ସୋର ୦୬।୦୪ : ଟ୍ରକକୁ ପଛରୁ ପିଟିଲା ଟ୍ରକ୍, ୩ ଜଣଙ୍କ ମୃତ୍ୟୁ। ବାଲେଶ୍ବର ଜିଲ୍ଲା ସୋର ୧୬ ନମ୍ବର ଜାତୀୟ ରାଜପଥର ଦହିସଡା ମଡ଼ର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରବିବାର ବିଳମ୍ବିତ ରାତିରେ ରାସ୍ତା କଡରେ ଖରାପ ହୋଇ ଛିଡା ହୋଇଥିଲା ଟ୍ରକ । ଏହା ସମୟରେ ପଛପଟୁ ଆସି ପିଟିଥିଲା ବାଲେଶ୍ୱରରୁ ସୋର ଅଭିମୁଖେ ଆସୁଥିବା ଆଉ ଏକ ଟ୍ରକ । ଏତେ ଭୟଙ୍କର ଦୁର୍ଘଟଣା ହେବା ଫଳରେ ପଛ ଟ୍ରକରେ ଥିବା ୩ ଜଣ ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ ।

Also Read:-ଜମିରୁ ଫେରିବା ବେଳେ ବଜ୍ରପାତ, ଜଣେ ମୃତ, ୩ ଗୁରୁତର

ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟରରେ ଟ୍ରକକୁ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲ। ଜାତୀୟ ରାଜପଥ ଆମ୍ବୁଲାନ୍ସରେ ସୋର ମେଡିକାଲକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ତଦନ୍ତ କରୁଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ି ଭାଙ୍ଗି ଚୁର୍ମାର ହୋଇଯାଇଛି ।