ନୂଆଦିଲ୍ଲୀଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଆରମ୍ଭ ହୋଇଥିବା ଯୁଦ୍ଧ ଏପର୍ଯ୍ୟନ୍ତ ଆକାଶ ମାର୍ଗରେ ପ୍ରାୟତଃ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ମାଧ୍ୟମରେ ଲଢ଼ାଯାଉଛି। କିନ୍ତୁ ଏବେ ୱାଶିଂଟନ ମାଟିରେ ଯୁଦ୍ଧ ଲଢ଼ିବାକୁ ଚାହୁଁଛି। ସୀମିତ ସ୍ଥଳ ସେନା ଅପରେସନ କରିବା ନେଇ ଟ୍ରମ୍ପ ପ୍ରଶାସନର ଆଲୋଚନା ଆରମ୍ଭ ହୋଇଛି। ଆଲୋଚନା ସହିତ ପରିଚିତ ଅଧିକାରୀଙ୍କ ଠାରୁ ତଥ୍ୟ ନେଇ ଏନ୍‌ବିସି ନ୍ୟୁଜ୍ ଏହି ରିପୋର୍ଟ ପ୍ରକାଶ କରିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଭିତରେ ନିର୍ଦ୍ଦିଷ୍ଟ ମିଶନ ପାଇଁ କମ୍ ସଂଖ୍ୟକ ଆମେରିକୀୟ ସୈନ୍ୟ ମୁତୟନ କରିବାକୁ ଆଗ୍ରହୀ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ଆଭ୍ୟନ୍ତରୀଣ ଗୋଷ୍ଠୀ ଏବଂ ହ୍ୱାଇଟ୍ ହାଉସ୍ ବାହାରେ ରିପବ୍ଲିକାନ୍ ସହଯୋଗୀମାନଙ୍କ ସହିତ ଗ୍ରାଉଣ୍ଡ ଅପରେସନ ନେଇ ଆଲୋଚନା ଚାଲିଛି। ବଡ଼ ଧରଣର ଆକ୍ରମଣ ପରିବର୍ତ୍ତେ ସୀମିତ ସୈନ୍ୟ ନିୟୋଜନ ଉପରେ ଟ୍ରମ୍ପ ପ୍ରଶାସନର ଧ୍ୟାନ କେନ୍ଦ୍ରିତ ରହିଛି।

ଅନ୍ୟ ଏକ ରିପୋର୍ଟରେ, ଆକ୍ସିଓସ୍ ନାମକ ଆମେରିକୀୟ ମିଡିଆ ଲେଖିଛି ଯେ ଆମେରିକା ଏବଂ ଇସ୍ରାଏଲ ଯୁଦ୍ଧର ପରବର୍ତ୍ତୀ ପର୍ଯ୍ୟାୟରେ ଇରାନକୁ ସ୍ୱତନ୍ତ୍ର ବାହିନୀ ପଠାଇବାର ସମ୍ଭାବନା ବିଷୟରେ ଆଲୋଚନା କରିଛନ୍ତି। ଯାହାଦ୍ୱାରା ଇରାନ ଅତ୍ୟଧିକ ସମୃଦ୍ଧ ୟୁରାନିୟମ ଭଣ୍ଡାରକୁ ଅକ୍ତିଆର କରାଯାଇପାରିବ। ଏପରି ଏକ ଅପରେସନରେ ସୈନ୍ୟମାନେ ଇରାନ ଅଣ୍ଡର ଗ୍ରାଉଣ୍ଡ ସୁଦୃଢ଼ ଭୂତଳ ଷ୍ଟୋରରେ ପ୍ରବେଶ କରିପାରିବେ। ଯେଉଁଠାରେ ୟୁରାନିୟମ ସଂରକ୍ଷଣ ରହିଥିବା ସନ୍ଦେହ କରାଯାଉଛି।

ଆମେରିକୀୟ ଅଧିକାରୀଙ୍କ ମଧ୍ୟରେ ଏକ ପ୍ରମୁଖ ଚିନ୍ତାର ବିଷୟ ହେଉଛି ଇରାନ ପାଖରେ ଥିବା ଅତ୍ୟଧିକ ଉନ୍ନତମାନର ୟୁରାନିୟମର ଭଣ୍ଡାର। ଏହି ସାମଗ୍ରୀ - ପ୍ରାୟ ୪୫୦ କିଲୋଗ୍ରାମ ରହିଥିବା ଏହାର ସୁଦ୍ଧତା ୬୦ ପ୍ରତିଶତ ରହିଛି। ଯଦି ଏହାକୁ ଆହୁରି ଏନ୍ରିଚ୍ଡ କରାଗଲା ତେବେ ଏହାକୁ ୱେପନ-ଗ୍ରେଡ୍ ୟୁରାନିୟମରେ ପରିଣତ କରାଯାଇପାରିବ। ଫଳରେ ଆମେରିକା ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହେବାର ସମ୍ଭାବନା ରହିଛି। ଆଉ ଆମେରିକା ଏହା ଆଦୌ ଚାହୁଁନି।