ଚେନ୍ନାଇ: ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ହୋଇଥିବା ଅପମାନଜନକ ମନ୍ତବ୍ୟକୁ ସହଜରେ ଭୁଲିନାହାନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ଥଲାପତି ବିଜୟ। ନାରୀ ସମ୍ମାନ ଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ନେଇ ବିଧାନସଭାରେ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ନାରୀମାନଙ୍କୁ ଅସମ୍ମାନ କରୁଥିବା ଲୋକଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବ ନାହିଁ ବୋଲି ଏମକେ ଷ୍ଟାଲିନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ସେ ସ୍ପଷ୍ଟ ଶବ୍ଦରେ ଏହା କହିଛନ୍ତି।

ବିଧାନସଭାରେ ଗର୍ଜିଲେ ବିଜୟ

କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମ ନନେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ପରୋକ୍ଷରେ ନିଶାନା କରି ବିଜୟ କହିଛନ୍ତି, ରାଜନୀତିରେ ତିକ୍ତ ସମାଲୋଚନା ହୋଇପାରେ, କିନ୍ତୁ କାହାରିକୁ ବ୍ୟକ୍ତିଗତ ଆକ୍ଷେପ କିମ୍ବା ନାରୀଜାତିକୁ କଟାକ୍ଷ କରିବାର ଅଧିକାର କାହାର ନାହିଁ। ଯେ କୌଣସି ନେତା ମହିଳାଙ୍କ ବିଷୟରେ ମନ୍ତବ୍ୟ ଦେବା ପୂର୍ବରୁ ନିଜ ପରିବାରର ନାରୀମାନଙ୍କ କଥା ଭାବିବା ଉଚିତ। ଏହାସହ ନିଜ ରାଜନୈତିକ ସଫଳତା ପଛରେ ମହିଳାମାନଙ୍କ ବଡ଼ ହାତ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

Also Read: ଲାଇଟ୍ କ୍ୟାମେରା ଆକ୍ସନ: ୧୯୯୧ର ଆର୍ଥିକ ସୁଧାର ବଦଳାଇ ଦେଲା ଭାରତୀୟ ସିନେମାର କାୟାକଳ୍ପ

କ’ଣ ଥିଲା ସମ୍ପୂର୍ଣ୍ଣ ବିବାଦ ?

ଗତ ଅଗଷ୍ଟ ମାସରେ ତଞ୍ଜାବୁରଠାରେ କାବେରୀ ନଦୀ ଜଳ ବିବାଦକୁ ନେଇ ଆୟୋଜିତ ଏକ ଆନ୍ଦୋଳନ ସମୟରେ ଉଦୟନିଧି ଷ୍ଟାଲିନ୍ ଭାଷଣ ଦେଉଥିଲେ। ସେହି ସମୟରେ କିଛି ଲୋକ ଅଭିନେତ୍ରୀ ତ୍ରିଷାଙ୍କ ନାମ ନେଇ ଚିତ୍କାର କରିବାରୁ, ଷ୍ଟାଲିନ୍ ତ୍ରିଷା ଓ ବିଜୟଙ୍କୁ ନେଇ ଦ୍ୱିଅର୍ଥବୋଧକ କଟାକ୍ଷ କରିଥିଲେ। ଏହି ଘଟଣାକୁ ନେଇ ବିବାଦ ତୀବ୍ର ହେବା ପରେ ପୋଲିସ୍ ଉଦୟନିଧିଙ୍କୁ ଗିରଫ କରି ପଚରାଉଚୁରା କରିବା ପରେ ଛାଡ଼ିଥିଲା।

ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ସ୍ମୃତି ଚାରଣ

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ବିଜୟ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ କଥା ମନେ ପକାଇଥିଲେ। ସେ କହିଥିଲେ ଯେ, ଏହି ବିଧାନସଭା ଗୃହରେ ଜୟଲଲିତାଙ୍କୁ ମଧ୍ୟ ଅନେକ ଅପମାନ ସହିବାକୁ ପଡ଼ିଥିଲା। ରାଜନୀତିରେ ସୀମା ପାର୍ କରିବା ସମ୍ପୂର୍ଣ୍ଣ ଭୁଲ୍। ଏହାସହିତ ଡିଏମ୍କେ ସରକାର ସମୟରେ ହୋଇଥିବା ଦୁର୍ନୀତି ଓ 'ସରକାରିଆ କମିଶନ୍' ରିପୋର୍ଟକୁ ନେଇ ସେ ବିରୋଧୀ ଦଳକୁ କଡ଼ା ସମାଲୋଚନା କରିଥିଲେ।

Also Read: ଘରେ ଟିଭି ନାହିଁ, ଜୀବନରେ ଦେଖି ନ ଥିଲେ ଟ୍ରେନ୍: ବଡ଼ ପରଦାରେ ଡେବ୍ୟୁ କରିବେ କୋରାପୁଟର ସନା ଖେମୁଣ୍ଡି