ଆନନ୍ଦପୁର ୦୫।୦୫ : ବାଜିଲା ଖବର, ଚେତିଲା ପ୍ରଶାସନ । ଦୂର ହେଲା ଗାଁ ଲୋକଙ୍କ ଜଳ କଷ୍ଟ । ଏବେ ଗାଁ ଲୋକଙ୍କ ମନର ଖୁସି । ଦେଖିବାକୁ ମିଳିଛି ମୁହଁରେ ହସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର  କଣ୍ଟିପାଳ ପଞ୍ଚାୟତ କେଦାରପୁଟ ଗାଁ ଲୋକଙ୍କ ପାଇଁ ଗୋଟିଏ ନୁହେଁ, ଏକାସାଙ୍ଗେ ଦୁଇ ଦୁଇଟି ଟ୍ୱିଓ୍ୱେଲ୍ ବସାଇଛି ପ୍ରଶାସନ ।

ଖବର ଅନୁଯାୟୀ, ୨୦ରୁ ଅଧିକ ପରିବାର ବସବାସ କରୁଥିବା କେଦାରପୁଟ ଗାଁ ଲୋକେ ପାଣି ମୁନ୍ଦାଏ ପାଇଁ ନାଳ ଉପରେ ନିର୍ଭର କରୁଥିଲେ । ଗାଁରେ ଗୋଟିଏ ମାତ୍ର ଟିଓ୍ୱେଲ୍ ରହିଥିଲା । ହେଲେ ସେଥିରୁ ବାହାରୁଥିଲା ଲୁହାଳିଆ ପାଣି । ଯାହାଫଳରେ ଗାଁ ଲୋକେ ନାଳରେ ଚୁଆ ଖୋଳି ସେଥିରୁ ପାଣି ସଂଗ୍ରହ କରନ୍ତି । ଆଉ ସେହି ପାଣିକୁ ନିଜର ଦୈନଦିନର ଆବଶ୍ୟକତା ମେଣ୍ଟାଇବାକୁ ବାଧ୍ୟ ହେଉଥିଲେ । ପାଣି ଅଭାବ କାରଣରୁ ଅନେକ ବୃଦ୍ଧବୃଦ୍ଧା ମାସ ମାସ ଧରି ଗାଧୋଉଥିବାର ମଧ୍ୟ କହିଥିଲେ । ଯାହାଫଳରେ ନାନା ରୋଗରେ ପୀଡିତ ହେଉଥିଲେ ।

Also Read:-ବଙ୍ଗୋପସାଗରରେ ବାତ୍ୟା ଭୟ ! ମେ' ଦ୍ୱିତୀୟ ସପ୍ତାହରେ ଆସୁଛି ବାତ୍ୟା, ଏଠାରେ କରିପାରେ ଲ୍ୟାଣ୍ଡଫଲ୍

ସେପଟେ କେଦାରପୁଟ ଗାଁ ଲୋକଙ୍କ ଜଳକଷ୍ଟ ନେଇ ନ୍ୟୁଜ ସେଭେନ୍‌ରେ ଖବର ବାଜିଥିଲା । ଯାହାପରେ ଆକ୍ସନକୁ ଆସିଛି ପ୍ରଶାସନ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗାଁରେ ଏକାସାଙ୍ଗେ ଦୁଇଟି ନଳକୂପ ଖୋଳିଛି ପ୍ରଶାସନ । ଦୁଇ ଦିନ ତଳେ ଗାଁରେ ଗୋଟିଏ ନଳକୂପ ନଥିବା ବେଳେ ଏବେ ଦୁଇଟି ଖୋଳାଯାଇଛି । ତେଣୁ ନ୍ୟୁଜ ସେଭେନ୍ର ଏଭଳି ପ୍ରୟାସ ଫଳରେ ଆଜି ଗାଁରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ଏହାସହ ଗାଁଲୋକେ ନ୍ୟୁଜ ସେଭେନ୍ ଟିମକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

Watch Video:-

​​​​​​​