ଭୁବନେଶ୍ବର ୧୭।୮: ଉଛୁଳୁଛି ବୈତରଣୀ ଓ ଜଳକା ନଦୀ । ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର । ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି, ଆଜି ଅବପାତର ରୂପ ନେବା ସମ୍ଭାବନା ରହିଛି । ପ୍ରଭାବରେ ୨୦ ତାରିଖ ଯାଏ ଉତ୍ତର ଓଡ଼ିଶାରେ ପ୍ରବଳ ଢ଼ାଳିବ । ତେଣୁ ସ୍ଥିତି ଗୁରୁତର ହେବା ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବନ୍ୟା ସ୍ଥିତି ଅଧିକ ସମ୍ବେଦନଶୀଳ ରହିଛି ।

ବନ୍ୟା ମୁକାବିଲା ପାଇ ପାଇଁ ଏହି ୩ ଜିଲ୍ଲାକୁ ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ପଠାଯାଇଛି । ବନ୍ୟାଞ୍ଚଳରେ ଏବେ ବି ବହୁ ଗାଁ ପାଣି ଘେରରେ ରହିଛି । ଅନେକ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି । ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେପଟେ ପାଟଣାରେ ସକାଳ ୯ଟାରେ ବିପଦ ସଙ୍କେତ ପାର କରିଛି ବୈତରଣୀ, ଏଠାରେ ୩୧୧.୧୦ ବିପଦ ସଙ୍କେତ ଥିବା ବେଳେ ୩୧୧.୨୨ ମିଟର ବନ୍ୟାଜଳ ପ୍ରବାହିତ ହେଉଛି । ପାଟଣା ବୈତରଣୀ ଅବବାହିକା ୯୭.୪ ମିମି ବର୍ଷା ରେକର୍ଡ ହୋଇଛି ।

Also Read:- ଧାନ ରୋଇବାକୁ ଯାଉଥିଲେ ଶ୍ରମିକ, ବାଟରେ ଓଲଟି ପଡ଼ିଲା ଅଟୋ

ତେବେ ବନ୍ୟା ପ୍ରଭାବିତ ଜିଲ୍ଲା ଯାଜପୁର, ଭଦ୍ରକ, ବାଲେଶ୍ବର ପାଇଁ BJDର ୩ ବରିଷ୍ଠ ନେତାଙ୍କୁ ନିଯୁକ୍ତି ମିଳିଛି । ଯାଜପୁର ପାଇଁ ପ୍ରଦୀପ ଅମାତ, ଭଦ୍ରକ ପାଇଁ ଅରୁଣ ସାହୁ, ବାଲେଶ୍ୱର ପାଇଁ ସଞ୍ଜୟ ଦାସବର୍ମାଙ୍କୁ ନିଯୁକ୍ତ କରିଛି ଦଳ । ସେମାନେ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତଙ୍କ ସହ ଆଲୋଚନା କରି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମନ୍ୱୟ କରିବେ ।

Watch Video: