ଭଦ୍ରକ ୨୩।୩: ଦିନରେ ପାଗ ଖରାଟିଆ ଥିଲା । ହଠାତ୍ ବଦଳିଗଲା । ଆକାଶରେ ଘୋଟିଆସିଲା କଳା ବାଦଲ । ଲୁଚିଗଲେ ସୂର୍ଯ୍ୟ ଦେବତା । ସତେ ଯେମିତି ଲାଗୁଥିଲା ହଠାତ୍ ଦିନରୁ ରାତି ହୋଇଗଲା । ଏହା ସାଙ୍ଗକୁ ଧୂଳି ଝଡ଼ ବି ଅସ୍ତବ୍ୟସ୍ତ କଲା । ସୁ ସୁ ଗର୍ଜନ କରୁଥିଲା ପବନ । ବର୍ଷା ବି କାଚୁଥିଲା । ଦିନ ଦ୍ବିପ୍ରହରରେ ସୃଷ୍ଟି ହେଲା ରାତିର ଭ୍ରମ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ସହରରେ । ବର୍ଷା-ପବନ ଯୋଗୁଁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଇଥିଲା ।

ଭଦ୍ରକ ସହରରେ ଦେଖିବାକୁ ମିଳିଲା କାଳବୈଶାଖୀର ପ୍ରଭାବ । ହଠାତ୍ ଆକାଶରେ କଳା ବାଦଲ ଘୋଟିବା ସହ ରାତିର ଭ୍ରମ ସୃଷ୍ଟି କଲା । ଧୂଳିଝଡ଼ ସହ ଜୋର ବେଗରେ ପବନ ବହିବାକୁ ଲାଗିଥିଲା । ଏମିତି କି ରାସ୍ତାରେ ଯାଉଥିବା ଲୋକେ ଗାଡ଼ି ମଧ୍ୟ ଚଳାଇ ପାରିନଥିଲେ । ଜୋର୍‌ରେ ପବନ ସହ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଇଥିଲା ।

​​​​​​​

ବସ୍ ଉପରେ ପଡ଼ିଲା ଗଛ

ସେପଟେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ତାଣ୍ଡବ ରଚିଛି କାଳବୈଶାଖୀ । ମୋ ବସ୍ ଉପରେ ପଡ଼ିଲା ରାସ୍ତା କଡ଼ରେ ଥିବା ବିରାଟ ଗଛ  । ଅଳ୍ପକେ ବବର୍ତ୍ତିଗଲେ ୪୦ରୁ ଅଧିକ ଯାତ୍ରୀ  । ଦିଗପହଣ୍ଡିରୁ ବିଜୟ ଲକ୍ଷ୍ମୀ ନାରାୟଣପୁର ଗ୍ରାମକୁ ଯାଉଥିଲା ସରକାରୀ ମୋ ବସ୍ । କାଳବୈଶାଖୀ ଯୋଗୁଁ ରାସ୍ତାରେ ଥିବା ବିରାଟ ଗଛ ଭାଙ୍ଗି ମୋ ବସ୍ ଉପରେ ପଡ଼ି ଯାଇଥିଲା । ଫଳରେ ବସ୍ ଭାଙ୍ଗିଯାଇଛି । କୌଣସି ଯାତ୍ରୀ ଆହାତ ହୋଇନଥିବା ସୂଚନା ମିଳିଛି ।

​​​​​​​

ଉଡ଼ିଗଲା ଚାଳଛପର

ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଅପରାହ୍ନରେ ଜୋରରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି । ବିଶେଷ କରି ହାଟଡିହି ବ୍ଲକ୍ ଅଞ୍ଚଳରେ କାଳବୈଶାଖୀ ପ୍ରଭାବର ମାତ୍ରା ଅଧିକ ରହିଛି । ଏହି ବ୍ଲକ୍ ଅଧିନ ସାସଙ୍ଗ ପଞ୍ଚାୟତ ଅଶିଆ ଗାଁରେ ଜଣକ କଚ୍ଚାଘରର ଚାଳଛପର ଉଡିଯାଇଛି ।  ସେହିପରି ଆନନ୍ଦପୁର ବ୍ଲକ୍ କଣ୍ଟିପାଳ ପଞ୍ଚାୟତ ଅଞ୍ଚଳରେ ମଧ୍ୟ କେତେକ ଚାଳଘର ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

Also Read:- ଉତ୍ପାତ କରୁଥିଲା, ମଣିଷ ବି ମାରିଥିଲା ; ଶେଷରେ ବନ ବିଭାଗ ଯନ୍ତାରେ ପଡ଼ିଲା

କିଛି ଦିନ ପୂର୍ବେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ତାଣ୍ଡବ ରଚିଥିଲା କାଳବୈଶାଖୀ । ଘୂର୍ଣ୍ଣିଝଡ଼ ନେଇଥିଲା ଦୁଇ ଜଣଙ୍କ ଜୀବନ । ରାସ୍ତାରୁ ଗାଡ଼ି ସହ ଲୋକଙ୍କୁ ନେଇ ପୋଖରୀରେ ଫିଙ୍ଗି ଦେଇଥିଲା । ଅନେକ ଘର ଭାଙ୍ଗିବା ସହ ଚାଳ ଛପର, ଆଜବେଷ୍ଟସ୍ ଉଡ଼ିଯାଇଥିଲା । କାଳବୈଶାଖୀ ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଥିଲା ।

Watch Video:​​​​​​​​​​​​​​