ଭୁବନେଶ୍ବର: ପାର୍ବଣ ସମୟ। ସମସ୍ତେ ବ୍ୟସ୍ତ। ଏହାର ଫାଇଦା ଉଠାଇବାକୁ ମାତିଛନ୍ତି ଚୋର। ଦୁର୍ଗା ପୂଡା ଭିଡ଼ ଭିତରେ ଚୋରି କରୁଥିବା ବେଳେ ଧରାପଡ଼ିଛନ୍ତି ବଞ୍ଜାରା ଗ୍ୟାଙ୍ଗ। ଭିଡ ଭିତରେ ଲୋକଙ୍କୁ କରୁଥିଲେ। ଧରାପଡ଼ି ଖୁବ୍ ଛେଚା ଖାଇଛନ୍ତି ୫ ଜଣିଆ ଗ୍ୟାଙ୍ଗ।

ଭିଡର ଫାଇଦା ଉଠାଇ ମନି ପର୍ସ ତ ପୁଣି କାହାର ସୁନା ଚେନକୁ ଆଖି ପିଛୁଳାକେ ଗାଏବ କରୁଥିଲେ। ଏଭଳି ଗ୍ୟାଙ୍ଗକୁ ଲୋକେ ଧରିଛନ୍ତି। ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଢାଉ ଥିବା ଜଣେ ମହିଳାଙ୍କୁ ଧରିଛନ୍ତି।

ପାର୍ବଣ ସମୟରେ ଚୋରି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ତେବେ ଭିଡ଼ ଭିତରେ ନିଜର ମୂଲ୍ୟବାନ ସାମଗ୍ରୀ ପ୍ରତି ସତର୍କ ରହିବା ସହ ମନିପର୍ସ, ମୋବାଇଲ୍ ଓ ସୁନା ଅଳଙ୍କାର ଉପରେ ନଜର ରଖିବା ଜରୁରୀ।