ରାୟଗଡ଼ା ୧୭।୮: ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ । ଦୁର୍ଘଟଣାରେ ୪ ଜଣ ମହିଳା ଶ୍ରମିକ ଆହତ ହୋଇଥିବା ବେଳେ, ଜଣେ ଗୁରୁତର ହୋଇଛନ୍ତି । ଧାନ ରୋଇବା ପାଇଁ ଯାଉଥିବା ବେଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ବଡ଼ମଣି ଘାଟିରେ ଏହି ଦୁର୍ଘଟଣା ଘଟିଛି ।

ରାୟଗଡ଼ ଜିଲ୍ଲା କୋଲନରା ବ୍ଲକ୍ର ଗାଡ଼ିଶେଷଖାଲ ଗାଁରୁ ୧୦ ଜଣ ଶ୍ରମିକ ଏକ ଅଟୋରେ ଧାନ ରୋଇବା ପାଇଁ ଶିକରପାଇ ଯାଉଥିଲେ । ବଡ଼ମଣି ଘାଟିରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୪ ଜଣ ମହିଳା ଶ୍ରମିକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଶିକରପାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Also Read:- ଟାଙ୍ଗିଆ ଚୋଟର ସଂସାର ଭାଙ୍ଗି ଚୁର୍‌ମାର୍‌, ସାମାନ୍ୟ ବିବାଦରୁ ସ୍ୱାମୀ ନେଇଗଲା ସ୍ତ୍ରୀର ଜୀବନ

ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଆହତ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ । ବର୍ତ୍ତମାନ ଆହତ ମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

Watch Video: