କେନ୍ଦୁଝର ୨୩।୦୯ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ପଛ ପଟୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ । ଏହି ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ଜଣାପପଡିଛି । କେନ୍ଦୁଝର ଟାଉନ ଥାନା ଧୃପଦ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ଗୋଟିଏ ବାଇକରେ ଜଣେ ପୁରୁଷ ଓ ଜଣେ ମହିଳା ଯାଉଥିଲେ । ଏହି ସମୟରେ ପଛ ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଧକ୍କା ପରେ ଉଭୟ ଆରୋହୀ ଟ୍ରକ ତଳେ ପଡିଯାଇଥିଲେ । ଯାହାଫଳରେ ମହିଳାଙ୍କୁ ଟ୍ରକ ପ୍ରାୟ ୨୦୦ ମିଟର ଘୋଷାଡ଼ି ନେଇଥିବା ଜଣାପଡିଛି । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ଜଣଙ୍କୁ ମୃତ୍ୟୁ ହୋଇଯାଇଛି ।

Also Read:- ତୀସ୍ତାରେ ଭାସିଗଲା ହାତୀ ଛୁଆ, ଜୀବନ ବଞ୍ଚାଇଲେ ମତ୍ସ୍ୟଜୀବୀ, ମା’ ସହ ହେଲା ଭାବପ୍ରବଣ ମିଳନ

ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ କେନ୍ଦୁଝର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଫେରାର ଟ୍ରକ୍କୁ ଧରିବା ଉଦ୍ୟମ ଜାରି ରଖିଛି । ଏହାସହ ମୃତକଙ୍କ ପରିଚୟ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ ମୋଟର ସାଇକେଲଟି ରଜନୀ ମହାନ୍ତଙ୍କ ନାମରେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।