Srikkanth Blasts Hardik Pandya: ୫ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ IPL 2026 ଭଲରେ ଯାଉ ନାହିଁ। ଦଳ ମୋଟ ୯ ମ୍ୟାଚ୍‌ରୁ ୭ଟି ହାରିଛି ଦୁଇଟି ଜିତିଛି। ପଏଣ୍ଟ ଟେବୁଲ୍‌ରେ ମୁମ୍ବାଇ ନବମ ସ୍ଥାନରେ ରହିଛି। ଶନିବାର ଦଳ ଚେନ୍ନାଇ ସୁପର କିଙ୍ଗସ୍ ଠାରୁ ପରାସ୍ତ ହେବା ପରେ ପୂର୍ବତନ BCCI ଚୟନ କମିଟି ଅଧ୍ୟକ୍ଷ କୃଷ୍ଣମାଚାରୀ ଶ୍ରୀକାନ୍ତ ଦଳର କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ଏବଂ ତାଙ୍କ ବିରୁଦ୍ଧରେ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି।

ଗତକାଲିର ମ୍ୟାଚ୍‌ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ମାତ୍ର ୧୫୯ ରନ୍ କରିପାରିଥିଲା। ଜବାବରେ ଚେନ୍ନାଇ ୧୮.୧ ଓଭରରେ ଦୁଇଟି ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳର ଏଭଳି ହଠାତ୍ ପରାଜୟ ଧାରା ନେଇ ଶ୍ରୀକାନ୍ତ ପାଣ୍ଡ୍ୟାଙ୍କୁ ସମାଲୋଚନା କରିଛନ୍ତି।

ପ୍ଲାଷ୍ଟିକ କ୍ୟାପ୍ଟେନ ପାଣ୍ଡ୍ୟା

ଶ୍ରୀକାନ୍ତ ପାଣ୍ଡ୍ୟାଙ୍କୁ "ପ୍ଲାଷ୍ଟିକ୍ କ୍ୟାପ୍ଟେନ୍" ବୋଲି କହିଛନ୍ତି ଏବଂ ତାଙ୍କ ଚିନ୍ତାଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ପାଣ୍ଡ୍ୟା ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ୨୩ ବଲ୍‌ରେ ୧୮ ରନ୍ କରିଥିଲେ। ଏନଇ ଶ୍ରୀକାନ୍ତ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ କହିଛନ୍ତି, " ଆପଣ ସଂଖ୍ୟା ଦେଖନ୍ତୁ। ସେ ୨୩ ବଲ୍‌ରେ ୧୮ ରନ୍ କରିଛନ୍ତି। ଏହା କ’ଣ? ସେ କେବଳ ଏକ ପ୍ଲାଷ୍ଟିକ କ୍ୟାପ୍ଟେନ୍। ଆପଣ ପାର୍ଟନର୍ସିପ ଦେଖନ୍ତୁ। ଏଥିରେ ଉଦ୍ଦେଶ୍ୟ କେଉଁଠି ଦେଖା ଯାଉଛି? ହାର୍ଦ୍ଦିକ ପାଣ୍ଡ୍ୟା କ'ଣ କରିବାକୁ ଚେଷ୍ଟା କରୁଥିଲେ? ଯଦି ଆପଣ ମିଡିଲ ଓଭରଗୁଡ଼ିକରେ ଡଟ୍ ବଲ୍ କାଢ଼ୁଛନ୍ତି ତେବେ ମ୍ୟାଚ୍ ପାଇଁ କୌଣସି ସଠିକ୍ କାଲକୁଲେସନ କରାଯାଇ ନାହିଁ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ସେଥିପାଇଁ ରନ୍ ହାର ହଠାତ୍ ହ୍ରାସ ପାଇଲା।"

Also Read- ​​​​​​​୧୫,୬୬୦ କୋଟି ଟଙ୍କାରେ Rajasthan Royalsକୁ କିଣିଲେ ଲକ୍ଷ୍ମୀ ମିତ୍ତଲ, ୭୫% ସେୟାର ସହ ହେଲେ ନୂଆ କିଙ୍ଗ୍

ଶ୍ରୀକାନ୍ତ ଆହୁରି କହିଥିଲେ "ଷଷ୍ଠ ଏବଂ ସପ୍ତମ ଓଭରରେ ସେ ପ୍ରତି ଓଭରରେ ୯ ରନ ଲେଖାଏ ସ୍କୋର କରିଥିଲେ, କିନ୍ତୁ ଏହାପରର ଓଭର ୭,୭ ରନ୍ ହୋଇଥିଲା। ଗୋଟିଏ ଓଭର ୧୩ ରନ୍ ହୋଇଥିଲା, ତା'ପରେ ୧୦ ରନ୍, ତା'ପରେ ୬ ରନ୍ ହୋଇଥିଲା। ତା'ପରେ ୫, ,, , ରନ୍ ହୋଇଥିଲା ଏଇଠି ହିଁ ସେମାନେ ମ୍ୟାଚ୍ ସମ୍ପୂର୍ଣ୍ଣ ହାରି ଯାଇଥିଲେ।"

ଚେନ୍ନାଇ ପାଇଁ ସହଜ ବିଜୟ

ଚେନ୍ନାଇକୁ ଏହି ମ୍ୟାଚ୍ ଜିତିବାରେ କୌଣସି ଅସୁବିଧା ହୋଇନଥିଲା। ଯଦିଓ ସଞ୍ଜୁ ସାମସନଙ୍କ ୱିକେଟ୍ ଶୀଘ୍ର ପଡ଼ିଯାଇଥିଲା,ହେଲେ ଅଧିନାୟକ ଋତୁରାଜ ଗାୟକୱାଡ ୪୮ ବଲରୁ ୬୭ ରନ କରି ଦଳକୁ ବିଜୟୀ କରାଇଥିଲେ। ସେ ତାଙ୍କ ଇନିଂସରେ ପାଞ୍ଚଟି ଚୌକା ଏବଂ ଦୁଇଟି ଛକା ମାରିଥିଲେ। ଉର୍ଭିଲ ପଟେଲ ୧୨ ବଲରୁ ୨୪ ରନ କରିପାରିଥିଲେ। କାର୍ତ୍ତିକ ଶର୍ମା ୪୦ ବଲରୁ ଅପରାଜିତ ୫୪ ରନ କରି ୪ ଚୌକା ଏବଂ ୩ ଛକା ମାରିଥିଲେ।