କୋଲକାତା: କୋଲକାତା ନାଇଟ୍ ରାଇଡର୍ସ (KKR)ର ଷ୍ଟାର୍ ସ୍ପିନର ସୁନୀଲ ନାରିନ ଆଇପିଏଲ୍ ଇତିହାସରେ ଏକ ବିରାଟ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଆଇପିଏଲ୍ କ୍ୟାରିୟରରେ ଏଭଳି ଏକ କୀର୍ତ୍ତିମାନ ସେ ନିଜ ନାମରେ କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ କୌଣସି ବିଦେଶୀ ଖେଳାଳି କରିପାରି ନ ଥିଲେ।

ଇଡେନ ଗାର୍ଡେନ୍ସରେ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ମଇଦାନକୁ ଓହ୍ଲାଇବା ମାତ୍ରେ ନାରିନ ଆଇପିଏଲରେ ୨୦୦ ମ୍ୟାଚ୍ ଖେଳିବାର ଉପଲବ୍ଧି ହାସଲ କରିଛନ୍ତି। ଏହା ସହ ଆଇପିଏଲ୍ ଇତିହାସରେ ଗୋଟିଏ ଫ୍ରାଞ୍ଚାଇଜି ପାଇଁ ୨୦୦ ମ୍ୟାଚ୍ ଖେଳିବାରେ ସେ ପ୍ରଥମ ବିଦେଶୀ କ୍ରିକେଟର ହୋଇଛନ୍ତି। ଏହି ତାଲିକାରେ ଅନ୍ୟ କୌଣସି ବିଦେଶୀ ଖେଳାଳି ସୁନୀଲ ନାରିନଙ୍କ ଆଖପାଖରେ ବି ନାହାନ୍ତି।

Also Read: ଦ୍ଵିତୀୟ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା, ଉଦୟପୁରରେ ମାହିକାଙ୍କ ନେବେ ସାତଫେରା !

ଗୋଟିଏ ଦଳ ସହ ୧୪ ବର୍ଷର ଯାତ୍ରା

୨୦୧୨ ମସିହାରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଆଇପିଏଲ୍ ଡେବ୍ୟୁ କରିଥିବା ସୁନୀଲ ନାରିନ ସେବେଠାରୁ କ୍ରମାଗତ ଭାବେ ଏହି ଗୋଟିଏ ଦଳ ପାଇଁ ଖେଳି ଆସୁଛନ୍ତି। KKRକୁ ତିନି ତିନି ଥର ଚାମ୍ପିଅନ୍ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ସେ ଦଳ ପାଇଁ କେବଳ କଞ୍ଜୁସ ବୋଲିଂ କରନ୍ତି ନାହିଁ ବରଂ ଓପନିଂ କରି ବିସ୍ଫୋରକ ବ୍ୟାଟିଂ ମଧ୍ୟ କରିଥାନ୍ତି।

ସର୍ବାଧିକ ମ୍ୟାଚ୍ ଖେଳିଥିବା ବିଦେଶୀ ଖେଳାଳି

ସୁନୀଲ ନାରୀନ – ୨୦୦ ମ୍ୟାଚ୍ (KKR)

କିରଣ ପୋଲାର୍ଡ – ୧୮୯ ମ୍ୟାଚ୍ (MI)

ଏବି ଡିଭିଲିୟର୍ସ – ୧୮୪ ମ୍ୟାଚ୍ (RCB/DD)

ଡେଭିଡ୍ ୱାର୍ଣ୍ଣର – ୧୮୪ ମ୍ୟାଚ୍ (DC/SRH)

Also Read: IPLରେ ଜାତିଗତ ଆକ୍ଷେପ: ତିଲକ ବର୍ମାଙ୍କୁ ‘ଅନ୍ଧେରେ’ କହି ବିବାଦରେ ଅର୍ଶଦୀପ, ବ୍ୟାନ୍ ଦାବି କଲେ ଶିବରାମକୃଷ୍ଣନ

ବୋଲିଂରେ ବି ରହିଛି ରେକର୍ଡ

ସୁନୀଲ ନାରିନ କେବଳ ମ୍ୟାଚ୍ ସଂଖ୍ୟାରେ ନୁହେଁ ବରଂ ୱିକେଟ୍ ନେବାରେ ବି ସବୁଠୁ ଆଗରେ ଅଛନ୍ତି। ଆଇପିଏଲ୍ରେ ୨୦୦ କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେଇଥିବା ସେ ଏକମାତ୍ର ବିଦେଶୀ ବୋଲର। ବିଦେଶୀ ବୋଲରଙ୍କ ମଧ୍ୟରେ ତାଙ୍କ ପଛକୁ ଡ୍ଵେନ ବ୍ରାଭୋ (୧୮୩ ୱିକେଟ୍) ଏବଂ ରଶିଦ ଖାନ (୧୭୪ ୱିକେଟ୍) ରହିଛନ୍ତି।