ବାରିପଦା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣକ ଜୀବନ। ଗୁରୁତର ଆହତ ହେଲେ ୩ ଜଣ ନ୍ୟୁଜ ଚ୍ୟାନେଲ କ୍ୟାମେରାମ୍ୟାନ୍। ଖବର ସଂଗ୍ରହ ବେଳେ ମାଡ଼ିଗଲା ଦୃତଗାମୀ ଡମ୍ଫର। ଶୁକ୍ରବାର ବାରିପଦା ସହର ପାଲବଣି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ତେବେ ସମସ୍ତଙ୍କୁ ବାରିପଦା ରଙ୍ଗାମାଟିଆ ସ୍ଥିତ ପିଆରଏମ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ୨ ମୃତକଙ୍କ ପରିଚୟ ମିଳିପାରିନାହିଁ। ତେବେ ଆହତଙ୍କ ମଧ୍ୟରେ ନ୍ୟୁଜସେଭେନ୍ର କ୍ୟାମେରାମ୍ୟାନ୍ ଲାଳିତ ବାରିକ, କଳିଙ୍ଗ ଟିଭିର କ୍ୟାମେରାମ୍ୟାନ୍ ରଜତ ପଟ୍ଟନାୟକ ଓ ଅର୍ଗସ ନ୍ୟୁଜର କ୍ୟାମେରାମ୍ୟାନ୍ ହରେକୃଷ୍ଣ ପାତ୍ର ରହିଛନ୍ତି। ଅବସ୍ଥା ସଙ୍କଟାପନ୍ନ ହେବାରୁ ନ୍ୟୁଜ ସେଭେନ କ୍ୟାମେରାମ୍ୟାନଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।

Also Read: ଭୁଶୁଡ଼ିଲା ନବ ନିର୍ମିତ ନଦୀ ବନ୍ଧ ରାସ୍ତାର ସାଇଡ୍ ୱାଲ୍, ଉଚ୍ଚସ୍ତରୀୟ ତଦନ୍ତ ହେବ