ଜି. ଉଦୟଗିରି ୪।୩: ଦୁଇ ବାଇକ୍ ମୁହାଁମୁହିଁ । ଦୁର୍ଘଟଣାରେ ୪ ମୃତ, ଜଣେ ମହିଳା ଗୁରୁତର । ମୃତକଙ୍କ ମଧ୍ୟରେ ୩ ବର୍ଷର ଶିଶୁ ଥିବା ଜଣାପଡିଛି । ମୃତକ ସମସ୍ତ ଗୋଛାପଡ଼ା ଥାନା ପାଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଛି ।

ଏ ଖବର ବି ପଢ଼ନ୍ତୁ:- ବିଚାରଗତ ଲଢେଇରେ ସମ୍ପର୍କର ସ୍ଥାନ ନାହିଁ ; ଶେଷ ମୁହୂର୍ତ୍ତରେ ସହଯୋଗ ମାଗିଲେ ମୁଁ କିଛି କରିପାରିବିନି

ସୂଚନାଯୋଗ୍ୟ ଯେ, ଟକେରି ଗୁଡ଼ାର ଟିଲୁ ଦିଗାଲ ହୋଲି ଖେଳିବା ବାଳନ୍ଦାପଡ଼ା ଯାଉଥିବା ବେଳେ ବନ୍ଦୁଲି ଛକ ନିକଟରେ ସାମ୍ନାପଟୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଦୁଇ ବାଇକ୍ ଆରୋହୀଙ୍କ ସହ ଜଣେ ଶିଶୁ ଏବଂ ଜଣେ ମହିଳା ପାଖ ଗଛରେ ପିଟି ହୋଇଯାଇଥିଲେ । ଯାହା ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳା ଏବଂ ୩ ବର୍ଷର ଶିଶୁ ଓ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ଗୁରୁତର ଓ ୩ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ମହିଳା ଜଣକ ଗୁରୁତର ଥିବା ଜଣାପଡ଼ିଛି । ମୃତକ ମାନଙ୍କ ମଧ୍ୟରୁ ଜଣେ ହେଲେ ସଲାଗୁଡ଼ା ପଞ୍ଚାୟତର ଟିଟୁ ଦିଗାଲ ହୋଇଥିବା ବେଳେ ବାବୁଲା କହଁର, କାର୍ତ୍ତିକ କହଁର, ବାବନା କହଁର ଏବଂ ଗୁରୁତର ଥିବା ମହିଳା ବବିତା କହଁର ସମସ୍ତ ପାଙ୍ଗା ପଞ୍ଚାୟତର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଗୋଛାପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।