ଖୋର୍ଦ୍ଧା ୩୦।୦୬ : ଚେତିବେ କେବେ, ସୁଧୁରିବେ କେବେ । ବାରମ୍ବାର ତାଗିଦ ପରେ ସୁଧୁରୁନାହାନ୍ତି ଲୋକେ । ଖୋର୍ଦ୍ଧା ବାଣପୁର ଥାନା ଖଣତ ଗାଁରୁ ଆସିଛି ବର୍ବରତା ଆଉ ଏକ ଘଟଣା। ଚୋରି ଅଭିଯୋଗରେ ଯୁବକଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼। ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ପରେ ଚାଞ୍ଚଲ୍ୟ ।

ଖବର ଅନୁଯାୟୀ, ଗତ ୨୮ ତାରିଖ ଅପରାହ୍ଣରେ ବାଣପୁର ଥାନା ଭୀମପୁର ଗାଁ ବାଘୁଆ ପଦର ସାହିର ତୋଫାନ ନାୟକ କୌଣସି କାମରେ ଖଣତ ଯାଇଥିଲେ। ଚୋର ସନ୍ଦେହରେ ଗାଁର କିଛି ଲୋକ ତାଙ୍କୁ ଅଟକ ରଖି ଖୁଣ୍ଟରେ ବାନ୍ଧି ପିଟିଥିଲେ। ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା । ପରେ ପରିବାର ଲୋକଙ୍କୁ ଥାନାକୁ ଡାକି ଏକ ମୁଚାଲିକା କରି ତୋଫାନଙ୍କୁ ଛାଡି ଦେଇଥିଲା। ସେହିଦିନ ପ୍ରବଳ ମାଡ ଯୋଗୁଁ ରାତିରେ ତୋଫାନଙ୍କ ରକ୍ତ ବାନ୍ତି ହେବା ସହ ଅତ୍ୟଧିକ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ପରିବାର ଲୋକ ବାଣପୁର ଡାକ୍ତର ଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ତୋଫାନକୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର ।

Also Read:-ସଞ୍ଜ ହେଉ କି ଦିନ, ସରକାରୀ ବସ୍ ଏବେ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ !

ସେପଟେ ମୃତକଙ୍କ ପତ୍ନୀ ସସ୍ମିତା ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ବାଣପୁର ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଅନ୍ୟ ମାନଙ୍କୁ ଖୋଜିବାପାଇଁ ତନାଘନା କରୁଛି ପୋଲିସ । ଘଟଣାରେ ପୋଲିସ ତଦନ୍ତକୁ ଜୋରଦାର କରିଛି ।