କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି l ଚାଷ ଜମିରୁ କାମ କରି ଫେରୁଥିବା ସମୟରେ ହଠାତ ବଜ୍ରପାତ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ମହିଳା ଗୁରୁତର ହୋଇଛନ୍ତି l ମୃତ ମହିଳାଙ୍କ ନାମ ସଞ୍ଚିତା ବିଶ୍ୱାଳ ବୋଲି ଜଣାପଡିଛି l

ସେହିପରି ଗୁରୁତର ମହିଳା ମାନେ ହେଲେ ଖୀରଦେଇ ପ୍ରଧାନୀ,ସଂଯୁକ୍ତା ଲହଜଳ ଓ ଭୂମିସୁତା ଲହଜଳ l ସମସ୍ତଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ଜୁନାଗଡ଼ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

Also Read: ରାଜଧାନୀରେ ଘଡ଼ଘଡ଼ି ସହ ବର୍ଷା, ଗଞ୍ଜାମ ଓ କନ୍ଧମାଳ ସୀମାନ୍ତରେ କୂଆପଥର ସହ ପ୍ରବଳ ବର୍ଷା