ନୂଆଦିଲ୍ଲୀ: ପ୍ରତି ୪ ବର୍ଷରେ ଏହି ଗୋଟିଏ ପ୍ରଶ୍ନ ଭାରତୀୟ ଫୁଟବଲ ଫ୍ୟାନସଙ୍କ ମନକୁ ଆସିଥାଏ,ତାହା ହେଉଛି ଫିପା ୱାର୍ଲଡ କପ୍ କାହିଁକି ଖେଳି ପାରୁନି ଭାରତ? କ୍ରିକେଟ ପରେ ଭାରତରେ ଫୁଟବଲର ଫ୍ୟାନ ବେସ୍ ସବୁଠୁ ଅଧିକ। ୧୯୩୦ ମସିହାରେ ଫିଫା ୱାର୍ଲଡ କପ୍ ଆରମ୍ଭ ପରଠାରୁ ଭାରତ ଗୋଟିଏ ବି ମ୍ୟାଚ୍ ଖେଳିନି। ତେବେ ସବୁଠୁ ବଡ଼ ଦୁଃଖର କଥା ହେଉଛି ଆମେ କେବେ କ୍ୱାଲିଫାଏ କରି ପାରି ନାହେଁ, ବରଂ କ୍ୱାଲିଫାଏ କରି ମଧ୍ୟ ନିଜେ ଫେରି ଆସିଛେ। ଏହା ସେହି ନିଷ୍ପତ୍ତିର କାହାଣୀ ଯାହା ଭାରତୀୟ ଫୁଟବଲର ଦିଗ ବଦଳେଇ ଦେଇଛି ଓ ୭୫ ବର୍ଷ ଏମିତିରେ କଟି ଯାଇଛି।

୧୯୫୦ର ସେହି ୱାର୍ଲଡ କପ୍ ଯେଉଁଠାକୁ ପହଞ୍ଚିବାର ଥିଲା, ହେଲେ ମନା କରିଦେଲା ଭାରତ
ଭାରତ ୧୯୫୦ ଫିଫା ୱାର୍ଲଡକପ୍ ପାଇଁ କ୍ୱାଲିଫାଏ କରିଥିଲା। ସେତେବେଳର କ୍ୱାଲିଫିକେସନ ପ୍ରୋସେସ୍ ଏବେକା ଭଳି ନଥିଲା। ୧୬ଟି ସିଟ୍ ଲାଗି ୩୪ ଟି ଟିମ୍ଙ୍କୁ ଏଣ୍ଟ୍ରି ମିଳିଥିଲା। ହେଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ଆର୍ଥିକ ଦୂରାବସ୍ଥା ଯୋଗୁ ଅନେକ ଟିମ୍ ଫେରି ଯାଇଥିଲେ। ଭାରତକୁ ଏସିୟ କ୍ୱାଲିଫାଇଂ ଗ୍ରୁପରେ ବର୍ମା (ଏବେକା ମ୍ୟାଁମାର), ଇଣ୍ଡୋନେସିୟା ଓ ଫିଲପାଇନ୍ସ ସହ ରଖା ଯାଇଥିଲା। ହେଲେ କ୍ୱାଲିଫାଇଁ ମ୍ୟାଚ୍ ଆରମ୍ଭ ପୂର୍ବରୁ ବର୍ମା, ଇଣ୍ଡୋନେସିଆ ଓ ଫିଲପାଇନ୍ସ ନଖେଳି ହଟି ଯାଇଥିଲେ। ଏଣୁ ଭାରତ ସିଧାସଳଖ ବ୍ରାଜିଲରେ ହେବାକୁ ଥିବା ୱାର୍ଲଡ କପ୍ ଫାଇନାଲ ଡ୍ରକୁ ପହଞ୍ଚିଥିଲା। ୨୨ ମେ ୧୯୫୦ରେ ରିୟୋଡିଜେନରିଓରେ ଅନୁଷ୍ଠିତ ଡ୍ରରେ ଭାରତକୁ ଗ୍ରୁପ ୩ରେ ସ୍ୱିଡେନ, ପାରଗ୍ୱେ ଓ ଡିଫେଣ୍ଡିଂ ଚାମ୍ପିୟନ ଇଟାଲୀ ସହିତ ରଖାଯାଇଥିଲା। ୨୮ ଜୁନ ୧୯୫୦ରେ ଭାରତକୁ ତାର ପ୍ରଥମ ୱାର୍ଲଡକପ୍ ମ୍ୟାଚ୍ ଖେଳିବାର ଥିଲା। ହେଲେ ଟିମ୍ ବ୍ରାଜିଲ ପହଞ୍ଚି ପାରିନଥିଲା।

ବିନା ଜୋତାରେ ଖେଳିବାକୁ ମିଳିନଥିଲା ଅନୁମତି?
କୁହାଯାଉଛି ଭାରତୀୟ ଖେଳାଳିଙ୍କୁ ଖାଲିପାଦରେ ଖେଳିବାକୁ ଫିଫା ଅନୁମତି ଦେଇ ନଥିଲା। ଏଣୁ ଭାରତ ୱାର୍ଲଡ କପ୍ ଛାଡିଥିଲା ବୋଲି କାହାଣୀ ଆମ ଦେଶରେ ବେଶ୍ ପ୍ରସିଦ୍ଧ। ଏହି କାହାଣୀକୁ ପ୍ରତ୍ୟେକ ଭାରତୀୟ ଫୁଟବଲ ଫ୍ୟାନ୍ ବିଶ୍ୱାସ କରନ୍ତି। ତେବେ ଫୁଟବଲ ଐତିହାସିକଙ୍କ ଅନୁସାରେ ଏହା ଏକ ଦନ୍ତ କଥା ଛଡା ଅନ୍ୟ କିଛି ନୁହେଁ। ଲସଏଞ୍ଜେଲସ୍ ଟାଇମ୍ସ, ବିବିସି ଓ ଇଣ୍ଡିଆନ ଏକ୍ସପ୍ରେସରେ ଭାରତୀୟ ଫୁଟବଲ ଟିମ୍ ର ୭୫ ବର୍ଷ ପୁରଣରେ ପ୍ରକାଶିତ ପୁସ୍ତକ ‘ବକ୍ସ ଟୁ ବକ୍ସ’ ଏହି ଦନ୍ତ କଥାକୁ ଅଗ୍ରାହ୍ୟ କରିଦେଇଛନ୍ତି।

ତେବେ କ’ଣ ଥିଲା ଅସଲ କାରଣ?
ଭାରତ ଫିଫା ୱାର୍ଲଡ କପ୍ କୁ ଯାଇ ନ ପାରିବାର ଯେଉଁ ମୁଖ୍ୟ କାରଣ ଉପରେ ଐତିହାସିକ ସହମତ ହୁଅନ୍ତି ତାହା ଏପରି

  • ଯାତ୍ରା ଖର୍ଚ୍ଚ ବାବଦ ବ୍ୟୟ:୧୯୫୦ ଫିଫା ବିଶ୍ୱ କପ୍ ବେଳକୁ ଭାରତକୁ ସ୍ୱାଧୀନତା ମିଳିବାର ମାତ୍ର ୩ ବର୍ଷ ହୋଇଥାଏ। ଏତେ ଦୂର (ବ୍ରାଜିଲ) ଯାତ୍ରା ଏଆଇଏଫଏଫ ଲାଗି ବ୍ୟୟବହୁଳ ଥିଲା।
  • ପ୍ରସ୍ତୁତି ଲାଗି ମିଳିଥିଲା କମ୍ ସମୟ:ନିମନ୍ତ୍ରଣ ଏତେ ବିଳମ୍ବରେ ମିଳିଥିଲା ଯେ ଟିମ୍ କୁ ପ୍ରସ୍ତୁତ କରିବା ଓ ସବୁ ଲଜିଷ୍ଟିକ୍ ଜୁଟାଇବା ଅସମ୍ଭବ ଥିଲା।
  • ୱାର୍ଲଡକପର ଗୁରୁତ୍ୱ ବୁଝୁନଥିଲା ଭାରତ:ଏଆଇଏଫଏଫ ସେତେବେଳେ ଅଲିମ୍ପିକକୁ ଫୁଟବଲର ସବୁଠୁ ବଡ଼ ମଞ୍ଚ ବୁଝୁଥିଲା। ୱାର୍ଲଡ କପ୍ କୁ ଗୁରୁତ୍ୱ ଦେଉନଥିଲା।

ଏସିୟାର ସବୁଠୁ ଶକ୍ତିଶାଳୀ ଫୁଟବଲ ଟିମ୍ ଥିଲା ଭାରତର
ଏହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ୧୯୫୦ ଓ ୧୯୬୦ ଦଶକ ପ୍ରାରମ୍ଭରେ ଭାରତ ଏସିୟ ଫୁଟବଲରେ ସବୁଠୁ ବଡ଼ ଶକ୍ତି ଥିଲା। ‘ଭାରତୀୟ ଫୁଟବଲର ଜାଦୁକର’ ବୋଲାଉଥିବା କୋଚ୍ ସୟଦ ଅବଦୁଲ ରହୀମଙ୍କ ନେତୃତ୍ୱରେ ଟିମ୍ ୧୯୫୧ ନୂଆଦିଲ୍ଲୀ ଏସିୟାଡରେ ଗୋଲ୍ଡ ଜିତିଥିଲା। ଏହା ପରେ ୧୯୬୨ ଜାକାର୍ତା ଏସିୟା଼ଡରେ ମଧ୍ୟ ଭାରତ ପୁଣି ଗୋଲ୍ଡ ଜିତିଥିଲା। ୧୯୫୬ ମେଲବର୍ଣ୍ଣ ଅଲିମ୍ପିକ୍ ରେ ଭାରତ ଚତୁର୍ଥ ସ୍ଥାନରେ ଥିଲା। ଏହା ଛଡା ୧୯୬୪ ଏସିୟା କପରେ ଭାରତ ରନର-ଅପ ହୋଇଥିଲା। ୧୯୫୦ରୁ୧୯୬୦ ମସିହା ପର୍ଯ୍ୟନ୍ତ ଭାରତ ଲଗାତାର ଅଲମ୍ପିକ ଲାଗି କ୍ୱାଲିଫାଏ କରୁଥିଲା। ୧୯୪୮ ଲଣ୍ଡନ ଅଲିମ୍ପିକ୍ ରେ ଫ୍ରାନ୍ସ କୁ ୨-୧ରେ ହରାଇବାର ଗୋଟିଏ ପାଦ ଆଗରୁ ଟିମ୍ ବିଶ୍ୱକୁ ଦେଖାଇ ଦେଇଥିଲା ଖାଲି ପାଦରେ ବି ଯୁଦ୍ଧ ଜିତା ଯାଇପାରେ।

୨୦୨୬ କ୍ୱାଲିଫାଏ ମ୍ୟାଚ୍ ରେ କ’ଣ ହେଲା?
ଯେତେବେଳେ ୨୦୨୬ ୱାର୍ଲଡ କପ ଲାଗି କ୍ୱାଲିଫାୟର ଆରମ୍ଭ ହେଲା ଭାରତର ଗ୍ରୁପ-ଏ ବହୁତ କଷ୍ଟକର ଥିଲା। କତାର, କ୍ୱେତ ଓ ଆଫଗାନିସ୍ତାନ ସହ ଖେଳିଥିଲା ଭାରତ। କତାର ବିପକ୍ଷ ମ୍ୟାଚ୍ ରେ ଏକ ଏପରି ସମୟ ଆସିଲା ଯାହା ସମସ୍ତଙ୍କ ମନ ଭାଙ୍ଗିଦେଲା। ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁ କତାର ୨-୧ରେ ବିଜୟୀ ହୋଇଥିଲା ଓ ଭାରତ ୨୦୨୬ ୱାର୍ଲଡକପ କ୍ୱାଲିଫିକେସନ ମ୍ୟାଚ୍ ରୁ ବାହାର ହୋଇଯାଇଥିଲା। ତେବେ ଏହାର ଫଳାଫଳ ଏତେ ଖରାପ ହୋଇଛି ଯେ ଏହି ପରାଜୟ ଭାରତକୁ ୨୦୨୭ ଏସିୟା କପ୍ ଅଟୋମେଟିକ୍ କ୍ୱାଲିଫିକେସନରୁ ମଧ୍ୟ ବାହାର କରିଦେଇଛି।

ରାଙ୍କିଙ୍ଗର ୧୩୯ ଓ ଏସିୟାରେ ୨୬ତମ ସ୍ଥାନ
ଭାରତୀୟ ଫୁଟବଲ ପରିସ୍ଥିତି ଏତେ ବିଗିଡି ଯାଇଛି ଯେ ଲଗାତାର ପରାଜୟ ଯୋଗୁ ଭାରତକୁ ଫିଫା ରାଙ୍କିଙ୍ଗରେ ୧୩୯ ତମ ସ୍ଥାନକୁ ପହଞ୍ଚାଇ ଦେଇଛି। ସେହିପରି ଭାରତୀୟ ଟିମ୍ ଏସିୟ ଦେଶଙ୍କ ତାଲିକାର ୨୬ ତମ ସ୍ଥାନରେ ରହିଛି। ଭାରତୀୟ ଫୁଟବଲ ଟିମ୍ ର ରସାତଳଗାମୀ ହେବାର ଆଉ ଏକ କାରଣ ହେଉଛି ଭାରତ ୨୦୨୬ ୟୁନିଟ୍ କପରେ ଲଗାତାର ହାରିବା। ୩-୧ରେ ତାଜିକସ୍ତାନଠାରୁ ହାରିବା ଓ ପୂର୍ବରୁ ବାଂଲାଦେଶ ଓ ସିଙ୍ଗାପୁର ଠାରୁ ମଧ୍ୟ ପରାସ୍ତ ହୋଇଥିଲା। ଭାରତ ଆଜି ସେହି ୨୬ ଟିମ୍ଙ୍କ ମଧ୍ୟରେ ସ୍ଥାନ ପାଇଛି ଯେଉଁମାନେ ଏସିୟା କପ୍ ଦ୍ୱିତୀୟ ରାଉଣ୍ଡରେ ସିଧା କ୍ୱାଲିଫାଏ କରିପାରିବେ। ଏଥିରେ ଯଦି ଆଉ ଗୋଟିଏ ଦୁଇଟି ପରାଜୟ ହୁଏ ତେବେ ୨୬ ତମ ସ୍ଥାନ ମଧ୍ୟ ହାତରୁ ଖସି ପାରେ, ଯାହା ୨୦୩୦ ୱାର୍ଲଡକପ ଲାଗି କ୍ୱାଲିଫାଇଂ କରିବା ଆହୁରି କଷ୍ଟକର ହୋଇ ପଡିବ।

ତେବେ ଭାରତ ଲାଗି ସମସ୍ୟା କ’ଣ?

ଭାରତୀୟ ଫୁଟବଲ ଟିମ୍ ଲାଗି ଗୋଟିଏ କି ଦୁଇଟି ସମସ୍ୟା ନୁହେଁ ଆଗରେ ଅନେକ ସମସ୍ୟା ରହିଛି। ଏଥିରୁ ଯାହାସବୁ ପ୍ରମୁଖ ସମସ୍ୟା ତାହା ହେଉଛି..

କ୍ଲବ ବନାମ ଦେଶ
ଦେଶର ଫୁଟବଲ ପଣ୍ଡିତମାନେ ଗୋଟିଏ କଥା ଉପରେ ଅଙ୍ଗୁଳି ଉଠାନ୍ତି କ୍ଲବମାନେ ଖେଳାଳି ଛାଡିବାକୁ ଚାହୁଁ ନାହାନ୍ତି। ଏହା ଏକ ପୁରୁଣା ରୋଗ। ୨୦୦୬ ମସିହାରେ ତତ୍କାଳୀନ କୋଚ୍ ବବ୍ ହ୍ୟୁଟନ ସେତେବେଳେ ରାଗି ଯାଇଥିଲେ ଯେତେବେଳେ ଇଷ୍ଟ ବେଙ୍ଗଲ ଓ ମୋହନ ବାଗାନ ସ୍ଥାନୀୟ ଲିଗ୍ ନିମନ୍ତେ ନିଜ ମୁଖ୍ୟ ଖେଳାଳିମାନଙ୍କୁ ନ୍ୟାସନାଲ କ୍ୟାମ୍ପରୁ ଡକାଇ ନେଇଥିଲେ। ସେହିପରି ୨୦୨୩ ହାଙ୍ଗଝୋଉ ଏସିୟାଡରେ କ୍ଲବମାନେ ଖେଳାଳି ଦେବାକୁ ମନା କରି ଦେଇଥିଲେ। ୨୦୨୪ରେ ଯେତେବେଳେ ଟିମ୍ ଲଣ୍ଡନରେ ୟୁନିଟି କପ୍ ଖେଳିବାକୁ ଯାଉଥିଲା ମୋହନ ବାଗାନ ଖେଳାଳି ଛାଡିନଥିଲା।

ଗ୍ରାସ୍ ରୁଟ୍
ବିଶ୍ୱର ସବୁଠୁ ଭଲ ଖେଳାଳି ୮-୧୦ ବର୍ଷ ବୟସରେ ଷ୍ଟ୍ରକଚର୍ଡ ଆକାଡେମୀମାନଙ୍କରେ ତିଆରି ହୁଅନ୍ତି। ଭାରତରେ କ୍ୱାଲିଟି କୋଚ୍, ସ୍କାଉଟିଂ ଓ ବେସିକ୍ ଇନଫ୍ରାଷ୍ଟ୍ରକଚରର ଅଭାବ ରହିଛି। ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ) ବହୁତ ଖର୍ଚ୍ଚ ତ କରୁଛି, ହେଲେ ଖର୍ଚ୍ଚ ଠିକ୍ ବାଟରେ ହେଉନି, ସ୍ୱଳ୍ପ ପଇସା ଗ୍ରାସରୁଟ ସ୍ତରକୁ ପହଞ୍ଚୁଛି।

କ୍ରିକେଟର ଚାପ
ତେବେ ସବୁଠୁ ବଡ଼ ସତ୍ୟ ତାହା ଯେ ଭାରତରେ କ୍ରିକେଟ୍ କେବଳ ଏକ ଖେଳ ନୁହେଁ ବରଂ ଧର୍ମରେ ପରିଣତ ହୋଇଛି। ଯଦି ଭାରତ ୧୯୫୦ରେ ୱାର୍ଲଡ କପ୍ ଖେଳିଥାନ୍ତା ଓ କିଛି ଚମତ୍କାର କରିଥାନ୍ତା ତେବେ ଦେଶ ୧୯୮୩ରେ କ୍ରିକେଟ ୱାର୍ଲଡ କପ୍ ଜିତିବା ପୂର୍ବରୁ ଫୁଟବଲ କ୍ରାନ୍ତି ଆସି ପାରିଥାନ୍ତା। ଏହା ଛଡା ବିସିସିଆଇର ବାର୍ଷିକ ଆୟ ଆଗରେ ଏଆଇଏଫଏଫର ବଜେଟ୍ ବହୁତ ସ୍ୱଳ୍ପ। ଏହା ଛଡା ଏଆଇଏଫଏଫ ପ୍ରଶାସନ ମଧ୍ୟରେ ବି ବିବାଦ ରହିଛି। ଆଇଏସଏଲ ଓ ଆଇ-ଲିଗ୍ ମଧ୍ୟରେ ଝଗଡା, ଆଇନଗତ ଲଢେଇ, ରାଇଟ୍ ଏଗ୍ରିମେଣ୍ଟ କୁ ନେଇ ଭିଡାଓଟରା ଲାଗି ରହିଛି।

୨୦୩୦ରେ ଫିଫା ଖେଳି ପାରିବ ଭାରତ?
ଏଆଇଏଫଏଫ ଏବେ ଦେଶରେ ନ୍ୟାସନାଲ ଫୁଟବଲ ଫିଲୋସଫି ଉପରେ କନସଲ୍ଟେସନ ଆରମ୍ଭ କରିଛି। ଫିଫା ଭାରତର ସହାୟତା ନିମନ୍ତେ ଆର୍ସେନ ୱେଙ୍ଗରଙ୍କୁ ନିଯୁକ୍ତ କରିଛି। ଆଇଏସଏଲ ଏବେ ଧିରେ ଧିରେ ୟୁଥ ଡେଭଲପମେଣ୍ଟ ଉପରେ ଧ୍ୟାନ ଦେଉଛି। ହେଲେ ଏବେବି ଅନେକ କିଛି ବଦଳିବା ଆବଶ୍ୟକତା ରହିଛି।

Aslo Read..ଫିଫା ବିଶ୍ୱକପ୍ ୨୦୨୬ ବିଜେତା ପାଇଁ ହେଲା ଭବିଷ୍ୟବାଣୀ,