ଭୁବନେଶ୍ବର: ମହାଶିବରାତ୍ରିରେ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଥିବା ଅଭିଯୋଗ ଆଣି ସରକାରଙ୍କୁ ଘେରିଲା ବିଜେଡି। ସୋମବାର ବିଜେଡି ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସରକାରଙ୍କ ଉପରେ ବର୍ଷିଛନ୍ତି।

ବିଜେଡି ମୁଖପାତ୍ର କହିଛନ୍ତି ‘‘ଚଳିତ ବର୍ଷ ଶିବରାତ୍ରିରେ ଭକ୍ତ ନିରାଶ ହୋଇଛନ୍ତି । କେବଳ ଲିଙ୍ଗରାଜ ମନ୍ଦିର ନୁହେଁ ବରଂ ରାଜ୍ୟର ବହୁ ଶୈବ ପୀଠରୁ ବହୁ ଅସୁବିଧା ଖବର ଆସିଛି । କେଉଁଠି ସେବାୟତ ସମସ୍ୟା ତ କେଉଁଠି ଭକ୍ତଙ୍କୁ ଦର୍ଶନ ପାଇଁ ହଇରାଣ ହେବାକୁ ପଡ଼ିଥିଲା। ଏହା ସହ ମହାଶିବରାତ୍ରିରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ତରବରିଆ ଭାବେ ଉଠାଇବା, ସେବାୟତ ପୋଲିସ ମଧ୍ୟରେ ଗଣ୍ଡଗୋଳ, ଲମ୍ବା ଲାଇନରେ ଛିଡ଼ା ହୋଇ ଦର୍ଶନ ପାଇଁ ଭକ୍ତ ନିରାଶ ଓ ମାଳ ମାଳ ଭିଆଇପି ପାସ ବଣ୍ଟନ ଘଟଣା ଓଡ଼ିଶାକୁ ନିନ୍ଦିତ କରିଛି। ସବୁ ଜାଗାରେ ପ୍ରଶାସନିକ ଅବ୍ୟବସ୍ଥା ନଜରକୁ ଆସିଛି।’’ ବାହାର ରାଜ୍ୟର ଭକ୍ତ ମଧ୍ୟ ରାଜ୍ୟ ସରକାର ଓ ପ୍ରଶାସନକୁ ଦାୟୀ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।

ସେହିଭଳି ରତ୍ନ ଭଣ୍ଡାର ଗଣତି ମଣତି ପ୍ରସଙ୍ଗକୁ ନେଇ ମଧ୍ୟ ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଲେନିନ୍ କହିଛନ୍ତି, ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ରାଜ୍ୟ ବିଜେପି ସରକାର ରାଜନୀତି ନ କରନ୍ତୁ। ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଗଣତି ମଣତି ନେଇ ପୂର୍ବ ସରକାର ସମୟରେ ସବୁ ବ୍ୟବସ୍ଥା ଶେଷ ହୋଇଥିଲା। ସେହି ସମୟରେ ୨୦୨୪ ଅଗଷ୍ଟରେ ଗଣତି ମଣତି ପାଇଁ ବିଜେଡି ସରକାର ନିଷ୍ପତ୍ତି ନେଇ ସ୍ଥିର ହୋଇ ସାରିଥିଲା। ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ମିଛ କଥା କହି ସରକାରକୁ ଆସିବା ପରେ ରତ୍ନଭଣ୍ଡାର ଗଣତିକୁ ନେଇ ବାହା ବାହା ନେବାକୁ ଅପଚେଷ୍ଟା କରୁଛନ୍ତି।’’

ସେ ଆହୁରି କହିଛନ୍ତି ସରକାରଙ୍କୁ ହାଇକୋର୍ଟ ଛାଟ ପରେ ତରବରିଆ ଭାବେ ଏହି ଗଣତି ନିଷ୍ପତି ନେବାକୁ ଯାଉଛନ୍ତି ସରକାର ବୋଲି ବିଜେଡ଼ି କହିଛି।ସେହିପରି ରତ୍ନ ଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀ ରାଜନୀତି ଠାରୁ ଦୁରେଇ ରୁହନ୍ତୁ ବୋଲି ବିଜେଡ଼ି କହିଛି। ସେହିପରି ଚାରିଦ୍ୱାର ଖୋଲି ବା ନିଷ୍ପତ୍ତି ନେଇ ସରକାର ଯେଉଁ ବାହା ବାହା ନେବାକୁ ଚେଷ୍ଟା କରୁଥଲେ ସେଥିରେ ବିଫଳ ହୋଇଛନ୍ତି ସରକାର। ପୂର୍ବରୁ ପ୍ରଭୁଙ୍କ ଦର୍ଶନ ପାଇଁ ବିଜେଡି ସରକାର ସମୟରେ ଯାହା ଥିଲା ପୁଣି ସେହି ବ୍ୟବସ୍ଥା ଏବେ ଏହି ସରକାରଙ୍କୁ କରିବାକୁ ପଡ଼ିଲା। ଚାରି ଦ୍ୱାରା ଖୋଲିବା ନେଇ ଡିଣ୍ଡିମ ପିଟା ବନ୍ଦ କରନ୍ତୁ l ମିଛି ମିଛିକା କଥା କହି ସରକାର ଙ୍କୁ ଆସିଥଲେ। ନବୀନ ବାବୁ କିନ୍ତୁ ଜଗନ୍ନାଥ ଙ୍କୁ ନେଇ କେବେ ରାଜନୀତି କରି ନାହାନ୍ତି। ତେବେ ରତ୍ନ ଭଣ୍ଡାରରେ ବର୍ତ୍ତମାନ ସ୍ଥିତିରେ କେତେ ଅଳଙ୍କାର ଅଛି ତାକୁ ନେଇ ଆମେ ସଂଶୟ ଅଛୁ ବୋଲି ବିଜେଡି କହିଛି।