ବ୍ରହ୍ମପୁର: କବିସୂର୍ଯ୍ୟନଗର ଜରଡ଼ ପାହାଡ଼ ନିକଟରେ ଏକ ଗଛରୁ କଲରା ପତରିଆ ବାଘର ମୃତଦେହ ଉଦ୍ଧାର ଘଟଣାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଆରସିସିଏଫ ଏବଂ ଡିଏଫଓ। ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆରସିସିଏଫ ଏବଂ ଡିଏଫଓ କହିଛନ୍ତି, ମୃତ ଅଣ୍ଡିରା ବାଘର ବୟସ ଅଢ଼େଇ ବର୍ଷ ହେବ। ଘଟଣାରେ ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଆରସିସିଏଫ ବିଶ୍ୱନାଥ ନିଲନ୍ନଭର। ବାରହା ଶିକାର ପାଇଁ ତାର ବିଛା ଯାଇଥିବାବେଳେ ସେଥିରେ ଲାଗି ବାଘଟିର ମୃତ୍ୟୁ ହୋଇଥିବା ନେଇ କହିଛନ୍ତି ଆରସିସିଏଫ।

ସେହିଭଳି ଅନ୍ୟ ଦୁଇଟି ବାଘ ବ୍ରହ୍ମପୁର ବନ ଡିଭିଜନ ଅଧୀନରେ ଅଛନ୍ତି। କେତେବେଳେ କୁଆଡେ ସେମାନେ ବିତରଣ କରୁଥିବା ବେଳେ ସେମାନଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଛି ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫଓ।

Also Read: ବାଘକୁ ମାରି ଟାଙ୍ଗିଦେଲେ ! ନିମ୍ବ ଗଛରେ ଝୁଲୁଛି କଲରା ପତରିଆର ମୃତଦେହ

ସୂଚନାଯୋଗ୍ୟ ଯେ, ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହାଡ଼ ନିକଟ ଏକ ଗଛରୁ କଲରା ପତରିଆ ମୃତଦେହ ଝୁଲିଥିବା ଦେଖିବାକୁ ମିଳିଥିଲା । ବାଘର ଝୁଲନ୍ତା ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘର ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା।