ଭୁବନେଶ୍ୱର ୨୯।୦୩ : ବିଜେଡି ବିଧାୟିକାଙ୍କ ସରକାରୀ ଘରେ ପୋଲିସ । କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ପୋଲିସର ଚଢାଉ । କେସିଙ୍ଗା ପୋଲିସ ପକ୍ଷରୁ ଚାଲିଛି ଚଢାଉ ।

Also Read:- Cyclone Narelle : ଦେଶ ଚାରିପଟେ ବୁଲୁଛି ବାତ୍ୟା 'ନରେଲ' : ଆକାଶ ପାଲଟିଗଲା ରକ୍ତ ପରି ଲାଲ୍, ୨୫୦ କିମି ବେଗରେ ପବନ

ଖବର ଅନୁଯାୟୀ, ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନ୍ରେ କୁଆଡ଼େ ହତ୍ୟା ଧମକ ଦେଇଥିଲେ । ଏନେଇ ଗତ ୧୫ ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କେସିଙ୍ଗା ପୋଲିସ ପକ୍ଷରୁ ରବିବାର ଦିନ ଚଢାଉ ହୋଇଛି। କିନ୍ତୁ ବାସଭବନରେ ମନୋରମା ମହାନ୍ତି କି ତାଙ୍କ ସ୍ୱାମୀ ଉପସ୍ଥିତ ନଥିଲେ ।

Also Read:-ଗୋଡ଼ିବାରୀରେ ଡିସ୍‌ପ୍ଲେ ହେବ ‘ରାମୁ’ କଙ୍କାଳ, ଚନ୍ଦକା ଜଙ୍ଗଲର ଥିଲା ସବୁଠୁ ବିଶାଳ ଓ ପୁରୁଣା ହାତୀ

ସେପଟେ ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ, ଛାତ୍ର ସଭାପତି ଇପ୍ସିତା ସାହୁ, ମନ୍ମଥ ରାଉତରାୟଙ୍କ ସମେତ ଅନ୍ୟ ବିଜେଡି ନେତା ଉପସ୍ଥିତ ରହି ଏହି ଘଟଣାକୁ ବିରୋଧ କରିଛନ୍ତି। କାହିଁକି କେସିଙ୍ଗା ପୋଲିସ ବିନା ୱାରେଣ୍ଟରେ ବିଧାୟିକାଙ୍କ ଘରେ ଚଢ଼ାଉ କଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟସଭା ନିର୍ବାଚନରେ ବିଧାୟିକା ମନୋରମା ମହାନ୍ତିଙ୍କୁ ବିଜେପିକୁ ଭୋଟ୍ ଦେବା ପାଇଁ ଚାପ ପକାଉଥିଲା। ସେ ଭୋଟ୍ ନ ଦେବାରୁ ଉଦ୍ଦେଶ୍ୟମୂଳକ ଭାବେ ସ୍ୱାମୀଙ୍କ ନାଁରେ ମିଛ ମାମଲା ରୁଜୁ କରି ମାନସିକ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ କରିଛି ବିଜେଡି। ବିଧାୟିକାଙ୍କ ରୋଷେୟା ଗାଧୋଇ ବାଥରୁମରୁ ବାହାରି ପୋଷାକ ବଦଳାଉଥିବା ବେଳେ ଘରେ ପୋଲିସ ପଶିଥିବା ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ତୀବ୍ର ନିନ୍ଦା କରିଛି ବିଜେଡି ।