ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା 'ଜନଶକ୍ତି ଜନତା ଦଳ' (ଜେଜେଡି) ର ଜାତୀୟ ଅଧ୍ୟକ୍ଷ ତେଜ ପ୍ରତାପ ଯାଦବ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରୁଥିବା ତେଜ ପ୍ରତାପ ଏବେ ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ଶେରାବତଙ୍କ ସହ ଏକ ଭିଡିଓ ଶେୟାର କରି ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି।

ଭିଡିଓରେ କ’ଣ ରହିଛି ?

ତେଜ ପ୍ରତାପ ନିଜର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସାମ୍ନାକୁ ଆଣିଛନ୍ତି, ଯେଉଁଥିରେ ସେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ମଲ୍ଲିକା ଶେରାଓ୍ଵତଙ୍କ ସହ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳୁଛି। ଭିଡିଓଟି ସାମ୍ନାକୁ ଆସିବା ପରେ ପ୍ରଶଂସକ ଏବଂ ୟୁଜର୍ସଙ୍କ ମଧ୍ୟରେ ଏହାକୁ ନେଇ କୌତୂହଳ ପ୍ରକାଶ ପାଇଛି।

Also Read: ​​​​​​​'ତ୍ରିଷା'ଙ୍କୁ ନେଇ ଦ୍ୱିଅର୍ଥବୋଧକ କଟାକ୍ଷ, ଉଦୟନିଧିଙ୍କ ବୟାନକୁ ଭର୍ତ୍ସନା କଲା ବିଜୟଙ୍କ TVK, ଗିରଫ ଦାବି କଲା ବିଜେପି

ନିଆରା ଷ୍ଟାଇଲ୍‌ ପାଇଁ ଚର୍ଚ୍ଚାରେ ତେଜ ପ୍ରତାପ

ରାଜନୀତି ବ୍ୟତୀତ ତେଜ ପ୍ରତାପ ଯାଦବ ନିଜର ବ୍ୟକ୍ତିଗତ ଜୀବନ, କ୍ରିଏଟିଭ୍ ଭିଡିଓ ଏବଂ ବିଭିନ୍ନ ରୂପରେ ଅବତୀର୍ଣ୍ଣ ହେବା ପାଇଁ ବେଶ୍ ଜଣାଶୁଣା। କେତେବେଳେ କୃଷ୍ଣ ରୂପ ଆଉ କେତେବେଳେ ଶିବ ଭକ୍ତ ସାଜି ସେ ନିଜ ସମର୍ଥକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଏବେ ବଲିଉଡ୍ ତାରକା ମଲ୍ଲିକା ଶେରାବତଙ୍କ ସହ ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏହା ବେଶ୍ ଭାଇରାଲ ହେବାରେ ଲାଗିଛି।