ନୂଆଦିଲ୍ଲୀ: ଥାଲାପତି ବିଜୟଙ୍କ ତାମିଲଗା ଭେଟ୍ଟ୍ରୀ କାଝାଗମ (ଟିଭିକେ) ତାମିଲନାଡୁର ସବୁଠୁ ବଡ଼ ପାର୍ଟି ଭାବରେ ଉଭା ହୋଇଛି। ବିଜୟ ପ୍ରଥମ କରି ଏହି ଦଳ ଗଢ଼ି ନିର୍ବାଚନ ଲଢ଼ିଥିବା ବେଳେ, ବିଜୟୀ ହୋଇ ଇତିହାସ ରଚିଛନ୍ତି। ସେ ନିଜ ପ୍ରଚେଷ୍ଟାରେ ୧୧୭ ସିଟରେ ବହୁମତ ନିକଟବର୍ତ୍ତୀ ହେଉଛନ୍ତି। ସେପଟେ ବିଜୟଙ୍କ ଏହି ଐତିହାସିକ ବିଜୟ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ? ତାହା ହେଉଛି ବିଜୟଙ୍କ ବିବାଦୀୟ ଫିଲ୍ମ ‘ଜନ ନାୟଗନ’ ( ହିନ୍ଦୀରେ ଜନ ନେତା)କୁ ଏବେ ଗ୍ରୀନ ସିଗ୍ନାଲ ମିଳିବ କି ? ମାନେ ଏହି ଫିଲ୍ମ ଏବେ ରିଲିଜ ହେବକି ?

ହଟିବ ଜନ ନାୟଗନ ଉପରେ ଲାଗିଥିବା ଗ୍ରହଣ ?

ତାମିଲନାଡୁରେ ସିନେମା ଏବଂ ରାଜନୀତିର ସଂପର୍କ ସବୁବେଳେ ଚର୍ଚ୍ଚାର ବିଷୟ ହୋଇ ରହିଆସିଛି। ଏମିତିରେ ଲୋକଙ୍କ ଉତ୍ସୁକତା ବଢ଼ିଛି। ଏହାରି ମଧ୍ୟରେ ଫ୍ୟାନ୍ସଙ୍କ ପ୍ରଶ୍ନ, ଯଦି ବିଜୟ ମୁଖ୍ୟମନ୍ତ୍ରୀ ହେବେ ତା’ହେଲେ କ’ଣ ତାଙ୍କ ଫିଲ୍ମ ‘ଜନ ନେତା’ ଏବେ ରିଲିଜ ହୋଇପାରିବ ?

ବିଜୟଙ୍କ ଫ୍ୟାନ୍ ସୋସିଆଲ ମିଡିଆରେ ନିଜ ରାୟ ଏବଂ ମଜାଦାର କଥା ସେୟାର କରୁଛନ୍ତି। ଜଣେ ଫ୍ୟାନ୍ ଲେଖିଛନ୍ତି- ‘ମତେ ଲାଗୁଛି ଯେ, ଜନ ନେତା ଫିଲ୍ମର ଆରମ୍ଭ ‘ଚିଫ୍ ମିନିଷ୍ଟର ଥାଲାପତି ବିଜୟଙ୍କ ଟାଇଟଲ କାର୍ଡରେ ହେବ। ଅନ୍ୟ ଜଣେ ଲେଖିଛନ୍ତି- ସେମାନେ ଜନ ନେତା ରିଲିଜ ଉପରେ ରୋକ୍ ଲଗାଇଦେଲେ, କିନ୍ତୁ ବିଜୟଙ୍କୁ ଅସଲ ଜନତାର ନେତା ହେବାରୁ ରୋକିପାରିବେନି।

Also Read: 'ସାରା ଜଙ୍ଗଲ ବାଘର'... ତାମିଲନାଡୁରେ ସତ ହେଲା ବିଜୟଙ୍କ ଡାଏଲଗ

ଆଉ ଏକ ପୋଷ୍ଟରେ ଲେଖାଯାଇଛି- ଜନ ନେତା ଏବେ ରେକର୍ଡ ଭାଙ୍ଗିବା ପାଇଁ ପ୍ରସ୍ତୁତ, ଏହାକୁ ଖୁବଶୀଘ୍ର ରିଲିଜ କର। କେହି ଜଣେ ଥଟ୍ଟାରେ ଲେଖିଛନ୍ତି- ‘ଭାଇ ନିଜ ବ୍ୟାନ ହୋଇଥିବା ଫିଲ୍ମକୁ ରିଲିଜ କରିବା ପାଇଁ ନିଜେ ସିଏମ ହୋଇଗଲେ।’ କିଛି ଫ୍ୟାନ୍ସ କହିଛନ୍ତି ‘ଫିଲ୍ମକୁ ସେନ୍ସର ବୋର୍ଡରୁ ମଞ୍ଜୁରୀ ମିଳିନଥିଲା। କିନ୍ତୁ ଏବେ ଯଦି ବିଜୟ ମୁଖ୍ୟମନ୍ତ୍ରୀ ହେବେ, ତା’ ହେଲେ ଫିଲ୍ମ ନିଶ୍ଚୟ ରିଲିଜ ହେବ।’ ସେହିଭଳ ଜଣେ ଫ୍ୟାନ୍ ଲେଖିଛନ୍ତି- ଏବେ ଜନ ନେତାର ରିଲିଜ ତାମିଲନାଡୁରେ ଉତ୍ସବ ଭଳି ପାଳନ ହେବ।

ବାରମ୍ବାର ସ୍ଥଗିତ ହୋଇଛି ଫିଲ୍ମ

ସୂଚନାଥାଉକି, ବିଜୟଙ୍କ ଫିଲ୍ମ ‘ଜନ ନେତା’ର ରିଲିଜ ଅନେକ ଥର ସ୍ଥଗିତ ହୋଇଛି। ଏହାର କାରଣ ସେନ୍ସର ବୋର୍ଡ ଅଡ଼ୁଆ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ସମୟ ବୋଲି କୁହାଯାଇଥିଲା। ତେବେ କୁହାଯାଉଛି ଫିଲ୍ମ ୨୦୨୬ ମେ ମାସରେ ରିଲିଜ ହୋଇପାରେ। କିନ୍ତୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ତାରିଖ ଘୋଷଣା ହୋଇନାହିଁ। ପୂର୍ବରୁ ଏହି ଫିଲ୍ମ ଜାନୁଆରୀରେ ରିଲିଜ ହେବାର ଥିଲା। କିନ୍ତୁ ଶେଷ ମିନିଟ ପର୍ଯ୍ୟନ୍ତ ଏହାକୁ ସେନ୍ସର ବୋର୍ଡ ପାସ କରିନଥିଲା। ଯାହା ପରେ ମାମଲା କୋର୍ଟରେ ପହଞ୍ଚିଥିଲା।

Also Read: ଷ୍ଟାଲିନଙ୍କ ଗାଦି ଟଳମଳ ! କାମ ଦେଲାନି ହିନ୍ଦୀ ଏବଂ ହିନ୍ଦୁ ବିରୋଧୀ ଏଜେଣ୍ଡା, ସୁଯୋଗର ଫାଇଦା ନେଲା TVK

ଏହି ଫିଲ୍ମରେ ବିଜୟଙ୍ ସହ ପୂଜା ହେଗଡେ, ବବି ଦେଓଲ, ମମିତା ବୈଜୁ, ପ୍ରକାଶ ରାଜ, ନାରାୟ ଏବଂ ପ୍ରିୟମଣି ମଧ୍ୟ ନଜର ଆସିବେ। ଫିଲ୍ମ ପାଇଁ ସଂଙ୍ଗୀତ ଦେଇଛନ୍ତି ଅନିରୁଦ୍ଧ ରବିଚନ୍ଦର । ଏହାକୁ KVN ପ୍ରଡକ୍ସନ ପ୍ରସ୍ତୁତ କରିଛି ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଏଚ ବିନୋଥ। କୁହାଯାଉଛି ରାଜନୀତିରେ ଆସିବା ପରେ ବିଜୟଙ୍କ ଅନ୍ତିମ ଫିଲ୍ମ ହୋଇପାରେ।