ସୋନପୁର ୨୫।୭: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମଣିଗାଁରେ ଏକ ଭିନ୍ନ ଢଙ୍ଗରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି l ଗୋଟିଏ ରଥରେ ବାହୁଡିଛନ୍ତି ଦୁଇ ଜଗନ୍ନାଥ ମହାପ୍ରଭୁ । ହରିବୋଲ ହୁଳହୁଳି ଘଣ୍ଟ ଘଣ୍ଟୁଆଳ ସହ ଜନ୍ମବେଦୀରୁ ବାହାରି ପୁଣି ରତ୍ନବେଦିକୁ ଯାଇଛନ୍ତି ଦୁଇ ସାଆନ୍ତେ l

ଭଜନ କୀର୍ତ୍ତନର ତାଳେ ତାଳେ ଶତାଧିକ ଭକ୍ତଙ୍କ ସମାଗମରେ ପହଣ୍ଡି ପରେ ମହାବାହୁଙ୍କୁ ରଥାରୂଢ଼ କରାଯାଇଥିଲା l ପରେ ଶତାଧିକ ଭକ୍ତ ରଥ ଟାଣି ଜଗନ୍ନାଥ ମନ୍ଦିର ପର୍ଯନ୍ତ ଆଣିଥିଲେ l ପୁଣି ପହଣ୍ଡି କରାଯାଇ ରତ୍ନବେଦିକୁ ଦୁଇ ଜଗନ୍ନାଥ ମହାପ୍ରଭୁଙ୍କୁ ନିଆଯାଇଥିଲା l

Also Read:- ମାଲକାନଗିରିରେ ଠାବ ହେଲା ବଡ଼ ମାଓ ଡମ୍ପ୍, କମ୍ବିଂ ଅପରେସନ ଜୋରଦାର

ଏହି ରଥଯାତ୍ରାରେ ଗୋଟିଏ ରଥ ବ୍ୟବହାର କରାଯାଇଥାଏ । କିନ୍ତୁ ଆକର୍ଷଣର ବିଷୟ ଏଠାରେ ଗୋଟିଏ ରଥରେ ଦୁଇଟି ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରଥଯାତ୍ରା ପାଳନ କରାଯାଇଥାଏ l ତେବେ ଏଠାରେ ଜଗନ୍ନାଥଙ୍କୁ ଦଧିବାମନ ମହାପ୍ରଭୁଙ୍କ ନାମରେ ପୂଜା କରାଯାଇଥାଏ ।