ଭୁବନେଶ୍ବର: ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ଆଜି ଅର୍ଥାତ୍ ଜୁନ୍ ୮ ତାରିଖରେ ସୁନା ଏବଂ ରୂପା ଦରରେ ବଡ଼ ଧରଣର ହ୍ରାସ ଘଟିଛି। IBJA ପକ୍ଷରୁ ମଧ୍ୟାହ୍ନର ସୁନା ଦର ଜାରି କରାଯାଇଛି, ଯେଉଁଥିରେ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।

IBJA ଅନୁଯାୟୀ, ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ୍ ପିଛା) ଦାମ୍ ୩,୪୭୦ ଟଙ୍କା ହ୍ରାସ ପାଇ ୧,୫୦,୭୬୮ ଟଙ୍କାରେ ପହଞ୍ଚିଛି। ସେହିପରି ୧ କିଲୋଗ୍ରାମ୍ ରୂପା ଦର ୧୫,୭୪୮ ଟଙ୍କା ଖସି ୨.୪୧ ଲକ୍ଷ ଟଙ୍କାରେ ସ୍ଥିର ରହିଛି। ଦର ଏତେ ମାତ୍ରାରେ ଖସିଥିବାରୁ କିଣାକିଣି କରିବାର ସଠିକ୍ ସମୟ ଅଟେ।

ବିଭିନ୍ନ କ୍ୟାରେଟ୍ ସୁନାର ଆଜିର ଦର (୧୦ ଗ୍ରାମ୍ ପିଛା):

  1. ୨୪ କ୍ୟାରେଟ୍ (୯୯୯ ଶୁଦ୍ଧତା): ୩,୪୭୦ ଟଙ୍କା କମି ନୂଆ ଦର ୧,୫୦,୭୬୮ ଟଙ୍କା
  2. ୨୩ କ୍ୟାରେଟ୍ (୯୯୫ ଶୁଦ୍ଧତା): ୩,୪୫୬ ଟଙ୍କା କମି ନୂଆ ଦର ୧,୫୦,୧୬୪ ଟଙ୍କା
  3. ୨୨ କ୍ୟାରେଟ୍ (୯୧୬ ଶୁଦ୍ଧତା): ୩,୧୭୯ ଟଙ୍କା କମି ନୂଆ ଦର ୧,୩୮,୧୦୩ ଟଙ୍କା
  4. ୧୮ କ୍ୟାରେଟ୍ (୭୫୦ ଶୁଦ୍ଧତା): ୨,୬୦୩ ଟଙ୍କା କମି ନୂଆ ଦର ୧,୧୩,୦୭୬ ଟଙ୍କା
  5. ୧୪ କ୍ୟାରେଟ୍ (୫୮୫ ଶୁଦ୍ଧତା): ୨,୦୩୦ ଟଙ୍କା କମି ନୂଆ ଦର ୮୮,୧୯୯ ଟଙ୍କା

ସର୍ବକାଳୀନ ଉଚ୍ଚ ସ୍ତରରୁ (All-time high) କେତେ ଖସିଲାଣି ଦର?

ଚଳିତ ବର୍ଷ ସୁନା ଓ ରୂପା ଦରରେ ଲଗାତାର ଉଠାପକା ଦେଖିବାକୁ ମିଳୁଛି।

ସୁନା:୨୦୨୫ ଡିସେମ୍ବର ୩୧ ତାରିଖରେ ସୁନା ଦର ୧.୩୩ ଲକ୍ଷ ଟଙ୍କା ଥିବାବେଳେ ଜାନୁଆରୀ ୨୯ ସୁଦ୍ଧା ଏହା ୧.୭୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ତେବେ ସେବେଠାରୁ ବର୍ତ୍ତମାନ ସୁଦ୍ଧା ସୁନା ଦରରେ ପ୍ରାୟ ୨୫,୦୦୦ ଟଙ୍କା ହ୍ରାସ ପାଇସାରିଲାଣି।

ରୂପା:ସେହିପରି ରୂପା ଜାନୁଆରୀ ୨୯ ରେ ୩.୮୬ ଲକ୍ଷ ଟଙ୍କାର ସର୍ବକାଳୀନ ଉଚ୍ଚ ସ୍ତର ଛୁଇଁଥିଲା। ଏବେ ସେହି ସ୍ତରରୁ ଏହାର ଦାମ୍ ପ୍ରାୟ ୧.୪୫ ଲକ୍ଷ ଟଙ୍କା କମିସାରିଲାଣି।

(ଜରୁରୀ ସୂଚନା: ମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (IBJA) ଦ୍ୱାରା ଜାରି କରାଯାଉଥିବା ଉପରୋକ୍ତ ଦରଗୁଡ଼ିକରେ ଜିଏସଟି (GST) ସାମିଲ ନଥାଏ; ଏହା କେବଳ ଟିକସ ପୂର୍ବର ଦର ଅଟେ। ତେଣୁ ଆପଣ ଯେତେବେଳେ ଦୋକାନରୁ ସୁନା ଅଳଙ୍କାର କିଣିବେ, ସେତେବେଳେ ଏହି ଦର ଉପରେ ଜିଏସଟି (GST) ଏବଂ ଗଢ଼ା ମଜୁରି (Making charges) ଅଲଗା ଭାବେ ଲାଗୁ ହୋଇଥାଏ, ଯାହା ଫଳରେ ସୋରୁମ୍ରେ ଆପଣଙ୍କୁ ଅଧିକ ଚୂଡ଼ାନ୍ତ ମୂଲ୍ୟ ଦେବାକୁ ପଡ଼ିବ।)