ନୂଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟ ଯୁଦ୍ଧ ଯୋଗୁ ଲାଗିରହିଥିବା ଅସ୍ଥିରତା ମଧ୍ୟରେ ଭାରତ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ରୁପା ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାର ଶନିବାର ରୁପାର ବିଭିନ୍ନ କାଟାଗୋରୀକୁ ମାଗଣା ତାଲିକାରୁ ହଟାଇ ପ୍ରତିବନ୍ଧକ କାଟାଗୋରୀରେ ସାମିଲ କରିଛନ୍ତି। ଯାହାର ଅର୍ଥ ଏବେ ଏହି କାଟାଗୋରୀର ରୁପା ଆମଦାନୀ ପୂର୍ବ ଭଳି ସହଜ ହେବନି। ଆଉ ଏଥିପାଇଁ ଅତିରିକ୍ତ ମଞ୍ଜୁରୀର ଆବଶ୍ୟକତା ପଡ଼ିପାରେ।

ପ୍ରକୃତରେ ସରକାରଙ୍କ ଏହି ପଦକ୍ଷେପ ଦେଶରେ ମୂଲ୍ୟବାନ ଧାତୁର ବଢ଼ୁଥିବା ଆମଦାନୀକୁ ନିୟନ୍ତ୍ରିତ କରିବା ଏବଂ ଟ୍ରେଡ୍ ଡେଫିସିଟ ଅର୍ଥାତ୍ ବାଣିଜ୍ୟିକ କ୍ଷତିକୁ କମ୍ କରିବା ଉଦ୍ଦେଶ୍ୟରେ ନିଆଯାଇଛି। କାରଣ ବିଗତ କିଛି ସମୟରୁ ସୁନା ଏବଂ ରୁପାର ଆମଦାନୀ ଉପରେ ଲଗାତାର ଚାପ ବଢ଼ୁଥିଲା। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ପ୍ରଭାବ ପଡ଼ିବା ନେଇ ଚିନ୍ତା ବଢ଼ିଥିଲା।

Also Read: ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା: ଗୋଟିଏ ଡଲାର ମୂଲ୍ୟ ୯୬ ଟଙ୍କାରୁ ଅଧିକ, କ'ଣ ହେବ ଲୋକଙ୍କ ଅବସ୍ଥା ?

ସୁନା ବଦଳରେ ରୁପା କିଣିବାକୁ ବଢ଼ୁଛି ଟ୍ରେଣ୍ଡ୍, କମାଇବାକୁ ବଡ଼ ନିଷ୍ପତ୍ତି

ସୁନା ଉପରେ ଆମଦାନୀ ଶୁଳ୍କ ବଢ଼ିବା ପରେ ଲୋକେ ନିବେଶ ଏବଂ ଜୁଏଲାରୀ ପାଇଁ ରୁପା ଆଡ଼କୁ ଢଳିବା ନେଇ ଅନୁମାନ କରାଯାଉଥିଲା। ଏମିତିରେ ଏହି ସମ୍ଭାବନାକୁ ଦେଖି ସରକାର ରୁପା ଆମଦାନୀ ମଧ୍ୟ କଡ଼ା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ସରକାର ସୁନା ଏବଂ ରୁପା ଉଭୟ ଉପରେ ଆମଦାନୀ ଶୁଳ୍କ ୬%ରୁ ବଢ଼ାଇ ୧୫% କରିଥିଲେ। ଏହା ସତ୍ତ୍ବେ ଆଶଙ୍କା କରାଯାଉଥିଲା ଯେ, ନିବେଶକ ସୁନା ବଦଳରେ ରୁପା କିଣିବା ନେଇ ସମ୍ଭାବନା ବଢ଼ିଥିଲା।

ବିଦେଶୀ ମୁଦ୍ରା ବଞ୍ଚାଇବା ଉପରେ ସରକାରଙ୍କ ଫୋକସ

ପ୍ରକୃତରେ ସରକାର ବର୍ତ୍ତମାନ ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ ରଖିବା ଏବଂ ଟଙ୍କା ଉପରେ ବଢ଼ୁଥିବା ଚାପକୁ କମ୍ କରିବା ଉପରେ ଫୋକସ କରୁଛନ୍ତି। ବିଶ୍ବ ସ୍ତରରେ ବଢ଼ୁଥିବା ଅନିଶ୍ଚିତତା ଏବଂ ଆମଦାନୀ ବିଲ୍ ବଢ଼ିବା ଯୋଗୁ ସରକାର ସତର୍କ ହୋଇଥିବାରୁ ଜଣାପଡ଼ୁଛି।

Also Read: ପୁଣି ବଢିଲା CNG ଦାମ୍, କେଜି ପିଛା ୨ଟଙ୍କା ୨୫ ପଇସା ମହଙ୍ଗା କଲା ଆଦାନୀ ଗ୍ୟାସ୍

ବିଶେଷଜ୍ଞଙ୍କ ମତରେ ଯଦି ଦାମୀ ଧାତୁର ଆମଦାନୀ ଲଗାତାର ବଢ଼ୁଛି ତେବେ, ଏହାଦ୍ବାରା ଚାଲୁ ଖାତା କ୍ଷତି ଏବଂ ବାଣିଜ୍ୟିକ କ୍ଷତି ଉଭୟ ବଢ଼ିପାରେ। ଏହି କାରଣରୁ ସରକାର ଏବେ ଆମଦାନୀ ଉପରେ ନିୟନ୍ତ୍ରଣ ଦ୍ବାରା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି।

ପୂର୍ବରୁ ହିଁ କମିଛି ଆମଦାନୀ

ସରକାରୀ ତଥ୍ୟ ଅନୁସାରେ, ଏପ୍ରିଲ ମାସରେ ସୁନା ଏବଂ ରୁପା ଆମଦାନୀ ପୂର୍ବରୁ ହିଁ ପ୍ରାୟ ୩୦ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହା ପଛରେ ଉଚ୍ଚ ଆମଦାନୀ ଶୁଳ୍କ ଏବଂ ଅନ୍ତର୍ଜାତୀୟ ବଜାରରେ ବଢ଼ୁଥିବା ଦାମକୁ ବଡ଼ କାରଣ ବୋଲି କୁହାଯାଉଛି। ଏବେ ନୂଆ ପ୍ରତିବନ୍ଧକ ପରେ ଆଗାମୀ ମାସରେ ରୁପା ଆମଦାନୀରେ ଆହୁରି ହ୍ରାସ ଦେଖିବାକୁ ମିଳିପାରେ।

ତେଲ ରପ୍ତାନୀ ଉପରେ କଟକଣା

ଏହା ପୂର୍ବରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲର ଦାମରେ ୩ ଟଙ୍କା ପ୍ରତି ଲିଟ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ଏହା ସହ କେନ୍ଦ୍ର ସରକାର ତେଲ କମ୍ପାନିଙ୍କ ପାଇଁ ନିୟମରେ ପରିବର୍ତ୍ତନ କରିଛନ୍ତି। ସରକାର ପେଟ୍ରୋଲ ରପ୍ତାନୀ ଉପରେ ୩ ଟଙ୍କା ପ୍ରତି ଲିଟରର ଓ୍ବିଣ୍ଡଫଲ୍‌ ଟ୍ୟାକ୍ସ ଲଗାଇଛନ୍ତି। ଡିଜେଲ ଏବଂ ଜେଟ୍ ଫ୍ୟୁଲ (ATF) ଉପରେ ଟ୍ୟାକ୍ସ କମାଇଛନ୍ତି।