ପାଟନା: ବିହାରରେ ସମ୍ରାଟ ଚୌଧୁରୀଙ୍କ ନେତୃତ୍ବାଧୀନ ଏନଡିଏ ସରକାରର କ୍ୟାବିନେଟ ସଂପ୍ରସାରଣ ହୋଇଛି। ଗୁରୁବାର ଗାନ୍ଧୀ ମଇଦାନରେ ୩୨ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ଏଥିରେ ଜେଡିୟୁ ସୁପ୍ରିମୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମଧ୍ୟ ସାମିଲ ଅଛନ୍ତି। ଏନଡିଏର ପାଞ୍ଚ ସହଯୋଗୀ ଦଳ ବିଜେପି, ଜେଡିୟୁ ଏଲଜେପିଆରବି, ହମ (HAM) ଏବଂ ଆରଏଲଏମ ପ୍ରତିନିଧିଙ୍କୁ ଏହି କ୍ୟାବିନେଟରେ ସ୍ଥାନ ଦିଆଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ସଂପ୍ରସାରଣରେ ଜାତି ସମୀକରଣକୁ ଧ୍ୟାନ ଦିଆଯାଇଛି । ଅର୍ଥାତ କ୍ୟାବିନେଟରେ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ମନ୍ତ୍ରୀ ଓବିସି ବର୍ଗର ଥିବା ବେଳେ, ଅଗଡ଼ି ସମାଜ (ସାଧାରଣ) ବର୍ଗର ୯ ଜଣ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ଜଣଙ୍କୁ ମନ୍ତ୍ରୀ କରାଯାଇଛି।

ପାଟନାର ଗାନ୍ଧୀ ମଇଦାନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଜେନେରାଲ) ସୟଦ ଅତା ହସନାନ ସମସ୍ତ ୩୨ ସଦସ୍ୟଙ୍କୁ ମନ୍ତ୍ରୀ ପଦର ଗୋପନୀୟତାର ଶପଥପାଠ କରାଇଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ଏବଂ ଏନଡିଏର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ।

Also Read: ‘ଆବଶ୍ୟକ ୧୧୮ ଦସ୍ତକ୍ଷତ ନେଇ ଆସ’: ପୁଣି ବିଜୟଙ୍କୁ ବିଦା କରିଦେଲେ ରାଜ୍ୟପାଳ

ବିଜେପିରୁ ୪ ନୂଆ ମନ୍ତ୍ରୀ

ସମ୍ରାଟ ଚୌଧୁରୀ କ୍ୟାବିନେଟରେ ନିଶାନ୍ତ କୁମାରଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ର ଶ୍ରବଣ କୁମାର, ଅଶୋକ ଚୌଧୁରୀ ଏବଂ ଲେସୀ ସିଂହଙ୍କ ପୁଣି ସ୍ଥାନ ମିଳିଛି। ବିଜେପି କୋଟାରୁ ରାମୃକପାଳ ଯାଦବ, ନୀତୀଶ ମିଶ୍ରା ଏବଂ ଦିଲୀପ ଜୟସ୍ବାଲଙ୍କୁ ମନ୍ତ୍ରୀପଦ ମିଳିଛି। ଜେଡିୟରୁ ରତ୍ନେଶ ସଦା, ମଦନ ସାହାଣୀ ଏବଂ ଶୀଲା କୁମାରୀଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି। ଏହା ବାଦ ଶେୟସର ସିଂହ, ମହମ୍ମଦ ଜମା ଖାନ ଏବଂ ଲଖେନ୍ଦ୍ର କୁମାର ରୋଶନଙ୍କୁ ସାମିଲ କରାଯାଇଛି କ୍ଷେତ୍ରୀୟ ସନ୍ତୁଳନ ରଖିବାକୁ ଚେଷ୍ଟା କରାଯାଇଛି।

ନୀତୀଶ କୁମାରଙ୍କ ଇସ୍ତଫା ପରେ ଗଠନ ହୋଇଥିବା ନୂଆ ସରକାରଙ୍କ ମନ୍ତ୍ରିମଣ୍ଡଳରେ ଚିରାଗ ପାସଓ୍ବାନଙ୍କ ଏଲଜେପିଆରବି, ଜିତନରାମ ମାଞ୍ଝୀଙ୍କ HAM ଏବଂ ଉପେନ୍ଦ୍ର କୁଶଓ୍ବାହାଙ୍କ ଆରଏଲଏମକୁ ମଧ୍ୟ ଉଚିତ ପ୍ରତିନିଧିତ୍ବ ଦିଆଯାଇଛି। ଡା. ସନ୍ତୋଷ କୁମାର ସୁମନ ଏବଂ ଭଗବାନ ସିଂହ କୁଶଓ୍ବାହାଙ୍କ ଭଳି ନେତାମାନେ ମଧ୍ୟ ମନ୍ତ୍ରୀ ପଦ ଶପଥ ନେଇଛନ୍ତି।

Also Read: ତାମିଲନାଡୁ ରାଜନୀତିରେ ମହା-ଧମାକା: ବିଜୟଙ୍କୁ ରୋକିବାକୁ ହାତ ମିଳାଇ ପାରନ୍ତି DMK-AIADMK

ଏମାନେ ନେଲେ ଶପଥ

ପାଟନାର ଗାନ୍ଧୀ ମଇଦାନରେ ରତ୍ନେଶ ସଦା, କୁମାର ଶୈଲେନ୍ଦ୍ର, ଶୀଲା କୁମାରୀ, କେଦାର ପ୍ରସାଦ ଗୁପ୍ତା, ଲଖେନ୍ଦ୍ର କୁମାର ରୋଶନ, ଭଗବାନ ସିଂହ କୁଶଓ୍ବାହା, ଅରୁଣ ଶଙ୍କର ପ୍ରସାଦ, ମଦନ ସାହାଣୀ, ଡା. ସନ୍ତୋଷ କୁମାର ସୁମନ, ରମା ନିଷାଦ, ରାମ କୃପାଳ ଯାଦବ, ନୀତୀଶ ମିଶ୍ରା, ଦାମୋଦର ରାଓ୍ବତଳ, ସଞ୍ଜୟ ସିଂହ ‘ଟାଇଗର’, ବିଜୟ କୁମାର ସିହ୍ନା, ଶ୍ରବଶ କୁମାର, ନିଶାନ୍ତ କୁମାର, ଦିଲୀପ ଜୟସ୍ବାଲ, ଲେଶୀ ସିଂହ, ସୁନୀଲ କୁମାର, ଶ୍ରେୟସୀ ସିଂହ, ମୋ. ଜମା ଖାନ, ନନ୍ଦ କିଶୋର ରାମ, ଶୈଲେଶ କୁମାର ଓରଫ୍ ବୁଲୋ ମଣ୍ଡଳ, ପ୍ରମୋଦ କୁମାର ଆଦି ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି।