ନୂଆଦିଲ୍ଲୀ: ପିତା-ପୁତ୍ର ସମ୍ପର୍କ ସମ୍ମାନଜନକ ସମ୍ପର୍କ ମଧ୍ୟରେ ଅନ୍ୟତମ। ଏହି ସମ୍ପର୍କ ଉପରେ ସୂର୍ଯ୍ୟ ଓ ଜାତକର ନବମ ଭାବର ଖାସ୍ ପ୍ରଭାବ ରହିଥାଏ। ଯେଉଁଠି ସୂର୍ଯ୍ୟଙ୍କୁ ପିତା, ଅନୁଶାସନ ଓ ଅଧିକାରର ପ୍ରତୀକ ମନେ କରାଯାଏ, ସେଠାରେ ନବମ ଭାବ ପିତା, ଗୁରୁ ଓ ପୂର୍ବଜଙ୍କ ଆଶିର୍ବାଦର ପ୍ରତୀକ ଅଟେ। ଜାତକର ନବମ ଭାବ ଯଦି ପିତାଙ୍କର ହୁଏ ତେବେ ଦଶମ ଭାବ ସେହି ଆଶିର୍ବାଦରେ ନିର୍ମିତ ଆମ ସାମ୍ରାଜ୍ୟ ଅର୍ଥାତ କର୍ମର।

ଜ୍ୟୋତିଷ ଶାସ୍ତ୍ରରେ ପିତା କେବଳ ଏକ ସମ୍ପର୍କ ନୁହେଁ ବରଂ ଆମ କର୍ମକ୍ଷେତ୍ରର ସୂର୍ଯ୍ୟ। ପିତାଙ୍କ ବିନା ଭାଗ୍ୟ ଅଧୁରା ଓ ଭାଗ୍ୟ ବିନା କର୍ମ ଦିଗହରା। ଏହି କାରଣରୁ ପିତାଙ୍କ ସ୍ଥିତି ଆମ କ୍ୟାରିୟରର ଆଇନା ହୋଇଥାଏ। କାଳ ପୁଋଷ କୁଣ୍ଡଳି ଅନୁସାରେ ଯିଏ ପିତାଙ୍କୁ ଆଦର କରନ୍ତି ତାଙ୍କ ଦଶମ ଭାବ ଆପେ ଆପେ ମଜଭୁତ ହୋଇଯାଏ। ପିତାଙ୍କ ପ୍ରସନ୍ନତା ବୃତ୍ତି, ବ୍ୟବସାୟ ଓ ଚାକିରୀରେ ଉନ୍ନତୀର ପ୍ରଥମ ସିଡି ହୋଇଥାଏ।

ଆଉଗୋଟିଏ ଦୃଷ୍ଟିକୋଣରୁ ଦେଖିଲେ ଜାତକର ଚତୁର୍ଥ ଭାବ ମାଆଙ୍କର ଏଣୁ ଦଶମ ସ୍ଥାନର ସମ୍ପର୍କ ପିତାଙ୍କ ସହ ରହୁଥିବାରୁ ଦଶମ ସ୍ଥାନ ପିତା ଓ କର୍ମ ଉଭୟକୁ ଦର୍ଶାଇଥାଏ। ଏଣୁ ପିତାଙ୍କ ସାଥିରେ ରହିବା ଓ ସମ୍ମାନ କାରଣରୁ ଜାତକର କ୍ୟାରିୟରକୁ ଶିଖରରେ ପହଞ୍ଚାଇପାରେ। ଏଣୁ ଯଦି ଜାତକଙ୍କ କ୍ୟାରିୟରରେ ଲଗାତାର ବାଧା ଉତ୍ପର୍ନ୍ନ ହେଉଥାଏ ତେବେ ଜ୍ୟୋତିଷୀ ନିୟମ ଅନୁସାରେ ନିମ୍ନ ଲିଖିତ କଥା ଉପରେ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ।

ଏଥି ପାଇଁ ସର୍ବ ପ୍ରଥମେ ଆପଣଙ୍କ ଜାତକର ନବମ ଭାବ ଯଥା ପିତାଙ୍କ ସହ ସମ୍ପର୍କ ସୁଧାର କରନ୍ତୁ। ଏପରି କଲେ ଦଶମ ଭାବ ସ୍ୱତଃ ମଜଭୁତ ହେବା ସହ କ୍ୟାରିୟରର ସବୁପ୍ରକାରର ବାଧା ଦୂର ହୋଇଯିବ। ଏଣୁ ପ୍ରତି ଦିନ ସକାଳେ ଉଠି ପିତାଙ୍କ ଚରଣ ସ୍ପର୍ଶ କରି ତାଙ୍କ ଆଶିର୍ବାଦ ଗ୍ରହଣ କରନ୍ତୁ। ଏହା ଦ୍ୱାରା ସୂର୍ଯ୍ୟ ମୁଜଭୁତ ହେବା ସହ ବୃତ୍ତି ଓ ବ୍ୟବସାୟରେ ସଫଳତା ମିଳିବରେ ଲାଗିବ।