ନୂଆଦିଲ୍ଲୀ, ୦୫/୦୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ହ୍ରାସ ପାଉନି । ସିଜ୍ ଫାୟାର ଘୋଷଣା ହୋଇଛି । ହେଲେ ବୟାନବାଜିରେ ପରସ୍ପରକୁ ରକ୍ତାକ୍ତ କରୁଛନ୍ତି ଦୁଇ ଦେଶ । ସବୁଠୁ ବେଶି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଛନ୍ତି ଆମେରିକା ଏବଂ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ । ଖାଲି ଇରାନ ନୁହେଁ ଅନେକ ଦେଶ ସହ ଟ୍ରମ୍ପଙ୍କ ଭଲ ସମ୍ପର୍କ ନାହିଁ । ଯାହାକୁ ନେଇ ଲୋକେ ମଧ୍ୟ ଅତିଷ୍ଠ ହେଲେଣି । ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ଅନେକ ପୋଲ୍ ରେ ଲୋକେ ଖୁସି ନଥିବା ନଜର ଆସିଛି । ହେଲେ ଏସବୁକୁ ଫେକ୍ ଏବଂ ମିଛ ବୋଲି କହିଛନ୍ତି ଟ୍ରମ୍ପ୍ ।

ବିଭିନ୍ନ ପୋଲରେ ପ୍ରକାଶ ପାଇଛି ଯେ, ଯୁଦ୍ଧ ପ୍ରତି ଆମେରିକୀୟଙ୍କ ସମର୍ଥନ ନାହିଁ । ଟ୍ରମ୍ପଙ୍କ ଲୋକପ୍ରିୟତା ଖସୁଛି । ଲୋକେ ଟ୍ରମ୍ପଙ୍କ ସରକାରରେ ଅତିଷ୍ଠ ହୋଇଗଲେଣି । ହେଲେ ଏସବୁକୁ ଫେକ୍ ବୋଲି ୟୁଏସ ରାଷ୍ଟ୍ରପତି କହିଛନ୍ତି । ହ୍ୱାଇଟ୍ ହାଉସର ଏକ ସମ୍ମିଳନୀରେ ଟ୍ରମ୍ପ୍ ଏପରି କହିବା ସହ ଏସବକୁ ଫର୍ଜି କହିଛନ୍ତି । କେବଳ ଏତିକି ନୁହେଁ ଆମେରିକା ଜାହାଜ ଉପରେ ଆକ୍ରମଣ ହେଲେ ତେହେରାନକୁ ବିଶ୍ୱର ନକ୍ସାରୁ ହଟାଇଦେବେ ବୋଲି ସେ ଚେତାବନୀ ଦେଇଛନ୍ତି ।

ଟ୍ରମ୍ପଙ୍କ ବିରୋଧ

ଯୁଦ୍ଧକୁ ଜନତାଙ୍କ କମ୍ ସମର୍ଥନ ନେଇ ପ୍ରକାଶ ପାଇଥିବା ଏକ ପୋଲ୍ ରେ ଟ୍ରମ୍ପ୍ ଅସନ୍ତୋଷ ଜାହିର କରିଛନ୍ତି । ସେ କହିଛନ୍ତି ଯେ, ସଂସ୍ଥାମାନେ ଯେଉଁ ପୋଲ୍ ଦେଖାଉଛନ୍ତି ତାହା ନକଲି । ଏଥିରେ କେବଳ ୩୨ ପ୍ରତିଶତ ଲୋକେ ହିଁ ଯୁଦ୍ଧ ସପକ୍ଷରେ ମତ ଦେଇଛନ୍ତି । ପୋଲ୍ କରୁଥିବା ସଂସ୍ଥା ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାକୁ ଦିଆଯିବା ଉଚିତ ନା ନାହିଁ ପଚାରିବା କଥା । ସେ ନିଜେ ଯୁଦ୍ଧ ପସନ୍ଦ କରୁ ନାହାଁନ୍ତି ହେଲେ ଆମେରିକା ସେନା ବିଶ୍ୱର ସବୁଠୁ ଆଧୁନିକ ଏବଂ ଶକ୍ତିଶାଳୀ ସେନା ଅଟେ ।

ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଟ୍ରମ୍ପ୍ ପ୍ରକାଶ କରିଛନ୍ତି ଯେ, ପ୍ରୋଜେକ୍ଟ୍ ଫ୍ରିଡମ୍ ଆଧାରରେ ଆମେରିକା ଇରାନକୁ ବଡ ଝଟକା ଦେଇଛି । ଏବେ ଆମେରିକା ନୌସେନା ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ବିଭିନ୍ନ ଜାହାଜକୁ ଏକ୍ସକର୍ଟ୍ କରିବା ବଦଳରେ ଗାଇଡ୍ କରିବ । ଏସବୁ ଭିତରେ ଆଉ ଏକ କୂଟନୈତିକ ଘଟଣା ସାମ୍ନାକୁ ଆସୁଛି । ଆଲୋଚନା ପାଇଁ ଇରାନ ପୂର୍ବପେକ୍ଷା ଅଧିକ ଲୋଭୀ ହୋଇଯାଇଥିବା ଟ୍ରମ୍ପ୍ ନିଜ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।