ଭୁବନେଶ୍ୱର ୦୩।୧୨ : ଉଡିଲାନି ଇଣ୍ଡିଗୋ ବିମାନ, ଏୟାରପୋର୍ଟରେ ହଙ୍ଗାମା । ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଇଣ୍ଡିଗୋ ଫ୍ଲାଇଟ୍ ବିଳମ୍ବ ନେଇ ଉତ୍ତେଜନା ଦେଖାଦେଇଛି । ୭୦୦ରୁ ଅଧିକ ଯାତ୍ରୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ମଙ୍ଗଳବାର ରାତି ୯ଟାରୁ ୧୧ଟା ମଧ୍ୟରେ ଇଣ୍ଡିଗୋ ବିମାନଟି ଭୁବନେଶ୍ୱରରୁ ବାଙ୍ଗାଲୋର, ଦିଲ୍ଲୀ ଓ ମୁମ୍ବାଇ ଯାଇଥାନ୍ତା । ହେଲେ ଯାତ୍ରୀମାନଙ୍କୁ ନଜଣାଇ କିମ୍ବା କୌଣସି ପ୍ରକାର ସୂଚନା ନଦେଇ ଫ୍ଲାଇଟ୍ କ୍ୟାନ୍ସଲ ହୋଇଥିଲା । ବୁଧବାର ସକାଳୁ ଆଉଥରେ ସିକ୍ୟୁରିଟି ଚେକ୍ ଇନ୍ ସହ ବୋଡିଂ ପାସ୍ ଧରାଇ ଦେଲେ । ହେଲେ ବର୍ତ୍ତମାନ ସୁଦ୍ଧା ବିମାନ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଗସ୍ତ କରିନାହିଁ । ଶେଷରେ ବାଧ୍ୟ ହୋଇ ଏୟାରପୋର୍ଟରେ ଅସନ୍ତୋଷ ଯାତ୍ରୀଙ୍କ ପକ୍ଷରୁ ହୋହାଲ୍ଲା ଓ ପାଟିତୁଣ୍ଡ କରୁଥିବାର ଦେଖିବାକୁ ମିଳିଛି । ପ୍ରାୟ ୭୦୦ରୁ ଅଧିକ ଯାତ୍ରୀ ବିମାନବନ୍ଦରରେ ଅସନ୍ତୋଷ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି । ସେପଟେ ବିମାନବନ୍ଦର କର୍ତ୍ତୃପକ୍ଷ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାର ମଧ୍ୟ ଦେଖାଦେଇଛି ।