ନ୍ୟୁୟର୍କ,୧୧/୦୮ଡରିଯାଇଥିଲେ ଡୋନାଲ୍ଡ ଟ୍ରମ୍ପ୍ । ଜୀବନ ପ୍ରତି ଥିଲା ବିପଦ । ଇରାନ କରିଥାନ୍ତା ଆକ୍ରମଣ । ମାରି ଦେଇଥାନ୍ତା । ଏମିତି କିଛି ଭୟ ଘାରିଥିଲା ଆମେରିକା ରାଷ୍ଟ୍ରପତିଙ୍କୁ । ତେଣୁ ନିଜକୁ ଏକ ଖାସ୍ ଜାଗାରେ ସେ ଲୁଚାଇଥିଲେ । ଗତ ନାଟୋ ସମ୍ମିଳନୀ ସମୟରେ ଏପରି କିଛି କରିଥିଲେ ଟ୍ରମ୍ପ୍ ।

ଓ୍ୱାଶିଂଟନ୍ ପୋଷ୍ଟର ରିପୋର୍ଟ ଅନୁସାରେ, ଗତ ମାସେ ତଳେ ତୁର୍କୀର ଆଙ୍କରାରେ ନାଟୋର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେବାକୁ ଟ୍ରମ୍ପ୍ ତୁର୍କୀ ଗସ୍ତ କରିଥିଲେ । ଅନ୍ୟ ବିଶ୍ୱନେତା ମଧ୍ୟ ଏଠାକୁ ଆସିଥିଲେ । ଟେଲିଭିଜନ କ୍ୟାମେରାରେ ସେ ବିମାନବନ୍ଦରରେ ଏୟାରଫୋର୍ସ ଓ୍ୱାନକୁ ଚଢୁଥିବା ନଜର ଆସିଥିଲେ । କିନ୍ତୁ ମାତ୍ର କିଛି ମିନିଟ୍ ପରେ ତାଙ୍କୁ ଆମେରିକା ଏୟାରଫୋର୍ସର ସି-୩୨ଏ ଏୟାରକ୍ରାଫ୍ଟକୁ ସ୍ଥାନାନ୍ତର କରାଯାଇଥିଲା ।

ଟ୍ରମ୍ପଙ୍କ ଏହି ସିକ୍ରେଟ୍ ଅପରେସନରେ ସାମିଲ ଥିବା ଜଣେ ୟୁଏସ ଅଧିକାରୀ କହିଛନ୍ତି ଯେ, ଟ୍ରମ୍ପଙ୍କୁ ଏକ ଛୋଟ ଏୟାରକ୍ରାଫ୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଗୋଟିଏ ବିମାନରୁ ଅନ୍ୟ ବିମାନକୁ ଟ୍ରମ୍ପଙ୍କୁ ସ୍ଥାନାନ୍ତର ପାଇଁ କ୍ୟାଟରିଂ ଟ୍ରକ୍ ବ୍ୟବହାର ହୋଇଥିଲା । ଏହି ଟ୍ରକରେ ଖାଦ୍ୟ ପଠାଯାଏ । କିନ୍ତୁ ଟ୍ରମ୍ପଙ୍କୁ ଏଥିରେ ସୁରକ୍ଷିତଭାବେ ଦ୍ୱିତୀୟବିମାନକୁ ନିଆଯାଇଥିଲା ।

Also Read :- ଅବସର ଘୋଷଣା ପରେ ପ୍ରଥମେ କଲ୍ କରିଥିଲେ ସଚିନ, ଏହାପରେ ଆସିଥିଲା ଏହି ଖେଳାଳିଙ୍କ ମେସେଜ୍...ମାନିଲେ ରାହାଣେ

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଟ୍ରମ୍ପଙ୍କ ଲୋକେସନ୍ ବାବଦରେ କାହାକୁ କୁହାଯାଇନଥିଲା । ସାମ୍ବାଦିକଙ୍କ ପାଖରେ ଏନେଇ ତଥ୍ୟ ନଥିଲା । ଆମେରିକା ରାଷ୍ଟ୍ରପତିଙ୍କ ସହ କେବଳ କିଛି ହ୍ୱାଇଟ୍ ହାଉସର ଅଧିକାରୀ ଯାତ୍ରା କରିଥିଲେ । କାରଣ ଇରାନ ପକ୍ଷରୁ ଆକ୍ରମଣ ଆଶଙ୍କା ରହିଥିଲା । ତେଣୁ ଏପରି ନିଷ୍ପତ୍ତି ନିଆଯାଇଥିଲା ।

ଏତତ୍ ବ୍ୟତୀତ ଜୁଲାଇ ୮ ତାରିଖରେ ସେ ତୁର୍କୀ ଛାଡିଥିଲେ । ଏନେଇ ସେ ଟ୍ରୁଥ୍ ସୋସିଆଲରେ ପ୍ରକାଶ କରିଥିଲେ । ଖାଲି ଏତିକି ନୁହେଁ ସେ ନାଟୋ ବୈଠକରେ ସାମିଲ ହେବାକୁ ଯେଉଁ ବିମାନରେ ଗସ୍ତ କରିଥିଲେ ସେଥିରେ ୟୁକେ ଗସ୍ତ କରିବେ ନାହିଁ ବୋଲି କହିଥିଲେ । ଆଙ୍କାରା ଛାଡିବା ପୂର୍ବରୁ ସେ କହିଥିଲେ ଯେ, ବ୍ରିଟେନ୍ ପାଇଁ ସେ ଏୟାରଫୋର୍ସ ଓ୍ୱାନର ବିମାନ ବ୍ୟବହାର କରିବେ । ଏହା ତାଙ୍କର ପୁରୁଣା ବିମାନ । ତୁର୍କୀ ଗ୍ସତ ପାଇଁ ସେ ଏକ ନୂଆ ବିମାନର ସାହାଯ୍ୟ ନେଇଥିଲେ ।