ଭୁବନେଶ୍ବର: ଟିଏସଜି ଗୁରୁକୁଳ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶକୁ ଲକ୍ଷ୍ୟ କରି ଏକ ପ୍ରେରଣାଦାୟକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ପଣ୍ଡିତ ଜିତୁ ଦାସ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ଜୀବନରେ ସଫଳତା ପାଇବା ପାଇଁ ଅନେକ ପ୍ରେରଣାଦାୟକ ଓ ଜୀବନ ପରିବର୍ତ୍ତନକାରୀ ଉପଦେଶ ପ୍ରଦାନ କରିଥିଲେ।

ସେ ଛାତ୍ରଛାତ୍ରୀଙ୍କୁ ନିଜ ସ୍ବପ୍ନ ଓ ଲକ୍ଷ୍ୟ ପ୍ରତି ଏକାଗ୍ର ରହିବା ସହିତ ଶୃଙ୍ଖଳା, ସକାରାତ୍ମକ ଚିନ୍ତାଧାରା ଓ ନୈତିକ ମୂଲ୍ୟବୋଧକୁ ଜୀବନରେ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କର ଉଦ‌ବୋଧନ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉତ୍ସାହ ଓ ଆତ୍ମବିଶ୍ବାସ ସୃଷ୍ଟି କରିଥିଲା। ଏଥ୍ ସହିତ ସେ TSG ଗୁରୁକୁଳର ଉତ୍କୃଷ୍ଟ ଶିକ୍ଷାଦାନ ପ୍ରଣାଳୀ, ଶୃଙ୍ଖଳିତ ପରିବେଶ ଓ ଛାତ୍ରକୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥାକୁ ଉଚ୍ଚ ପ୍ରଶଂସା କରିଥିଲେ। ଶିକ୍ଷା ସହିତ କ୍ରୀଡ଼ା, ସଂସ୍କୃତି ଓ ନେତୃତ୍ଵ ଗଢ଼ି ତୋଳିବାରେ ବିଦ୍ୟାଳୟର ଭୂମିକାକୁ ସେ ସ୍ବାଗତ କରିଥିଲେ।

କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ମହାପାତ୍ରଙ୍କ ନେତୃତ୍ବ ଓ ସମନ୍ୱୟରେ ସୂଚାରୁଭାବେ ପରିଚାଳିତ ହୋଇଥିଲା । ପରିଶେଷରେ ବିଭିନ୍ନ ଚାମ୍ପିଅନସିପ୍ ଓ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯକ୍ରମ ଶେଷରେ ବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ. ଶାରଦା ମିଶ୍ର ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ଟିଏସଜି ଗୁରୁକୁଳ ସଦାସର୍ବଦା ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ସହିତ ଉଚ୍ଚ ମାନବିକ ମୂଲ୍ୟବୋଧରେ ଗଢ଼ିତୋଳିବାକୁ ପ୍ରତିବଦ୍ଧ।

​​​​​​​