ନୂଆଦିଲ୍ଲୀ ୧୦।୦୫; ସଦ୍ୟ ସମାପ୍ତ ତାମିଲନାଡୁ ବିଧାନସଭା ନିର୍ବାଚନରେ ତାମିଲଗା ଭେଟି କାଝରମ (ଟିଭିକେ) ଇତିହାସ ସୃଷ୍ଟି କରିଛି । ଏହାଇ ଝଡ଼ରେ ଧୂଳିସାତ୍ ହୋଇଯାଇଛି ଶାସକ ଡିଏମକେର ମଜଭୂତ ସଙ୍ଗଠନ । ଟିଭିକେ ଏକାକୀ ୧୦୮ଟି ଆସନ ହାସଲ କରିଥିବାବେଳେ ଅନ୍ୟ ଦଳଙ୍କ ସମର୍ଥନରେ ସରକାର ଗଠନ କରିବାକୁ ଯାଇଛି। ଏଥିସହ ଦଳର ମୁଖ୍ୟ ଅଲାପତି ବିଜୟ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ବିଜୟଙ୍କ ପୂରା ନାମ ହେଉଛି ଜୋସେଫ୍ ବିଜୟ ଚନ୍ଦ୍ରଶେଖରନ୍ । ୧୯୭୪ ମସିହା ଜୁଲ୍ ୬୭ରେ ଚେନ୍ନାଇରେ ତାଙ୍କର ଜନ୍ମ । ଅତି ସାନବେଳୁ ସେ ଫିଲ୍ମ ଜଗତରେ କ୍ୟାରିଗର ଆରମ୍ଭ କରିଥିଲେ ।

ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିବାବେଳେ ୧୯୮୪ରେ 'ଭେଟି' ଫିଲ୍ମରେ ସେ ଶିଶୁ କଳାକାର ଭାବେ ନଜର ଆସିଥିଲେ । ସେହି ଫିଲ୍ମକୁ ତାଙ୍କ ପିତା ଏସ୍. ଏ ଚନ୍ଦ୍ରଶେଖରନ୍ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ଆହୁରି କିଛି ଫିଲ୍ମରେ ତାଙ୍କୁ ଛୋଟମୋଟ ଭୂମିକାରେ ଦେଖିବାକୁ ମିଳିଥିଲା । ୧୯୯୨ରେ ନିଜୟ ‘ନଲାଗା ଥିରପୁ'ରେ ପ୍ରଥମ ଥର ପାଇଁ ମୁଖ୍ୟ ଅଭିନେଖ ଭାବେ ଅଭିନୟର ସୁଯୋଗ ପାଇଥିଲେ । କିନ୍ତୁ ସେହି ଫିଲ୍ମ କୌଣସି ସଫଳତା ପାଇନଥିଲା। ତେବେ ୨୦୦୦ ମସିହା ଆରମ୍ଭରେ ବିଜୟଙ୍କ କ୍ୟାରିୟର ଗାଡ଼ି ଆଗକୁ ବଢ଼ିଥିଲା । ଦର୍ଶକଙ୍କୁ ସେ ଅନେକ ବୃକ୍`ର ଫିଲ୍ମ ଭେଟି ଦେଇଥିଲେ । ଏଥିସହ ପ୍ରଶଂସକମାନେ ତାଙ୍କୁ ଧୀରେ ଧୀରେ 'ଥଲାପତି' ବା ‘ଜନନେତା’ ଭାବେ ସମ୍ବୋଧନ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ 'ମାର୍ଶାଲ', 'ମାଷ୍ଟର', 'ବିଷ୍ଟ' ଏବଂ ‘ଓ' ଭଳି ଫିଲ୍ମ ତାଙ୍କୁ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ପ୍ରମୁଖ ଅଭିନେତାଙ୍କ ମଧ୍ୟରେ ସାମିଲ କରାଇଥିଲା। ଏହି ସବୁ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ବ୍ୟବସାୟ କରିଥିଲା ।

ଏହାରେ ରାଜନୀତି ଲାଗି ସେ ସିନେମାକୁ ଅଲବିଦା କହିଥିଲେ । ମାତ୍ର ୨ ବର୍ଷ ପୂର୍ବରୁ ସେ ରାଜନୈତିକ ଦଳ ଗଠନ କରିଥିଲେ । କିନ୍ତୁ ତାର ବହୁ ପୂର୍ବରୁ ଫ୍ୟାନ୍ କଚ୍ ଜରିଆରେ ସାମାଜିକ କଲ୍ୟାଣ କାର୍ଯ୍ୟ କରି ଆସୁଥିଲେ ବିଜୟ । ୨୦୦୯ରେ ସେହି ଫ୍ୟାନ୍ କୃଦ୍ ଅଭାପତି ବିଜୟ ମୟୂର ଇଗଜ୍ମ(ଟିଭି ଏମ୍ ଆଇ) ଏକ ବିକାଶମୂଳକ ସଙ୍ଗଠନ ପାଲଟିଥିଲା । ଏହାପରେ ରାଜନୈତିକ ଦଳ ଭଳି କାମ କରିବା ଆରମ୍ଭ କରିଥିଲା । ଏହି ଅନୁଶାସିତ ଏବଂ ସମର୍ପିତ ସଙ୍ଗଠତର ସବୁ ଜିଲ୍ଲା, ତହସିଲ ଏବଂ ବ୍ଲକ୍ ସ୍ତରରେ ପଦାଧିକାରୀ ଅଛନ୍ତି । ୨୦୨୧ରେ ପୌର ନିର୍ବାଚନରେ ଟିଭିଏଲର ୧୩୦ ସଦସ୍ୟ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ସେଥର ଟିଭିଏମଆଇ ୧୧୫ଟି ଆସନ ଚିଥିଲା । ସେଥିରୁ ବିଜୟ ନିଜ ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ ଥିବା ସ୍ପଷ୍ଟ ହୋଇଯାଇଥିଲେ । ଏହାପରେ ୨୦୨୪ରେ ସେ ଟିଭିକେ ଗଠନ କରିଥିଲେ । ଚଳିତ ନିର୍ବାଚନରେ ଜେନ୍-ଡି, ମହିଳାଙ୍କୁ ଟାର୍ଗେଟ୍ କରି ସେ ଉଲ୍ଲେଖନାୟ ସଫଳତା ପାଇଛନ୍ତି ।

Also Read-Thalapathy vijay: ତାମିଲନାଡୁରେ ଆଜିଠୁ ବିଜୟ ସରକାର, ସକାଳ ୧୦ଟାରେ ନେବେ ଶପଥ