ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ବ୍ୟାପିଥିବା ‘ଗାର୍ଲଫ୍ରେଣ୍ଡ୍ କଲଚର’କୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିପାରେ ଭାରତୀୟ କ୍ରିକେଟ୍ ଆଣ୍ଡ୍ କଣ୍ଟ୍ରୋଲ ବୋର୍ଡ (BCCI)। କାରଣ କ୍ରିକେଟ ବୋର୍ଡ ଏବେ ‘ଗାର୍ଲଫ୍ରେଣ୍ଡ୍ କଲଚର’କୁ ନେଇ କଡ଼ା ନିୟମ ଆଣିବାକୁ ଯୋଜନା କରୁଛି। ଯାହାଦ୍ବାରା ଏଥିରେ ଫସିଥିବା ଖେଳାଳିଙ୍କୁ କୌଣସି ବିବାଦରୁ ଦୂରେଇ ରଖିହେବ।

ପ୍ରକୃତରେ ଆଇପିଏଲ ୨୦୨୬ରେ ଅନେକ ଖେଳାଳି ନିଜ ମହିଳା ବନ୍ଧୁଙ୍କ ସହ ବୁଲୁଥିବାର ନଜର ଆସୁଛନ୍ତି। ସେମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂହ, ଇଶାନ କିଶନ ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଭଳି ଖେଳାଳି ଅଛନ୍ତି। ଏମିତିକି ଏମାନଙ୍କୁ ଦେଖି କିଛି ଅନ୍ୟ ଖେଳାଳି ମଧ୍ୟ ଆଇପିଏଲ ୨୦୨୬ରେ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ନଜର ଆସିଛନ୍ତି। ଯାହାକୁ ନେଇ ଏବେ ବିସିସିଆଇ ଚିନ୍ତିତ। କାରଣ ଏମାନେ ଷ୍ଟାଡିୟମ ଏବଂ ଟିମ୍ ବସଠାରୁ ଆରମ୍ଭ କରି ଟିମ୍ ହୋଟେଲ ପର୍ଯ୍ୟନ୍ତ ଖେଳାଳିଙ୍କ ସହ ରହୁଛନ୍ତି।

Also Read: ହାର୍ଦ୍ଦିକ ପାଣ୍ଡ୍ୟା ଗୋଟେ ପ୍ଲାଷ୍ଟିକ କ୍ୟାପ୍ଟେନ: ତାତିଲେ ଶ୍ରୀକାନ୍ତ​​​​​​​

ବିସିସିଆଇର ଆଗାମୀ ବୈଠକରେ ନିୟମ ଆଣିବା ଉପରେ ଆଲୋଚନା

ବିସିସିଆଇର ଜଣେ ବଡ଼ ଅଧିକାରୀ ଦୈନିକ ଜାଗରଣକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ, ଏହି ଗାର୍ଲଫ୍ରେଣ୍ଡ କଲଚର ସହ ଜଡ଼ିତ ନିୟମକୁ କଡ଼ା କରିବାକୁ ଯୋଜନା କରାଯାଉଛି। ଅଧିକାରୀ କହିଛନ୍ତି ଖେଳାଳିଙ୍କ ଗାର୍ଲଫ୍ରେଣ୍ଡଙ୍କୁ ନେଇ ନିୟମ ଆଣିବା ଉପରେ ଆଲୋଚନା କରୁଛନ୍ତି। ବିସିସିଆଇର ଆଗାମୀ ବୈଠକରେ ଏହା ଉପରେ ଆଲୋଚନା ହେବ। ବିସିସିଆଇର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପରିବାର ଏବଂ ପତ୍ନୀଙ୍କ ଖେଳାଳିଙ୍କ ସହ ହୋଟେଲରେ ରହିବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ଗାର୍ଲଫ୍ରେଣ୍ଡ ପ୍ରସଙ୍ଗରେ କିଛି ସତର୍କ ହେବାର ଆବଶ୍ୟକତା ରହିଛି।

ଟ୍ରେଣ୍ଡ୍‌ ପାଲଟିଛି ଗାର୍ଲଫ୍ରେଣ୍ଡ ଟିମ୍ ହୋଟେଲରେ ରହିବା

ଆଇପିଏଲ ଖେଳୁଥିବା ଖେଳାଳିଙ୍କ ଗାର୍ଲଫ୍ରେଣ୍ଡରେ ଅନେକ ଏଭଳି ଅଛନ୍ତି ଯେଉଁମାନେ ପୂର୍ବରୁ ବେଟିଂକୁ ପ୍ରମୋଟ କରିଥିବା ଓ୍ବେବସାଇଟ ସହ ଜଡ଼ିତ। ନିକଟରେ ହିଁ ଆଇପିଏଲରେ ଅନେକ ଖେଳାଳିଙ୍କ ଉପରେ ସେମାନଙ୍କର ମହିଳା ବନ୍ଧୁ କେସ୍ ମଧ୍ୟ ରୁଜୁ କରିଛନ୍ତି। ଏହି କାରଣରୁ ବିସିସିଆଇ ଏବେ ଆହୁରି ଅଧିକ ଗମ୍ଭୀର ଏବଂ ଗାର୍ଲଫ୍ରେଣ୍ଡ କଲଚର ଉପରେ ନୂଆ ଏବଂ କଠୋର ନିୟମ ଆଣିବାକୁ ପ୍ରସ୍ତୁତି କରୁଛି। ବିସିସିଆଇର ଅଧିକାରୀ କହିଛନ୍ତି ପୂର୍ବରୁ ଆଇପିଏଲ ସମୟରେ ଗାର୍ଲଫ୍ରେଣ୍ଡଙ୍କୁ ଖେଳାଳିଙ୍କ ହୋଟେଲରେ ରହିବାକୁ ଅନୁମତି ନଥିଲା। କିନ୍ତୁ ଏବେ ତାହା ନାହିଁ। ଏବେ ଗାର୍ଲଫ୍ରେଣ୍ଡଙ୍କ ଟିମ୍ ହୋଟେଲରେ ରହିବା ଟ୍ରେଣ୍ଡ୍‌ ପାଲଟିଛି।

Also Read: ମୁମ୍ବାଇ ଇଣ୍ଡିଆନ୍ସକୁ ବଡ ଝଟକା : ସାଣ୍ଟନର ଆଉଟ୍, ମାସେ ଯାଏଁ ଖେଳିପାରିବେନି କ୍ରିକେଟ୍, କାରଣ...​​​​​​​

ଆଗାମୀ ସିଜିନରେ ହୋଇପାରେ ଲାଗୁ

ଏମିତିରେ ଏବେ ଗାର୍ଲଫ୍ରେଣ୍ଡଙ୍କ ସହ ରହିବା କିମ୍ବା ନରହିବାକୁ ନେଇ ବିସିସିଆଇ ଖୁବଶୀଘ୍ର ନୂଆ ଏବଂ କଡ଼ା ନିୟମ ଆଣିବ। ଅବଶ୍ୟ ଏହାକୁ ନେଇ ଯେଭଳି କୌଣସି ବିବାଦ ସୃଷ୍ଟି ନହେବ ସେନେଇ ମଧ୍ୟ ବିସିସିଆଇ ଧ୍ୟାନ ଦେଇଛି। ତେଣୁ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗାର୍ଲଫ୍ରେଣ୍ଡ କଲଚର ସହ ଜଡ଼ିତ ନୂଆ ନିୟମ ଆଇପିଏଲର ଆଗାମୀ ସିଜିନରୁ ଲାଗୁ ହୋଇପାରେ। ଯଦି ଏଭଳି ହେଉଛି ତେବେ ପୁଣି ଏହି ସିଜିନରେ ନିଜ- ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ବୁଲୁଥିବା ଅନେକ ଖେଳାଳି, ଯେଉଁଥିରେ ହାର୍ଦ୍ଦିକ, ଇଶାନ, ଅର୍ଶଦୀପ, ଯଶସ୍ବୀଙ୍କ ଭଳି ଖେଳାଳିଙ୍କୁ ଆଗାମୀ ସିଜିନରେ ଏହି ସ୍ବାଧୀନତା ରହିବନି।