କୋଲକାତା,୮|୦୬:ତୃଣମୂଳ କଂଗ୍ରେସର ଅବସ୍ଥା ନକହିବା ଭଲ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଦଳର ସ୍ଥିତି ଏବେ ଦୋହଲି ଯାଇଛି । ଦଳରେ ବିଦ୍ରୋହ ଆରମ୍ଭ ହୋଇଗଲାଣି । ମମତା ବାନାର୍ଜୀଙ୍କ ନେତୃତ୍ୱକୁ ନେତା ଚ୍ୟାଲେଞ୍ଜ୍ କରୁଛନ୍ତି । ବିଧାୟକ ଏବଂ ସାଂସଦମାନେ ଦିଦିଙ୍କ କଥା ମାନୁ ନାହାଁନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ସାଂସଦ ସୁଖେନ୍ଦୁ ରୟ ଇସ୍ତଫା ପ୍ରଦାନ କରିଥିଲେ । ଏବେ ବିଜେପି ନେତାଙ୍କ ଘରେ ଅନେକ ସାଂସଦଙ୍କ ବୈଠକ ଦଳରେ ବିପର୍ଯ୍ୟୟ ଚର୍ଚ୍ଚାକୁ ଜୋର୍ କରିଛି ।

ସୋମବାର ଟିଏମସିର ୧୪ ଜଣ ବିଦ୍ରୋହୀ ସାଂସଦ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି । ବିଜେପି ନେତା ଭୁପେନ୍ଦ୍ର ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଏହି ଭେଟଘାଟ୍ ହୋଇଛି । ଶୁଭେନ୍ଦୁ ଆଜି ଦିଲ୍ଲୀରେ ପହଁଚିଛନ୍ତି । ଭେଟଘାଟରେ ବିଜେପି ନେତା ବିପ୍ଳବ ଦେବଙ୍କ ସମେତ ଅନ୍ୟ କିଛି ନେତା ମଧ୍ୟ ଉପସ୍ଥିତ ରହିଛନ୍ତି ।

Also Read :- Huge Drop In Gold And Silver Rate: ବହୁତ ଖସିଲା ସୁନା ଓ ରୂପା ଦର, ୧୦ ଗ୍ରାମ ସୁନା ₹୩,୪୭୦ ଏବଂ ରୂପା ₹୧୫,୭୪୮ ଶସ୍ତା, ଜାଣନ୍ତୁ ଆଜିର ରେଟ୍

ସୂତ୍ରାନୁସାରେ, ସୋମବାର ଟିଏମସିର ୫ ବିଦ୍ରୋହୀ ସାଂସଦ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ଘରେ ପହଁଚିଥିଲେ । ଏହାପରେ ଅନ୍ୟ ସାଂସଦମାନେ ଆସିଥିଲେ । ଦିନ ୧ଟା ବେଳେ ଶୁଭେନ୍ଦୁ ଅଧିକାରୀ ପହଁଚିଥିଲେ । ୨ଟାପରେ ସମସ୍ତେ ଭୁପେନ୍ଦ୍ରଙ୍କ ଘରୁ ବାହାରିଥିଲେ । ଏଥିରେ ଟିଏମସି ଛାଡିଥିବା ସୁଖେନ୍ଦୁ ଶେଖର ରୟଙ୍କ ସମେତ ଶର୍ମିଲା ସରକାର, ପ୍ରସୁନ ବାନାର୍ଜୀ, ଜଗଦୀଶ ବସୁନିୟା, କାଲିପଦ ସୋରେନ ଏବଂ ଅରୁପ ଚକ୍ରବର୍ତ୍ତୀ ଆଦି ଉପସ୍ଥିତ ରହିଥିଲେ ।

ଭାଙ୍ଗୁଛି ଟିଏମସି

କୁହାଯାଉଛି ଯେ, ଟିଏମସି ଭାଙ୍ଗିଯିବ । କାରଣ ବିଧାନସଭାରେ 60ରୁ ଅଧିକ ଦଳୀୟ ବିଧାୟକ ମମତାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ସେମାନେ ମମତାଙ୍କ ଫୋନ୍ ରିସିଭ୍ କରୁ ନାହାଁନ୍ତି । ଅନେକ ସାଂସଦ ମଧ୍ୟ ମମତାଙ୍କୁ ଆଉ ଖାତିର କରୁ ନାହାଁନ୍ତି । ମମତା ଡାକୁଥିବା ବୈଠକରେ ଟିଏମସିର ମାତ୍ର ହାତଗଣତି ନେତା ହିଁ ସାମିଲ ହେଉଛନ୍ତି ।

ଇଣ୍ଡି ମେଣ୍ଚ ବୈଠକରେ ମମତା

ଅନ୍ୟ ଦିଗରେ ଟିଏମସି ନେତ୍ରୀ ମମତା ବାନାର୍ଜୀ ଇଣ୍ଡି ମେଣ୍ଟର ଗୁରୁତ୍ୱପୂର୍ମ୍ଣ ବୈଠକରେ ସାମିଲ ହୋଇଛନ୍ତି । ବୈଠକରେ ତାଙ୍କୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଆଲିଙ୍ଗନ କରିଥିଲେ । ଉଭୟ ନେତ୍ରୀ କିଛି ସମୟ ଧରି ଆଲୋଚନା କରିଥିଲେ ।