ଉଦଳା ୨୯।୩: ସକାଳୁ ଶୌଚ ହେବାକୁ ଯାଇଥିଲେ । ଅଚାନକ ଭାଲୁ ହାବୁଡ଼ରେ ପଡ଼ିଗଲେ । ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ଭାଲୁ । ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ୩ ଗୁରୁତର । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ତାଳଗଡି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

​​​​​​​

ସୂଚନାଯୋଗ୍ୟ ଯେ, ରବିବାର ସକାଳ ସମୟରେ ଏକ ବିରାଟକାୟ ଜଙ୍ଗଲୀ ଭାଲୁ ତାଳଗଡି ଗାଁକୁ ପଶି ଆସିଥିଲା । ସକାଳୁ ସକାଳୁ ଗାଁର ଜଣେ ବୃଦ୍ଧା ରାନୀ ନାଏକ ଏବଂ ଜଣେ ଯୁବକ ସୁମତ ଖଣ୍ଡେଇ ଶୌଚ ହେବା ପାଇଁ ଯାଇଥିଲେ । ସେହି ସମୟରୁ ଉଭୟଙ୍କୁ ଅଚାନକ ଜଙ୍ଗଲୀ ଭାଲୁଟି ଆକ୍ରମଣ କରିଥିଲା । ଭାଲୁଟି ଉଭୟଙ୍କୁ ଆକ୍ରମଣ କରିଥିଲା । ରାନୀ ନାଏକଙ୍କ ମୁହଁ ଖଣ୍ଡିଆ କରି ପକାଇଥିବା ବେଳେ ସୁମତଙ୍କ ଗୋଡ଼କୁ କାମୁଡ଼ି ଦେଇଛି ।

Also Read:- ବିଧାୟିକାଙ୍କ ଘରେ ପୋଲିସର ଚଢାଉ, ବିଜେଡି କହିଲା ଏହା ଉଦ୍ଦେଶ୍ୟମୂଳକ ଭାବେ ଚାଲିଛି

ସେହିପରି ଅନ୍ୟଜଣେ କମଳାକାନ୍ତ ନାଏକ ନଦୀ ନିକଟରେ ଥିବା ବେଳେ ତାଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରିଥିଲା । ଯାହା ଫଳରେ ସେ ଗୁରୁତର ହୋଇଛନ୍ତି । ତେବେ ଭାଲୁ ଆକ୍ରମଣ କରିବାରୁ ସମସ୍ତେ ଚିତ୍କାର କରିଥିଲେ । ସେମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଭାଲୁଟି ୩ ଜଣଙ୍କୁ ଗାଁର ଭିନ୍ନ ଭିନ୍ନ ସ୍ଥାନରେ ଆକ୍ରମଣ କରିଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ଗ୍ରାମବାସୀ ଭାଲୁକୁ ଘଉଡ଼ାଇବାରୁ ଭାଲୁଟି ନିକଟସ୍ଥ ହୁଡ଼ିକୁ ଚାଲିଯାଇଥିବା ଜଣାପଡିଛି ।