ତିରୁପତି: ତିରୁମାଲାର ତିରୁପତି ମନ୍ଦିରକୁ ଜଣେ ଭକ୍ତ ଗୁରୁବାର ୧୨୧ କିଲୋ ସୁନା ଅଳଙ୍କାର ଦାନ କରିଛନ୍ତି । ଏହି ଅଳଙ୍କାର ମୂଲ୍ୟ ପ୍ରାୟ ୨୦୮ କୋଟି ଟଙ୍କା । ଚେନ୍ନାଇର ସମାଜସେବୀ ଦମ୍ପତି ବର୍ଦ୍ଧମାନ ଜୈନ ଏବଂ ରାଧିକା ଜୈନ ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ୨୦୭.୬ କୋଟି ଟଙ୍କାର ମୂଲ୍ୟର ଅଳଙ୍କାର ଦାନ କରିଛନ୍ତି । ଏହି ଦାନକୁ ତିରୁମାଳା ତିରୁପତି ଦେବସ୍ଥାନମ୍ (ଟିଟିଡି) ଇତିହାସର ଅନ୍ୟତମ ସର୍ବବୃହତ୍ ଦାନ ବୋଲି କୁହାଯାଉଛି ।

ଏହି ପୂରା କାର୍ଯ୍ୟକ୍ରମ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ହୋଇଛି । ଜୈନ ଦମ୍ପତି ଏବଂ ତାଙ୍କ ପୂରା ପରିବାର ମନ୍ଦିରରେ ଦର୍ଶନ କରିବା ପରେ ଏହି ବହୁମୂଲ୍ୟ ଅଭୂଷଣକୁ ଶ୍ରଦ୍ଧାର ସହିତ ଭଗବାନଙ୍କୁ ସମର୍ପିତ କରିଥିଲେ । 

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଦାତା ପରିବାର ଏବଂ ଅଧିକାରୀଙ୍କ ସହିତ ରଙ୍ଗନାୟକକୁଲା ମଣ୍ଡପମରେ ପ୍ରଦର୍ଶିତ ସୁନା ଅଳଙ୍କାର ଦେଖିଥିଲେ । ମୋଟ ୪୬ଟି ଅଳଙ୍କାର ପ୍ରଦର୍ଶିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଦାନ କରିତଇବା ପରିବାରକୁ ପ୍ରଶଂସା କରି ଏହାକୁ ଭକ୍ତି ଏବଂ ବିଶ୍ୱାସର ଏକ ଅନନ୍ୟ ଉଦାହରଣ ବୋଲି କହିଥିଲେ ।

ମନ୍ଦିରରେ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦାନଦାତା ପରିବାର ଓ ଅଧିକାରୀଙ୍କ ସହ ରଙ୍ଗନାୟକୁଲା ମଣ୍ଡପମ୍ରେ ପ୍ରଦର୍ଶିତ ହୋଇଥିବା ସୁନା ଅଳଙ୍କାରଗୁଡ଼ିକୁ ଦେଖିଥିଲେ । ଏଠାରେ ମୋଟ ୪୬ଟି ଅଳଙ୍କାର ପ୍ରଦର୍ଶିତ ହୋଇଥିଲା । ପରେ ଦାନ କରିତଇବା ପରିବାରର ସଦସ୍ୟମାନେ ପାରମ୍ପରିକ ରୀତିନୀତି ଅନୁସାରେ ଅଳଙ୍କାର ଥାଳିକୁ ମୁଣ୍ଡରେ ଧରି ଧ୍ୱଜସ୍ତମ୍ଭ ପରିକ୍ରମା କରିଥିଲେ । ଏହାପରେ ଗର୍ଭଗୃହ ନିକଟରେ ଭଗବାନ ଭେଙ୍କଟେଶ୍ୱରଙ୍କ ସମ୍ମୁଖରେ ଅଳଙ୍କାରଗୁଡ଼ିକୁ ସମର୍ପଣ କରି ପୂଜାର୍ଚ୍ଚନା କରିଥିଲେ ।

୧୨୧ କେଜି ସୁନାରେ ତିଆରି ୪୬ଟି ଅଳଙ୍କାର

ଟିଟିଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଦାନରେ ମୋଟ ୧୨୧ କିଲୋଗ୍ରାମ ୨୪ କ୍ୟାରେଟ୍ ସୁନା ବ୍ୟବହାର କରାଯାଇଛି । ୧୦୬ କିଲୋଗ୍ରାମ ସୁନାରେ ତିରୁମାଳା ମନ୍ଦିର ପାଇଁ ୪୬ଟି ଅଳଙ୍କାର ତିଆରି ହୋଇଛି । ବାକି ୧୫ କିଲୋଗ୍ରାମ ସୁନା ତିରୁଚାନୁରସ୍ଥିତ ଶ୍ରୀ ପଦ୍ମାବତୀ ଅମ୍ମାବାରୀ ମନ୍ଦିର ପାଇଁ ବିଶେଷ ବସ୍ତ୍ର ଓ ଧାର୍ମିକ ସାଜସଜ୍ଜା ପ୍ରସ୍ତୁତିରେ ବ୍ୟବହାର ହେବ । ନିର୍ମାଣ ଖର୍ଚ୍ଚ ସହ ଏହି ସମସ୍ତ ଅଳଙ୍କାରର ମୂଲ୍ୟ ୨୦୭.୬ କୋଟି ଟଙ୍କା ଆକଳନ କରାଯାଇଛି ।

ବହୁ ମୂଲ୍ୟବାନ ରତ୍ନ ଖଚିତ ସୁନା ଅଳଙ୍କାର

ହୀରା – ୨୩୮.୨ କ୍ୟାରେଟ୍

ଅନ୍ୟ ମୂଲ୍ୟବାନ ପଥର – ୨,୨୪୭.୭ କ୍ୟାରେଟ୍

ନୀଳମଣି – ୯୧.୬ କ୍ୟାରେଟ୍

ପୀତ ନୀଳମଣି – ୮୪.୨ କ୍ୟାରେଟ୍

ରୁବି ଓ ପନ୍ନା – ପ୍ରାୟ ୨.୯ କିଲୋଗ୍ରାମ

ମୁକୁଟଠାରୁ ହାର ପର୍ଯ୍ୟନ୍ତ ରହିଛି ଅନେକ ଅଳଙ୍କାର

ଦାନ କରାଯାଇଥିବା ୪୬ଟି ଅଳଙ୍କାର ମଧ୍ୟରେ ମୁକୁଟ, ସୁନା ହାର, ଅଣ୍ଟାପଟି, ବାହୁର ଅଳଙ୍କାର, କାନଫୁଲ, ପାଦର ଅଳଙ୍କାର, ଶଙ୍ଖ ଓ ଚକ୍ରର କବଚ ଆଦି ସାମିଲ ରହିଛି । ଏହାସହ ବାଘନଖ ଆକୃତିର ସୁନା ପେଣ୍ଡେଣ୍ଟ୍ ମଧ୍ୟ ରହିଛି । ଭଗବାନ ଭେଙ୍କଟେଶ୍ୱରଙ୍କ ସେବା ଏବଂ ସାଜସଜ୍ଜା ପାଇଁ ୩୩ ପ୍ରକାରର ମୋଟ ୪୬ଟି ଅଳଙ୍କାର ଅର୍ପଣ କରାଯାଇଛି । ମନ୍ଦିର ପ୍ରଶାସନ ବିଶ୍ୱାସ କରେ ଯେ ଏହି ଦାନ କେବଳ ଆର୍ଥିକ ଦୃଷ୍ଟିକୋଣରୁ ନୁହେଁ ବରଂ ଧାର୍ମିକ ବିଶ୍ୱାସ ଏବଂ ଭକ୍ତି ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।