟକ୍ତି ହେଲେ ପୋଲାଣଘାଟି ଗ୍ରାମର ରଣଜିତ ମୁଣ୍ଡା ଏବଂ ବଣମହୁଲଡିହା ଗ୍ରାମର କହ୍ନେଇ ନାଏକ। ସେମାନେ ବାରହା ଶିକାର କରିବା ସହ ଅନ୍ୟ ଜୀବଜନ୍ତୁଙ୍କୁ ଧରିବା ପାଇଁ ମଞ୍ଚା ଉପରେ ବସିଥିଲେ । ସେମାନଙ୍କଠାରୁ ବାରହା ମୁଣ୍ଡ ସହ ଦୁଇଟି ଗୋଡ଼ ଏବଂ ବୋମା ଭିଡା ସାମଗ୍ରୀ ଜବତ କରାଯାଇଛି ।