ମାହାଙ୍ଗା ୧।୧୦: ଗଣେଶ ଭସାଣି ବେଳେ ଗଣ୍ଡଗୋଳ । ପୋଲିସ ଓ ଗ୍ରାମବାସୀ ମୁହାମୁହିଁ । ପୋଲିସକୁ ଢେଲା ମାଡ଼ କଲେ ଲୋକେ । ମାହାଙ୍ଗା ବ୍ଲକ୍ ଚାହାପଡ଼ା ବରଦିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଚାହାପଡ଼ା ବରଦିଆ ଗାଁରେ ବୁଧବାର ରାତିରେ ଚାଲିଥିଲା ଗଣେଶ ଭସାଣି । ରାତି ୧୦ଟା ପରେ ଭସାଣି ପାଇଁ ଅନୁମତି ନଥିବାରୁ ପୋଲିସ ଭସାଣି ବନ୍ଦ କରିବାକୁ କହିଥିଲା । କିନ୍ତୁ ଲୋକେ ଉତ୍ତ୍ୟକ୍ତ ହୋଇ ପୋଲିସ ସହ ଗଣ୍ଡଗୋଳ କରିଥିଲେ । ପରେ ଏହା ଉଗ୍ରରୂପ ନେଇଥିଲା । ଲୋକେ ପୋଲିସକୁ ଢେଲା ମାଡ଼ କରିଥିଲେ । ଲୋକଙ୍କ ଢେଲା ମାଡ଼ରେ ମାହାଙ୍ଗା ଆଇଆଇସି ଯୁଗଳ କିଶୋର ଦାସ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।

Also Read:- ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ଅଭିଯୋଗ, ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ତେବେ ଢେଲା ମାଡ଼ରେ ପୋଲିସ ଗାଡ଼ି ଭାଙ୍ଗିରୁଜି ଯାଇଛି । ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବାକୁ ଚଢ଼ାଉ ଜାରି ରଖିଛି । ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି ।

Watch Video: