ନୟାଗଡ଼ ୯।୧୦: ଆଇନଶୃଙ୍ଖଳାର ଆଳ ଦେଖାଇ ନୟାଗଡ଼ ଜିଲ୍ଲାପାଳ ଜିଲ୍ଲାର ୪ଟି କଲେଜରେ ନିର୍ବାଚନ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କଲେଜ ଗୁଡିକ ହେଲା ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ନୟାଗଡ, ମଡେଲ୍ ଡିଗ୍ରୀ କଲେଜ, ଲାଠିପଡା, ପଠାଣିସାମନ୍ତ କଲେଜ, ଖଣ୍ଡପଡା ଏବଂ ବାଲୁଙ୍କେଶ୍ଵର କଲେଜ, ଭାପୁର ।

ନୟାଗଡ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ନିର୍ବାଚନ ବାତିଲ ଏବଂ ସାଇନ ଡାଏ ଘୋଷଣା ପରେ କଲେଜ ଆଗରେ ଉତ୍ତେଜନା ଦେଖାଦେଇଛି । ନିଷ୍ପତ୍ତିକୁ ନେଇ ଛାତ୍ରୀମାନେ ଅସନ୍ତୋଷ ଜାହିର କରିଛନ୍ତି ।

 Also Read:- ଓଡ଼ିଶାର ପ୍ରଥମ ଫାୟାର ସେଫ୍ଟି ଏକ୍ସପୋ ୨୦୨୬ ଉଦ୍‌ଘାଟିତ, AI ଓ IoT ଜ୍ଞାନକୌଶଳ ପ୍ରଦର୍ଶିତ

ସେହିପରି ବିଧାୟକ ଅରୁଣ ସାହୁ ଘଟଣାସ୍ଥଳରେ ପହଞ୍ଚି ସରକାର ଏବଂ ପ୍ରଶାସନ ହାରିଯିବା ଭୟରେ ଏଭଳି ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି । ମହିଳା ମହାବିଦ୍ୟାଳୟରେ ପୋଲିସ ଉପସ୍ଥିତିରେ କିଭଳି ଏବିଭିପିର ଗୁଣ୍ଡାମାନେ ଗେଟ୍ ଭାଙ୍ଗି କଲେଜ ପରିସରରେ ପଶିଲେ ତାକୁ ନେଇ ଅରୁଣ ସାହୁ ପ୍ରଶ୍ନ କରିଛନ୍ତି । ଏପରିକି ପୋଲିସ ଅଧିକାରୀ ମାନଙ୍କୁ ଧମକାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏଥିପାଇଁ ବିଜେଡି ଦୁର୍ବାର ଆନ୍ଦୋଳନ କରିବ ବୋଲି ଅରୁଣ କହିଛନ୍ତି ।

Watch Video: