ମୁମ୍ବାଇ : ସୁଟିଂ ସେଟ୍ରୁ ସିଧା ହସ୍‌ପିଟାଲ । ଅସୁସ୍ଥ ହୋଇପଡିଛନ୍ତି ଟେଲିଭିଜନ୍ ଜଗତର ଲୋକପ୍ରିୟ ଅଭିନେତ୍ରୀ ତଥା ଛୋଟି 'ଆନନ୍ଦି' ଫେମ ଅବିକା ଗୌର । ସୁଟିଂ ସେଟରେ ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ତାଙ୍କୁ ଜ୍ବର ହୋଇଥିଲା । ୧୦୪ ଡିଗ୍ରୀ ଜ୍ୱରରେ ବି ନିଜ ସୁଟିଂ ଜାରି ରଖିଥିଲେ ଅବିକା । ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଅବିକାଙ୍କ ସ୍ୱାମୀ କହିଚନ୍ତି, ଅସୁସ୍ଥତା କାରଣରୁ ତାଙ୍କ ଶରୀର ଦୁର୍ବଳ ହୋଇପଡିଛି । ଏବେ ସେ ଠିକ୍ ଭାବେ ଖାଇ ମଧ୍ୟ ପାରୁନାହାନ୍ତି। ଏପଟେ ଅଭିନେତ୍ରୀଙ୍କ  ଅସୁସ୍ଥତା ଖବର ସାମ୍ନାକୁ ଆସିବା ପରେ ଟେନସନରେ ପଡିଯାଇଛନ୍ତି ଫ୍ୟାନ୍ସ । ସେ ଶୀଘ୍ର ସୁସ୍ଥ ହୋଇ ପୁଣି ସୁଟିଂ ସେଟ୍‌କୁ ଫେରନ୍ତୁ ବୋଲି ୱିଶ କରିଛନ୍ତି । 

ଅଭିନେତ୍ରୀ ଅବିକା ଗୌର କଲର୍ସ ଚ୍ୟାନେଲର ପପୁଲାର ସିରିଏଲ 'ବାଲିକା ବଧୂ'ରେ କାମ ଆରମ୍ଭ କରିବା ପରେ ଘରେ ଘରେ ବେଶ ପରିଚିତ ହୋଇଥିଲେ । ସେବେଠୁ ତାଙ୍କ ଅଭିନୟ ଏବଂ ଚରିତ୍ରକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢିଥିଲା । ବର୍ତ୍ତମାନ ସେ ଅନେକ ଫିଲ୍ମ ଓ ସିରିଏଲରେ ନିଜ ଅଭିନୟର ଜଲୱା ଦେଖାଇସାରିଛନ୍ତି ।