କେନ୍ଦ୍ରାପଡ଼ା ୨।୧୧: ହତ୍ୟା ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ କଲାବେଳେ ଉତ୍ତେଜନା l ଏମିତିକି ଅଭିଯୁକ୍ତକୁ ହସ୍ତାନ୍ତର କରିବା ପାଇଁ ଅଡି ବସିଲେ ଗ୍ରାମବାସୀ l କେନ୍ଦ୍ରାପଡା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ବନ୍ଧସାହି ଗାଁରେ ହୋଇଛି ଉତ୍ତେଜନା l

ଗତ ଅକ୍ଟୋବର ୩୦ ତାରିଖ ରାତିରେ ବନ୍ଧସାହି ଗାଁର କଲେଜ ଛାତ୍ରୀଙ୍କୁ ଘରୁ ଡାକି ନେଇ ଗଳାକାଟି ହତ୍ଯା କରାଯାଇଥିଲା l ପରିବାରର ଅଭିଯୋଗ ଆଧାରରେ ପୋଲିସ ଅରଜିତ ମହାନ୍ତି ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା l ତେବେ ଆଜି ସିନ୍ ରିକ୍ରିଏସନ୍ ପାଇଁ ଅଭିଯୁକ୍ତ ଅରଜିତକୁ ସାଙ୍ଗରେ ନେଇ ପୋଲିସ ଗାଁ ରେ ପହଞ୍ଚିବା ପରେ ହଠାତ ଗାଁ ଲୋକେ ଉତ୍ୟକ୍ତ ହୋଇ ପଡିଥିଲେ l ଅଭିଯୁକ୍ତକୁ ତାଙ୍କୁ ହସ୍ତାନ୍ତର କରିବା ପାଇଁ ଶହ ଶହ ଗ୍ରାମବାସୀ ଅଡି ବସିଥିଲେ l

Also Read:- ରାତିରେ ଆନ୍ଧ୍ର ଉପକୂଳ ଛୁଇଁବ ବାତ୍ୟା, ଓଡ଼ିଶାର ୫ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଉତ୍ତେଜନା ବଢିବାରୁ ପୋଲିସ ଅଭିଯୁକ୍ତକୁ ନେଇ ପଳାଇଥିଲା l କିନ୍ତୁ ଅଭିଯୁକ୍ତକୁ ଫେରାଇ ଆଣିବା ଦାବିରେ ପୋଲିସକୁ ଅଟକ ରଖିଥିଲେ ଗ୍ରାମବାସୀ l ପୋଲିସ ଜିପ୍‌କୁ ଘେରିଯାଇ ନାରାବାଜି କରିବା ସହ ମାର୍ଶାଘାଇ ଆଇଆଇସି ତପନ ନାୟକ ଓ କିଛି ପୋଲିସ କର୍ମଚାରୀଙ୍କୁ ଘଣ୍ଟାଏ କାଳ ଅଟକ ରଖିଥିଲେ l ବୁଝାସୁଝା ପରେ ଉତ୍ତେଜନା ହ୍ରାସ ପାଇଥିଲା l ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଥିବା ନେଇ ସନ୍ଦେହ କରୁଛି ପୋଲିସ l ତେବେ ଆଜିର ଘଟଣା ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ l