ନୂଆଦିଲ୍ଲୀ ୦୧।୦୫; ନେପାଳର ଏକ ବଡ ଦୁର୍ଘଟଣା ଘଟିଛି । ଗୁରୁବାର ଦିନ ରୋଲପା ଜିଲ୍ଲାରେ ପ୍ରାୟ ୭୦୦ ମିଟର ଗଭୀର ଘାଟିକୁ ଖସିଲା ଜିପ। ଯାହା ଫଳରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଏହି ସୂଚନା ଦେଇଛି ପୋଲିସ । କହିଛି ଯେ ଥାୱାଙ୍ଗ ଗ୍ରାମୀଣ ପୌରପାଳିକାର ଜଳଜଲା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ଯେତେବେଳେ ବର୍ଷା ମଧ୍ୟରେ ଗାଡିଟି କାଦୁଅରେ ଖସି ପାହାଡ଼ ତଳକୁ ଖସି ପଡ଼ିଥିଲା। ପୋଲିସ ଅନୁଯାୟୀ, ଏହି ଦୁର୍ଘଟଣାରେ ୨୦ ଜଣଙ୍କର ଜୀବନ ଯାଇଛି।

ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

ରୋଲପା ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସୂଚନା ଅଧିକାରୀ ସୁନୀଲ ଥାପାଙ୍କ ଅନୁଯାୟୀ, ଶୁକ୍ରବାର ଜଳଜଲାରେ ଅନୁଷ୍ଠିତ ହେବାକୁ ଥିବା ବୈଶାଖ ପୂର୍ଣ୍ଣିମା ମହୋତ୍ସବରେ ଯୋଗଦେବା ପାଇଁ ସ୍ଥାନୀୟ ବାସିନ୍ଦା ଏକ ଘରୋଇ ଜିପ୍ ଭଡ଼ା ନେଇଥିଲେ। ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସେମାନେ ଆହୁରି କହିଛନ୍ତି ଯେ ଦୁର୍ଘଟଣା ସମୟରେ ଗାଡ଼ିରେ ଥିବା ଯାତ୍ରୀଙ୍କ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ନିର୍ଣ୍ଣୟ କରାଯାଇ ନାହିଁ।

ରୋଲପା ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସୂଚନା ଅଧିକାରୀ ପୋଲିସ ଇନ୍ସପେକ୍ଟର କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଉୱା ଓ ଥାୱାଙ୍ଗରୁ ଦଳଗୁଡ଼ିକୁ ନିୟୋଜିତ କରାଯାଇଛି। ବର୍ଷା ଯୋଗୁଁ ଖସିପଡ଼ିଥିବା ନେଇ ଦୁର୍ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି। ଏନେଇ ଅଧିକ ତଦନ୍ତ କରାଯାଉଛି।

Also Read-ଭାରତକୁ ୬୫୦ଟି ପ୍ରାଚୀନ ସାମଗ୍ରୀ ଫେରାଇଲା ଆମେରିକା, ୧.୪ କୋଟି ଡଲାର ମୂଲ୍ୟର ଐତିହ୍ୟ ସଂଗ୍ରହରେ ଅନେକ ମୂର୍ତ୍ତି ସାମିଲ