ପଟ୍ଟାମୁଣ୍ଡାଇ: ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି ବର୍ଷା ଏବଂ ବନ୍ୟା ସ୍ଥିତି । ଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନ ଜୀବନ। ସେପଟେ ପୁଣି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଚିନ୍ତା ବଢ଼ାଇଛି। କାରଣ ଏହାର ପ୍ରଭାବରେ ଆଗକୁ ଆହୁରି ବର୍ଷା ହୋଇପାରେ। ଏହାରି ମଧ୍ୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ପେଣ୍ଠପାଳ ପଂଚାୟତ କୁଳସାହି ଗ୍ରାମରେ। ଗାଁରେ ଥିବା ଆଶ୍ରମ ଆବାସିକ ବିଦ୍ୟାଳୟର ୩୦୦ ଛାତ୍ରଛାତ୍ରୀ ବନ୍ୟା ଯୋଗୁ ଜଳବନ୍ଦୀ ହୋଇଛନ୍ତି।

ଅବଶ୍ୟ ଖବର ପାଇ ଜିଲ୍ଲା ପ୍ରଶାସନ ସ୍କୁଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଅରୁଣ ନାୟକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ପହଞ୍ଚିଛନ୍ତି।

Also Read: ଓ୍ୱେଲ ମାର୍କଡ୍ ଲୋପ୍ରେସରର ରୂପ ନେଲା ଲଘୁଚାପ, ୨୪ ଘଣ୍ଟାରେ ନେବ ଅବପାତର ରୂପ!

ମିଳିଥିବା ସୂଚନା ଅନୁସାରେ, ଜଳବନ୍ଦୀ ଛାତ୍ରଛାତ୍ରୀଙ୍କୁ ସୋମବାର ଉଦ୍ଧାର କରି ଅନ୍ୟତ୍ର ଥଇଥାନ କରିବା ପାଇଁ ଯୋଜନା କରାଯାଇଛି ଏବଂ ରବିବାର ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ପାନୀୟ ଓ ଶୁଖିଲା ଅସାବାବପତ୍ର ମହଜୁଦ ରଖାଯାଇଛି। ସୋମବାର ନିକଟସ୍ଥ ଗ୍ରାମରେ ଥଇଥାନର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।