ଦିଗପହଣ୍ଡି ୧୦।୦୫: ସାବଧାନ ଗାଁରେ ବୁଲୁଛି ବାଘ । ଗଞ୍ଜାମ ଦିଗପହଣ୍ଡିରେ ଗାଁ ନିକଟରେ ବୁଲୁଛି ବାଘ । ସ୍ଥାନୀୟ ଲୋକେ ବାଘକୁ ଦେଖି ନିଜ ମୋବାଇଲ ଭିଡ଼ିଓ ରେକର୍ଡ କରିଛନ୍ତି । ଭିଡିଓ ଭାଇରାଲ୍ ପରେ ସ୍ଥାନୀୟ ଅଞ୍ଚଳରେ ଲୋକ ଭୟଭୀତ ହୋଇଛନ୍ତି ।

ଖବର ଅନୁଯାୟୀ, ଶନିବାର ରାତି ୯.୫୦ରେ ଉକ୍ତ ପାହାଡ଼ ପାଦ ଦେଶରେ ଥିବା ଏକ ପଥର ଉପରେ ବାଘଟି ଶୋଇଥିଲା । ସେହି ରାସ୍ତାରେ କାର୍ ଓ ବାଇକରେ ଯାଉଥିବା ବାଟୋଇ ଏହାକୁ ଦେଖିଥିଲେ । ଗାଡ଼ି ଲାଇଟ୍ କିଛି ସମୟ ପଡ଼ି ରହିବା ପରେ ବାଘଟି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିବା ପତ୍ୟକ୍ଷଦର୍ଶୀ କହିଛନ୍ତି । ଅନ୍ୟପଟେ ପାଖାପାଖି ମାସେ ହେଲା ଉକ୍ତ ଅଞ୍ଚଳରେ ଏହି ବାଘଟି ଘୁରି ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବା ସହିତ ବନ ବିଭାଗକୁ ଜଣାଇଥିବା କହିଛନ୍ତି । ପୂର୍ବରୁ ପଡ଼ୋଶୀ ପାତ୍ରପୁର ଅଞ୍ଚଳରେ ମଧ୍ୟ ବାଘ ଥିବା ଭିଡିଓ, ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏଯାବତ୍ ବନ ବିଭାଗ ବାଘର ଅବସ୍ଥିତି ନେଇ କୌଣସି ସୂଚନା ସ୍ପଷ୍ଟ କରିନାହିଁ ।

Also Read:-Jitu Munda : ସରକାରଙ୍କୁ ଜିତୁ ମୁଣ୍ଡାଙ୍କ ଚେତାବନୀ, ମୋ କଥା ନଶୁଣିଲେ ମୁଁ ପୁଣି ବୋହିବି କଙ୍କାଳ