ମୁମ୍ବାଇ, ୦୧/୦୫ : ମୁମ୍ବାଇ ଇଣ୍ଡିଆନ୍ସକୁ ବଡ ଝଟକା । ଆଇପିଏଲ ଚାଲୁଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ମିଚେଲ୍ ସାଣ୍ଟନର୍ ଆହତ ହୋଇ ଦଳରୁ ବାଦ୍ ପଡିଛନ୍ତି । ଏପରିକି ନ୍ୟୁଜିଲାଣ୍ଡ ଦଳକୁ ମଧ୍ୟ ଝଟକା ଲାଗିଛି । କାରଣ ସାଣ୍ଟନର ଏବେ ମାସେ ଯାଏଁ କ୍ରିକେଟରୁ ଦୂରରେ ରହିବେ ବୋଲି ଜଣା ପଡିଛି । ଚଳିତ ସପ୍ତାହର ଆରମ୍ଭରେ ତାଙ୍କୁ ଆଘାତ ଲାଗିଥିଲା । ଏହାପରେ ସେ ସ୍ୱଦେଶ ଫେରିଥିଲେ । ସେଠାରେ ହସ୍ପିଚାଲରେ ତାଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଥିବା ଜଣା ପଡିଥିଲା । 

ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ କହିଛି ଯେ, ବିଶେଷଜ୍ଞମାନେ ସାଣ୍ଟନରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ତାଙ୍କୁ ଅତି କମରେ ମାସେ ବିଶ୍ରାମ ଦରକାର । ଏପ୍ରିଲ ୨୩ ତାରିଖ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମୁକାବିଲାରେ ତାଙ୍କୁ ଏହି ଆଘାତ ଲାଗିଛି । ସେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ ।

Also Read :- Nepal: ଭାରତକୁ ଝଟକା; ବର୍ଷକ ପାଇଁ ନେପାଳ ପ୍ରଧାନମନ୍ତ୍ରୀ କରିବେନି ବିଦେଶ ଗସ୍ତ, ବାଲେନ ଶାହାଙ୍କୁ ନିମନ୍ତ୍ରଣ ପଠାଇଥିଲେ ପ୍ରଧାନମନ୍ତ୍ରୀ ମୋଦି

୩୪ ବର୍ଷୀୟ ସାଣ୍ଟନର ମୁମ୍ବାଇ ପାଇଁ ଚଳିତ ଆଇପିଏଲରେ ଚତୁର୍ଥ ମୁକାବିଲା ଖେଳୁଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଉପଯୋଗୀ ରନ୍ ସ୍କୋର୍ କରିଥିଲେ । ଏହାପୂର୍ବରୁ ସେ ବ୍ୟକ୍ତିଗତ କାରଣ ପାଇଁ କିଛି ସମୟ ବ୍ରେକ୍ ନେଇ ବିଳମ୍ବରେ ଟିମରେ ସାମିଲ ହୋଇଥିଲେ ।

୨ କୋଟିରେ କିଣିଛି ମୁମ୍ବାଇ

ମିଚେଲ ସାଣ୍ଟନରଙ୍କୁ ଆଇପିଏଲ ୨୦୨୫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ୨ କୋଟି ଟଙ୍କାରେ କ୍ରୟ କରିଥିଲା । ଚଳିତ ସିଜିନ୍ ପାଇଁ ମଧ୍ୟ ଏମଆଇ ତାଙ୍କୁ ରିଟେନ୍ କରିଥିଲା । ସେ ଆଇପିଏଲ ୨୦୨୫ରେ 13ଟି ମୁକାବିଲା ଖେଳିଥିଲେ । ଏହି ସମସ୍ତ ମ୍ୟାଚରେ ତାଙ୍କର ଇକୋନୋମି ରହିଥିଲା ୭.୯୨ । ଏହାସହ ସେ ୧୦ଟି ଓ୍ୱିକେଟ୍ ମଧ୍ୟ ନେଇଥିଲେ ।