Trump's 'hellhole' remark for India: ଶାଳୀନତା ବୋଲି ଏକ ଶବ୍ଦ ଯେମିତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଧାନରେ ନାହିଁ। କାରଣ ତାଙ୍କ ଭାଷା ଓ ଆଚରଣ ଶାଳୀନତାର ସମ୍ପୂର୍ଣ୍ଣ ବିପରୀତ। ଭେନେଜୁଏଲା ଠାରୁ ଇରାନ ପର୍ଯ୍ୟନ୍ତ ଦେଶଗୁଡ଼ିକୁ, ଟ୍ରମ୍ପ ଯେମିତି ବ୍ୟବହାର କରୁଛନ୍ତି ତାହା ତ ଦୁନିଆ ଦେଖୁଛି। ହେଲେ ଭାରତକୁ ମିତ୍ର ରାଷ୍ଟ କହି ସୁଦ୍ଧା ଭାରତ ବିରୋଧରେ ଏଭଳି ଆପତ୍ତିଜନକ ଭାଷା ବ୍ୟବହାର କରୁଛନ୍ତି ତାହା ଶୁଣିବା ମାତ୍ରେ ଭାରତବାସୀଙ୍କ ରାଗ ପଞ୍ଚମରେ ଚଢ଼ିବା ସୋଭାବିକ।

ଏବେ ପୁଣି ଭାରତ ବିରୋଧରେ ଏଭଳି ଏକ ଅଶୋଭନୀୟ ଶବ୍ଦର ପ୍ରୟୋଗ କରିଛନ୍ତି ଟ୍ରମ୍ପ। ସେ ତାଙ୍କ ସୋସିଆଲ୍ ମିଡିଆରେ ଏକ ଚିଠି ଶେୟାର କରିଛନ୍ତି। ଯେଉଁଠାରେ ଭାରତକୁ ନର୍କର ଜାଗା ବୋଲି କୁହାଯାଇଛି। କେବଳ ଭାରତ ନୁହେଁ ଏହି ଚିଠିରେ ଚୀନ ଓ ଅନ୍ୟ ଦେଶମାନଙ୍କୁ ବି ନର୍କ ବୋଲି କୁହାଯାଇଛି। ଜନ୍ମଜାତ ନାଗରକିତାକୁ କଡ଼ା ସମାଲୋଚନା କରି ଟ୍ରମ୍ପ ଏହି ଚିଠି ପୋଷ୍ଟ କରିଛନ୍ତି।

Alos read- ଆମେରିକା ନୌସେନା ସଚିବ ଜନ୍ ଏଫ୍ ଫେଲାନ ଦେଲେ ଇସ୍ତଫା, ଯୁଦ୍ଧ ପରିସ୍ଥିତିରେ ଛାଡିଲେ ପଦ

ଚିଠିରେ କଣ ଲେଖାଯାଇଛି?

ଚିଠିରେ କାର୍ଲିଫର୍ଣ୍ଣିଆ ଟେକ୍ ସେକ୍ଟରରେ ନିଯୁକ୍ତି ପ୍ରକ୍ରିୟାକୁ ସମାଲୋଚନା କରାଯାଇଛି। ଏଥିରେ ଦାବି କରାଯାଇଛି ଯେ କାର୍ଲିଫର୍ଣ୍ଣିଆ ଟେକ୍ ସେକ୍ଟରରେ ଦିଆଯାଉଥିବା ଚାକିରି କ୍ଷେତ୍ରରେ ଭାରତୀୟ ଓ ଚୀନ ନାଗରିକଙ୍କ ପ୍ରଭାବ ଅଧିକ ରହିଛି। ହେଲେ ମୂଳ ଆମେରିକୀୟଙ୍କୁ ଚାକିରି ମିଳୁ ନାହିଁ। ତେବେ ତଥ୍ୟ ନେଇ କୌଣସି ପ୍ରମାଣ ଦିଆଯାଇ ନାହିଁ।

ଚିଠିରେ ଲେଖାଯାଇଛି “ଏଠାରେ(ଆମେରିକାରେ) ଜନ୍ମ ହୋଇଥିବା ପିଲା ତୁରନ୍ତ ନାଗରିକ ହୋଇଯାଏ ଏବଂ ତା’ପରେ ସେମାନେ ଚୀନ୍, ଭାରତ କିମ୍ବା ବିଶ୍ୱର ଅନ୍ୟ କୌଣସି 'ନର୍କ'ରୁ ସେମାନଙ୍କର ସମ୍ପୂର୍ଣ୍ଣ ପରିବାରକୁ ଏଠାକୁ ନେଇ ଆଶନ୍ତି। ଏହା ଦେଖିବା ପାଇଁ ଆପଣଙ୍କୁ ବହୁତ ଦୂର ଯିବାକୁ ପଡିବ ନାହିଁ। ଏଠାରେ ଆଉ ଇଂରାଜୀ କୁହାଯାଏ ନାହିଁ। ଆଜି ଯେଉଁ ପ୍ରବାସୀମାନେ ଏଠାକୁ ଆସୁଛନ୍ତି ସେମାନଙ୍କର ଏହି ଦେଶ ପ୍ରତି ପ୍ରାୟ କୌଣସି ଆନୁଗତ୍ୟ ନାହିଁ, ପୂର୍ବରୁ କିନ୍ତୁ ଏଭଳି ସ୍ଥିତି ନିଥିଲା।” ଚିଠିରେ ଆମେରିକାର ଜନ୍ମଜାତ ନାଗରିକତାକୁ ସମାଲୋଚନା କରାଯାଇଥିବା ବେଳେ ଭାରତ, ଚୀନ ଓ ଅନ୍ୟ ଦେଶଗୁଡ଼ିକୁ ନର୍କ କିମ୍ବା ବହୁତ ଖରାପ ଜାଗା ବୋଲି କୁହାଯାଇଛି।

ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ଶୋସାଲ୍ରେ ଯେଉଁ ଚିଠି ଶେୟାର କରିଛନ୍ତି ସେଥିରେ ଆହୁରି ଲେଖାଯାଇଛି “ନା, ସେମାନେ ଆଜିର ୟୁରୋପୀୟ ଆମେରିକୀୟ କିମ୍ବା ସେମାନଙ୍କ ପୂର୍ବପୁରୁଷମାନଙ୍କ ପରି ନାହାନ୍ତି। ଆଇରିଶମାନେ ମିଶିଗଲେ, ଇଟାଲୀୟମାନେ ମିଶିଗଲେ, ପୋଲିଶମାନେ ମିଶିଗଲେ... ସେମାନେ ସମସ୍ତେ ମିଳିମିସି ଗଲେ ଓ ସେହି ମେଲ୍ଟିଂ ପଟ (ବିଭିନ୍ନ ସଂସ୍କୃତିର ମିଶ୍ରଣ)ରେ ଆମେରିକୀୟ ହୋଇଗଲେ। ମେଲ୍ଟିଂ ପଟର ସେହି ସମୟ ଏବେ ବହୁ ପୂର୍ବରୁ ହିଁ ଶେଷ ହୋଇସାରିଛି। ଏବେ ଏହା କେବଳ ଏକ କ୍ୟାସ୍ ଇନ ପଟ (ଟଙ୍କା ରୋଜଗାର କରିବାର ମାଧ୍ୟମ) ହୋଇ ରହିଯାଇଛି।”

ଚିଠିରେ ଆହୁରି ଲେକାଯାଇଛି “ ଆମେ ଏବେ ମେଲ୍ଟିଂ ପଟ୍ରୁ ଖସି ଚ୍ୟାମ୍ବର ପଟ(ଅଳିଆ ଗଦା) ପର୍ଯ୍ୟନ୍ତ ଆସିଲୁଣି। ଜନ୍ମସିଦ୍ଧ ନାଗରିକତା ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଦଶରେ ଭୋଟିଂ ହେବା ଆବଶ୍ୟକ। ଏହାକୁ ଓକିଲଙ୍କ ହାତରେ ଦିଆଯିବା ଉଚିତ୍ ନୁହେଁ।”

Alos read- Iran-america war: ଶାନ୍ତି ପ୍ରସ୍ତାବ ଆସିବା ଯାଏଁ ଯୁଦ୍ଧବିରତି ବୃଦ୍ଧି କଲେ ଟ୍ରମ୍ପ, ୭୨ ଘଣ୍ଟା ମଧ୍ୟରେ ହୋଇପାରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା

କିଏ ଲେଖିଥିଲା ଏହି ଚିଠି?

ଟ୍ରୁଥ୍ ସୋଶାଲ୍ ଟ୍ରମ୍ପ ଶେୟାର କରିଥିବା ଏହି ଚିଠିଟି ଆମେରିକାର ଅଥି ମୌଳବାଦୀ ମାଇକେଲ ସାଭେଜଙ୍କ ଦ୍ୱାରା ଲେଖାଯାଇଥିଲା। ମାଇକେଲ ଜଣେ ରେଡିଓ ହୋଷ୍ଟ ଓ ଲେଖକ ମଧ୍ୟ। ଜାତିବାଦ ଓ ବର୍ଣ୍ଣବାଦ ନେଇ ଟିପ୍ପଣୀ ପାଇଁ ସେ ଆମେରିକାର ଖୁବ୍ ବଦନାମ ଚେହେରା। ତାଙ୍କର ପ୍ରକୃତ ନାଁ ମାଇକେଲ ଆଲେନ୍ ୱେନର, କିନ୍ତୁ ସେ "ମାଇକେଲ ସାଭେଜ" ନାମରେ ପରିଚିତ। ସେ ଦୀର୍ଘ ସମୟ ଧରି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ରହିଆସିଛନ୍ତି ଏବଂ ଖୋଲାଖୋଲି ଭାବରେ ପ୍ରବାସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଭଳି ତାଙ୍କ ମତାମତକୁ ପ୍ରୋତ୍ସାହିତ କରନ୍ତି।

ସାଭେଜ୍ ଏହି ଚିଠିଟିକୁ ଏପ୍ରିଲ ମାସ ଆରମ୍ଭରେ ତାଙ୍କ ଶୋ ଏବଂ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଯାହାକୁ ଏବେ ଡୋନାଲ୍ଡ ଟ୍ରମ୍ପ ପୁନଃ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ପ୍ରବାସୀଙ୍କୁ ନେଇ ଆମେରିକାର ସୁପ୍ରିମକୋର୍ଟରେ ଚାଲିଥିବା ଯୁକ୍ତି ପ୍ରତି ତାଙ୍କର ଅସନ୍ତୋଷ ପ୍ରକାଶ କରି ଭାରତ ଏବଂ ଚୀନ୍ ଭଳି ଦେଶରୁ ଆସୁଥିବା ପ୍ରବାସୀମାନେ ଆମେରିକାକୁ "ଅଳିଆ ଡବାରେ" ପରିଣତ କରୁଛନ୍ତି ବୋଲି ଟ୍ରମ୍ପ ଦାବି କରିଛନ୍ତି।