Manipur Violence: ବିଶ୍ୱରେ ଯୁଦ୍ଧର ପରିବେଶ ରହିଥିବା ବେଳେ ପାକିସ୍ତାନ ଭାରତକୁ ଆକ୍ରମଣର ଘନ ଘନ ଧମକ ଦେଉଛି। ଏହାରି ଭିତରେ ପୁଣିଥରେ ଅଶାନ୍ତ ହୋଇପଡ଼ିଛି ମଣିପୁର। ରାଜ୍ୟର ବିଷ୍ପୁପୁର ଜିଲ୍ଲାରେ ଏକ ଘର ଉପରେ ଆଟାକ୍ ହୋଇଛି। ଘରକୁ ଟାର୍ଗେଟ୍ କରି ରକେଟ୍ କିମ୍ବା ମୋର୍ଟାର ମାଡ଼ କରାଯାଇ ଥାଇପାରେ ବୋଲି ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେର ଖବର ପ୍ରକାଶ ପାଇଛି। ଏଥିରେ ଦୁଇ ପିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମାଆ ଆହତ ହୋଇଛନ୍ତି।

ଆଜି ସକାଳେ (ଏପ୍ରିଲ ୭) ସମ୍ବେଦନଶୀଳ ପାହାଡ଼ିଆ-ଉପତ୍ୟକା ସୀମାରେ ଅବସ୍ଥିତ ଗାଁ ମୋଇରଙ୍ଗର ଟ୍ରୋଙ୍ଗଲାବି ଆୱାଙ୍ଗ ଲାଇକାଇରେ ଥିବା ଏକ ଘରକୁ ଟାର୍ଗେଟ୍ କରାଯାଇଥିଲା। ଏଥିରେ ଗୋଟିଏ ପରିବାର ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମାଆ ଗୁରୁତର ଆହତ ହୋଇଛନ୍ତି। ତେବେ ଏହା ମୋର୍ଟାର୍ ଥିଲା କି ରକେଟ୍ ମାଡ଼ ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Also Read- Mojtaba Khamenei unconscious: ଚେତାଶୂନ୍ୟ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ମୋଜତବା ଖାମେନୀ: କିଏ ଚଳାଉଛି ଦେଶ?

ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀନିକଟବର୍ତ୍ତୀ ପାହାଡିଆ ଅଞ୍ଚଳରୁ ଏହି ଆକ୍ରମଣ କରାଯାଇଥିବାବେଳେ, ଏଥିରେ ସୀମା ସୁରକ୍ଷା ବାହିନୀର ଜଣେ ଭାରତୀୟ ଯବାନଙ୍କ ଘର ନଷ୍ଟ ହୋଇଯାଇଛି। ତାଙ୍କ ନାଁ ହେଲା ଓଇନାମ୍ ମାଲେମଙ୍ଗାନବା। ସେ ରାଜ୍ୟ ବାହାରେ ନିୟୋଜି ଅଛନ୍ତି। ବିସ୍ଫୋରଣ ସମୟରେ ତାଙ୍କ ପତ୍ନୀ,୩୭ ବର୍ଷୀୟ ଓଇନାମ୍ ଓଙ୍ଗବି ବିନିତା ଏବଂ ସେମାନଙ୍କର ଦୁଇ ପିଲାଘରେ ଥିଲେ। ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କ ବୟସ ପାଞ୍ଚ ବର୍ଷ ହୋଇଥିବା ବେଳେ ଆଉ ଜଣେ ୫ ମାସର ଶିଶୁ। ଏହି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଯବାନଙ୍କ ପତ୍ନୀ ବିନିତା ଗୁରୁତର ଆହତ ହୋଇଛନ୍ତି।

ଭୟଙ୍କର ବିସ୍ଫୋରଣରେ ଚୁରମାର ହୋଇଯାଇଥିଲା ଘର
ଭୋର ସମୟରେ ଯବାନଙ୍କ ଘରେ ଏହି ଆକ୍ରମଣ ହୋଇଥିଲା।ଏଥିରେ ଘରର ଏକପ୍ରକାର ଚୁରମାର ହୋଇଯାଇଥିଲା। ଖବର ପାଇଁ ସ୍ଥାନୀୟ ଲୋକ ଓ ପୁଲିସ ଭଙ୍ଗା ଘରୁ ଯବାନଙ୍କ ଆହତ ପତ୍ନୀ ଓ ଦୁଇ ପୁଅଙ୍କୁ ଉଦ୍ଧାର କରି ଇମ୍ଫାଲର ଡାକ୍ତରଖାନା ନେଇଥିଲେ। ଚିକିତ୍ସା ବେଳେ ଦୁଇ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ବିନିତାଙ୍କ ଚିକିତ୍ସା ଚାଲିଛି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଭୋର ସମୟରେ ଜୋରଦାର ବିସ୍ଫୋରଣ ହୋଇଥିଲା। ଏହାପରେ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।

Also Read- Iran War: ଗୋଟିଏ ରାତିରେ ଇରାନକୁ ଶେଷ କରିପାରିବୁ, ପୁଣି ଧମକ ଦେଲେ ଟ୍ରମ୍ପ

ଟ୍ରୋଙ୍ଗଲାଓବି ଗାଁ ଟି ସମ୍ବେଦନଶୀଳ ଏରିଆ ଚୁରାଚାନ୍ଦପୁର ଜିଲ୍ଲାର ପାଦଦେଶ ରହିଛି। ଏଠି ସଶସ୍ତ୍ର ଗୋଷ୍ଠୀ ସକ୍ରିୟ ଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲାପାହାଡ଼ ଭିତରୁ ଲୁଚି ରହି ପୂର୍ବ ଯୋଜନା ମୁତାବକ ଏହି ଆକ୍ରମଣ କରାଯାଇଛି।କିଛି କିଲୋମିଟର ଦୂରରେ ଏହି ଆକ୍ରମଣ କରାଯାଇଥିବାରୁ ଏଥିରେ ଦୂରଗାମୀ ଅସ୍ତ୍ରର ବ୍ୟବହାର କରାଯାଇଛି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।
​​​​​​​
ପୁଣି ତେଜିଲା ଆନ୍ଦୋଳନ, ସୁରକ୍ଷା କଡ଼ାକଡ଼ି, ସ୍କୁଲ ବନ୍ଦ

ସେପଟେ ଏହି ଆକ୍ରମଣ ପରେ ଉପତ୍ୟକା ଜିଲ୍ଲାଗୁଡ଼ିକରେ ଉତ୍ତେଜନାକୁ ତୀବ୍ର ବୃଦ୍ଧି ପାଇଛି। ଉତ୍ତ୍ୟକ୍ତ ସ୍ଥାନୀୟ ଲୋକମାନେ ବିଷ୍ଣୁପୁର ଦେଇ ଯାଉଥିବା ଦୁଇଟି ତେଲ ଟ୍ୟାଙ୍କର ଏବଂ ଏକ ଟ୍ରକକୁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ତେଲ ଟ୍ୟାଙ୍କର ଚୁରାଚାନ୍ଦପୁର ଅଭିମୁଖେ ଯାତ୍ରା କରୁଥିଲା। ଏଥିସହିତ କିଛି ଲୋକେ ମୋଇରାଙ୍ଗ ପୋଲିସ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଥାନୀୟ ପ୍ରଶାସନ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଘଟଣାକୁ ଦେଖି ଉକ୍ତ ଏରିଆରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି। ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ସଂଲଗ୍ନ ପାହାଡିଆ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସମ୍ଭାବ୍ୟ ପରିସ୍ଥିତିକୁ ଦେଖି ଜିଲ୍ଲାରେ ସ୍କୁଲ ବନ୍ଦ ରଖାଯାଇଛି।